ଆସନ୍ତାକାଲି ନୂଆପଡ଼ା ଯିବେ ମୁଖ୍ୟମନ୍ତ୍ରୀ

ନୂଆପଡ଼ା: ଆସନ୍ତାକାଲି ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ପ୍ରଚାର କାର୍ୟ୍ୟକ୍ରମ ରହିଛି। ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ କୋମନାରେ ରୋଡ୍‌ ଶୋ’କରିବେ। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ମଧ୍ୟ ଏହି ପ୍ରଚାରରେ ସାମିଲ ହେବେ। ପରେ ପଞ୍ଚମପୁରରେ ସାଧାରଣ ଏକ ସଭା କରିବେ ବିଷ୍ଣୁଦେବ।

ନୂଆପଡ଼ା ଉପନିର୍ବାଚନ ଯେତେ ପାଖେଇ ଆସୁଛି, ପ୍ରଚାର ସେତେ ଜୋର ଧରୁଛି । ନିର୍ବାଚନ ୧୧ ତାରିଖରେ ହେବାକୁ ଥିବାବେଳେ ୧୦ ରେ ସାଇନ ଡାଏ ଘୋଷଣା ହେବ । ଏହା ପୂର୍ବରୁ ଦଳୀୟ ପ୍ରାର୍ଥୀଙ୍କୁ ଜିତେଇବା ଲାଗି ଜୋରଦାର କସରତ କରିବାକୁ ପଡିବ । ଏଥର ଆଉ କେବଳ ତାରକା ପ୍ରଚାରକରେ କାମ ଚଳିବନାହିଁ । ମଇଦାନକୁ ଆସିବେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ମାଳମାଳ ମନ୍ତ୍ରୀ । ସେହିପରି ବହୁ ହେଭିୱେଟ ସାଂସଦ, ବିଧାୟକ ଓ ବିଭିନ୍ନ ଦଳର ମୁଖପାତ୍ର ବି ସାମିଲ ହେବେ । ନିଜ ଦଳ ଓ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିବା ସହ ବିରୋଧୀ ଦଳ ଓ ବିରୋଧୀ ପ୍ରାର୍ଥୀଙ୍କ ବାବଦରେ କରିବେ ଟୀକା ଟିପ୍ପଣୀ ।

  • Related Posts

    ବିଜେଡିରୁ ୨ ନେତା ନିଲମ୍ବିତ

    ବାଲିଗୁଡ଼ା : ବାଲିଗୁଡ଼ା ରାଜନୀତିରେ ଏକ ବଡ଼ ଘଟଣା ଘଟିଛି । ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଦୁଇ ଜଣ ପ୍ରମୁଖ ନେତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ସୂଚନା ଅନୁସାରେ, ଟୁନା ଦାସ…

    Continue reading
    ବିଜେଡି ସାଂସଦ ସଂଖ୍ୟା ଶୂନ ହୋଇଯିବ:ପ୍ରଦୀପ ପୁରୋହିତ

    ଭୁବନେଶ୍ୱର: ବିଜେଡିକୁ ନେଇ ବିଜେପି ସାଂସଦ ପ୍ରଦୀପ ପୁରୋହିତଙ୍କ ବିସ୍ଫୋରକ ବୟାନ। କହିଛନ୍ତି, ବିଜେଡିର କିଛି ବଡ଼ ନେତୃତ୍ୱ ଆମ ଶୀର୍ଷ ନେତୃତ୍ୱ ସହିତ ଆଲୋଚନା କରୁଛନ୍ତି। ଆଗକୁ ବିଜେଡିରେ ବଡ଼ ବିସ୍ଫୋରଣ ହେବ, ବିଜେଡି ଡଙ୍ଗା ବୁଡ଼ୁଛି। ଜୀବନ ବଞ୍ଚାଇବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ