ଇଞ୍ଜିନିୟରିଂ ଛାତ୍ରୀଙ୍କୁ ୪ ଜଣ ମିଶି କଲେ ଗଣବଳାତ୍କାର

ଭୁବନେଶ୍ବର:ଭୁବନେଶ୍ୱର ଇନ୍‌ଫୋଭ୍ୟାଲି ଥାନା କାଇମାଟିଆ ଅଞ୍ଚଳରେ ଜଣେ ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏକ ଘରୋଇ କଲେଜରେ ପଢ଼ୁଥିବା ପୀଡ଼ିତା ଇଞ୍ଜିନିୟରିଂ ଛାତ୍ରୀ ତାଙ୍କ ପୁରୁଷ ବନ୍ଧୁଙ୍କ ରୁମ୍‌କୁ ବୁଲିବାକୁ ଯାଇଥିବାବେଳେ ତାଙ୍କୁ ମୃଦୁ ପାନୀୟରେ ନିଶା ଦେଇ ଗଣବଳାତ୍କାର କରାଯାଇଛି। ଏନେଇ ପୀଡ଼ିତାଙ୍କ ପକ୍ଷରୁ ଅଭିଯୋଗ ହେବାପରେ ସମ୍ପୃକ୍ତ ପୁରୁଷ ବନ୍ଧୁଙ୍କ ସମେତ ୪ଜଣଙ୍କୁ ଗିରଫ ସହ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ବୁଧବାର ସୂଚନା ଦେଇଛି। ଅଭିଯୁକ୍ତମାନେ ହେଲେ ବାଲେଶ୍ବର ଅଞ୍ଚଳର ଶୁଭଙ୍କର ପାଢ଼ୀ, ଯାଜପୁର ଅଞ୍ଚଳର ସିପୁନ ବେହେରା, ରଞ୍ଜନ ବେହେରା ଓ ଖୋର୍ଦ୍ଧା ଟାଉନର ରତିରଞ୍ଜନ ତରାଇ। ସେମାନେ ସମସ୍ତେ ଇଞ୍ଜିନିୟରିଂ ଛାତ୍ର ବୋଲି ଜଣାପଡ଼ିଛି।
ଅଭିଯୋଗ ଅନୁସାରେ, ପୀଡ଼ିତା ଛାତ୍ରୀ ଜଣଙ୍କ ଇନ୍‌ଫୋଭ୍ୟାଲି ଥାନା ଅନ୍ତର୍ଗତ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢ଼ନ୍ତି। ଅଭିଯୁକ୍ତ ଶୁଭଙ୍କର ଏବଂ ପୀଡ଼ିତା ସମାନ କଲେଜରେ ପଢ଼ୁଥିବାରୁ ଉଭୟଙ୍କ ମଧ୍ୟରେ ପ୍ରାୟ ୨ବର୍ଷ ହେଲା ବନ୍ଧୁତା ରହିଥିଲା। ଗତ ୨୦ଦିନ ତଳେ ଶୁଭଙ୍କର ରହୁଥିବା ଆପାର୍ଟମେଣ୍ଟକୁ ପୀଡ଼ିତାଙ୍କୁ ଡାକିଥିଲେ। ପୀଡ଼ିତା ବିଶ୍ୱାସ କରି ସେଠାକୁ ଯିବାପରେ ଅନ୍ୟ ୩ ଅଭିଯୁକ୍ତ ଶୁଭଙ୍କରଙ୍କ ରୁମ୍‌ରେ ପହଞ୍ଚତ୍ଥିଲେ। ସେଠାରେ ମୃଦୁପାନୀୟ ଦେଇ ପୀଡ଼ିତାଙ୍କୁ ଶୁଭଙ୍କର ଏବଂ ଅନ୍ୟ ୩ ସହଯୋଗୀ ବଳାତ୍କାର କରିଥିଲେ। ଏନେଇ ପୀଡ଼ିତା ମଙ୍ଗଳବାର ଇନ୍‌ଫୋଭ୍ୟାଲି ଥାନାରେ ଅଭିଯୋଗ କରିବା ପରେ ପୋଲିସ ୪ଅଭିଯୁକ୍ତଙ୍କୁ ଗିରଫ କରିଛି। ପୀଡ଼ିତାଙ୍କ ଡାକ୍ତରୀମାଇନା ସହ ବୟାନ ରେକର୍ଡ କରାଯାଇଛି। ସାଇଣ୍ଟିଫିକ୍‌ ଟିମ୍‌ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି। ବିଶେଷସୂତ୍ରରୁ ମିଳିଥିବା ସୂଚନାନୁସାରେ, ଅଭିଯୁକ୍ତ ଶୁଭଙ୍କର ପୀଡ଼ିତାଙ୍କ କିଛି ଭିଡିଓ ରଖି ତାଙ୍କୁ ବ୍ଲାକ୍‌ମେଲିଂ କରୁଥିଲେ। ପରେ ତାଙ୍କୁ ଗଣବଳାତ୍କାର କରିଥିଲେ। ଏହି ଘଟଣାରେ ସମସ୍ତ ୪ ଅଭିଯୁକ୍ତଙ୍କୁ ବିଏନ୍‌ଏସ୍‌ ଦଫା ୭୦(୧)ରେ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଘଟଣାର ତଦନ୍ତ ଜାରି ରହିଛି ବୋଲି ଇନ୍‌ଫୋଭ୍ୟାଲି ଥାନା ଆଇଆଇସି ଗୟାନନ୍ଦ ଶାହା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ, ଗତ ଏପ୍ରିଲ ୨୬ତାରିଖରେ ଇନ୍‌ଫୋଭ୍ୟାଲି ଥାନା ଅଞ୍ଚଳରେ ଜଣେ ଏମ୍‌ବିଏ ଛାତ୍ରୀଙ୍କୁ ବଳାତ୍କାର ଉଦ୍ୟମ କରିବା ଅଭିଯୋଗରେ ପୋଲିସ ଜଣେ ୬୭ ବର୍ଷୀୟ ବ୍ୟକ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

  • Related Posts

    ଜେଲ ଗଲେ ମହାକାଳପଡ଼ା ସରପଞ୍ଚ

    ମହାକାଳପଡ଼ା : ଜେଲ ଗଲେ ମହାକାଳପଡ଼ା ତିଖିରି ସରପଞ୍ଚ ଚାମେଲି ଓଝା। ଜାମିନ୍ ଆବେଦନ ଖାରଜ ପରେ ଚାମେଲିଙ୍କୁ ନ୍ୟାୟିକ ହେପାଜତକୁ ପଠାଯାଇଛି। ମହାକାଳପଡ଼ା ବ୍ଲକ ପରିସରରେ ହାଇଡ୍ରାମାକୁ ନେଇ ଗତ ୨ ଦିନ ହେଲା ଚର୍ଚ୍ଚା ଲାଗି ରହିଛି। ବିଡିଓଙ୍କୁ…

    Continue reading
    ୮ ପିତୃମାତୃହୀନ ପିଲାଙ୍କୁ “ଗ୍ରୀନ ପ୍ୟାସଜ” ମାଧ୍ୟମରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଉଚ୍ଚ ଶିକ୍ଷା

    କୋଭିଡ ମହାମାରୀ ସମୟରେ ପିତା କିମ୍ବା ଉଭୟ ପିତାମାତାଙ୍କୁ ହରାଇଥିବା ଶିଶୁମାନଙ୍କୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଆଶୀର୍ବାଦ ଯୋଜନାରୁ ଆର୍ଥିକ ସହାୟତା ପ୍ରଦାନ କରି ସେମାନଙ୍କ ଶିକ୍ଷାକୁ ସୁନିଶ୍ଚିତ ଓ ଶୈଶବକୁ ସ୍ଵଭାବିକ କରIଯାଇଥିଲା I ଚଳିତ ବର୍ଷ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ