ଆରବିଆଇ ଗର୍ଭର୍ଣ୍ଣରଙ୍କୁ ଭେଟିଲେ ଭର୍ତ୍ତୃହରି

ହରିୟାଣା : ଆରବିଆଇ ଗର୍ଭର୍ଣ୍ଣରଙ୍କୁ ଭେଟିଛନ୍ତି ବରିଷ୍ଠ ବିଜେପି ସାଂସଦ ଭର୍ତ୍ତୃହରି ମହତାବ । ଗୁରୁବାର ମହତାବଙ୍କ ଅଧ୍ୟକ୍ଷତାରେ ବସିଥିଲା ବୈଠକ । ଅର୍ଥ ଷ୍ଟାଣ୍ଡିଂ କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଆରବିଆଇ ଗବର୍ଣ୍ଣର ସଞ୍ଜୟ ମାଲହୋତ୍ରା ଯୋଗ ଦେଇ ଦେଶର ଆର୍ଥିକ ପ୍ରଗତିରେ ପ୍ରସଙ୍ଗରେ ଆଭିମୁଖ୍ୟ ରଖିଥିଲେ । ପାଖାପାଖି ଦୁଇ ଘଣ୍ଟା ଧରି ବୈଠକ ଚାଲିଥିଲା । ଅର୍ଥ ଷ୍ଟାଣ୍ଡିଂ କମିଟିର ସଦସ୍ୟମାନେ ବିଭିନ୍ନ ପ୍ରଶ୍ନ ଆର୍‌ବିଆଇ ଗରର୍ଣ୍ଣରଙ୍କୁ ପଚାରିଥିଲେ । ବୈଠକ ପରେ ସାଂସଦ ମହତାବ ଗଣମାଧ୍ୟମକୁ କହିଥଲେ ଆର୍‌ବିଆଇ ଗଭର୍ଣ୍ଣର ଦେଶର ଅର୍ଥନୀତି ଉପରେ ଉପସ୍ଥାପନ କରିଥିବା ତଥ୍ୟ ବିଶ୍ୱସନୀୟ ଥିଲା।
ଗଭର୍ଣ୍ଣର ମାଲହୋତ୍ରା ସଙ୍କେତ ଦେଇଥିଲେ ଯେ, ବିଶ୍ୱରେ ବିଭିନ୍ନ ସମସ୍ୟା ଲାଗି ରହିଥିଲେ ସୁଦ୍ଧା ଭାରତର ଆର୍ଥିକ ପ୍ରଗତିରେ ତାହାର ବିଶେଷ ପ୍ରଭାବ ପଡ଼ିନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟ ଦେଶର ଅର୍ଥନୀତି ବିଶ୍ବ ଅର୍ଥନୀତିରେ ତୃତୀୟ ସ୍ଥାନ ରହିବ। ସେ ପ୍ରସଙ୍ଗରେ ମଧ୍ୟ ଗଭର୍ଣ୍ଣର ତାଙ୍କର ଦୃଷ୍ଟିକୋଣ ଉପସ୍ଥାପନ କରିଥିଲେ।

ପୂର୍ବର ଦୁଇ ହଜାର ଟଙ୍କା ନୋଟ୍ ଏବେବବି ଅଚଳ ହୋଇନାହିଁ । ତେବେ ଏହି କରେନ୍ସି ନୋଟ୍ ଆଉ ଛପାଯାଉ ନାହିଁ। ଦେଶର ଅର୍ଥନୀତିରେ ୧.୧୨ ଲକ୍ଷ ଜାଲ୍ ପାଞ୍ଚଶହ ଟଙ୍କିଆ ‌ନୋଟ୍ ରହିଛି । ତେବେ ପ୍ରଚଳିତତ ପାଞ୍ଚଶହ ଟଙ୍କିଆ ନୋଟ୍ ‌ତୁଳନାରେ ଏହାର ପରିମାଣ ନଗଣ୍ୟ ବୋଲ ସେ କହିଥିଲେ ।

  • Related Posts

    ସଂସଦର ସମୟ ନଷ୍ଟ ହେବା ଯୋଗୁଁ ୨୧୬ କୋଟି କ୍ଷତି : ଅପରାଜିତା

    ସଂସଦରେ ହଙ୍ଗାମା ଓ କାର୍ଯ୍ୟଦିବସ ନଷ୍ଟକୁ ନେଇ ବଡ଼ ବୟାନ ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସଂସଦ ଯେଉଁଭଳି ଭାବେ ଚାଲିଲା, ତାହା ଅତ୍ୟନ୍ତ ନୈରାଶ୍ୟଜନକ ବୋଲି କହିଛନ୍ତି ଅପରାଜିତା । ତାଙ୍କ କହିବା ଅନୁସାରେ, ସଂସଦର ମୂଲ୍ୟବାନ…

    Continue reading
    ବିଜେପି ବିଧାୟକଙ୍କ ଦୋଷକୁ ରାଜ୍ୟ ସରକାର ଘଣ୍ଟ ଘୋଡାଉଛନ୍ତି: ବିଜେଡି

    ଭୁବନେଶ୍ୱର: କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ଦ୍ୱାରା ଦୁର୍ବ୍ୟବହାର ଅଭିଯୋଗ ଆଣି ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ସମୂହ ଇସ୍ତଫା ଦେଇଥିବା ତିରିଶ ଜଣ ୱାର୍ଡେନ ଓ ଡେପୁଟି “ୱାର୍ଡେନଙ୍କ ସ୍ଥାନରେ ନୂତନ ଚିପ୍ ୱାଡେନ, ୱାର୍ଡେନ ଓ ଡେପୁଟି ୱାର୍ଡେନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ