ଏଡିଆର ରିପୋର୍ଟ: ଲୋକସଭା ନିର୍ବାଚନରେ ବିଜେପି ଖର୍ଚ୍ଚ କରିଛି ୧୪୯୪ କୋଟି

ନୂଆଦିଲ୍ଲୀ : ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ୧୪୯୪ କୋଟି ଟଙ୍କା ଖର୍ଚ୍ଚ କରିଥିବାବେଳେ କଂଗ୍ରେସ ୬୨୦ କୋଟି ଟଙ୍କା ଖର୍ଚ୍ଚ କରିଥିବା ଏଡିଆର ରିପୋର୍ଟରୁ ପ୍ରକାଶ। ଆସୋସିଏସନ୍ ଅଫ୍ ଡେମୋକ୍ରାଟିକ ରିଫର୍ମ୍ସ (ଏଡିଆର) ରିପୋର୍ଟରେ କୁହାଯାଇଛି ଯେ ଲୋକସଭା ନିର୍ବାଚରେ ରାଜନୈତିକ ଦଳଗୁଡିକ ଯେତେ ପରିମାଣର ଅର୍ଥ ବ୍ୟୟ କରିଥିଲେ ତା’ର ୪୪.୫୬% କେବଳ ବିଜେପି ଖର୍ଚ୍ଚ କରିଛି। କଂଗ୍ରେସ ମୋଟ ବ୍ୟୟର ୧୮.୫% ଅର୍ଥ ଖର୍ଚ୍ଚ କରିଛି। ସମସ୍ତ ରାଜନୈତିକ ଦଳ ୩,୩୫୨.୮୧ କୋଟି ଟଙ୍କା ଖର୍ଚ୍ଚ କରିଥିଲେ। ୩୨ଟି ଜାତୀୟ ଓ ଆଞ୍ଚଳିକ ଦଳର ତଥ୍ୟକୁ ଆଧାର କରି ଶୁକ୍ରବାର ଏଡିଆର ଏହି ରିପୋର୍ଟ ପ୍ରକାଶ କରିଛି। ଜାତୀୟ ରାଜନୈତିକ ଦଳଗୁଡିକ ଏଥିରୁ ୨୨୦୪ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଯାହା ମୋଟ ଅର୍ଥର ୬୫.୭୫%। ନିର୍ବାଚନରେ ରା​‌‌ଜନୈତିକ ଦଳଗୁଡିକ କେତେ ଅର୍ଥ ଖର୍ଚ୍ଚ କରିଛନ୍ତି ତା’ର ସବିଶେଷ ତଥ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଦାଖଲ କରିବାକୁ ନିୟମ ରହିଛି। ନିୟମ ଅନୁଯାୟୀ ସାଧାରଣ ନିର୍ବାଚନ ଶେଷର ୯୦ ଦିନ ଓ ବିଧାନସଭା ନିର୍ବାଚନ ଶେଷର ୭୫ ଦିନ ମଧ୍ୟରେ ତଥ୍ୟ ଦାଖଲ କରିବା ବାଧ୍ୟତାମୂଳକ। ତେବେ ରାଜନୈତିକ ଦଳଗୁଡିକ ନିର୍ବାଚନ ଖର୍ଚ୍ଚ ସମ୍ପର୍କିତ ତଥ୍ୟ ପ୍ରଦାନରେ ଅହେତୁକ ବିଳମ୍ବ କରିଥିବା ଏଡିଆର ଏହାର ରିପୋର୍ଟରେ ଉଲ୍ଲେଖ କରିଛି। ଆମ୍ ଆଦମୀ ପାର୍ଟି (ଆପ୍) ୧୬୮ଦିନ ବିଳମ୍ବ​‌େ​‌ର ଏହାର ତଥ୍ୟ ପ୍ରଦାନ କରିଛି। ବିଜେପି ୧୫୪ଦିନ ବିଳମ୍ବରେ ଖର୍ଚ୍ଚ ତଥ୍ୟ ଦେଇଛି। ଏହା ସତ୍ତ୍ବେ ୨୧ଟି ଦଳ ସେମାନଙ୍କର ନିର୍ବାଚନ ଖର୍ଚ୍ଚ ହିସାବ ଏବେ ସୁଦ୍ଧା ପ୍ରଦାନ କରିନାହାନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ଏନସିପି, ସିପିଆଇ, ଜେଏମଏମ୍ ଓ ଶିବସେନା (ୟୁବିଟି)। ସମସ୍ତ ରାଜନୈତିକ ଦଳ ମୋଟ ଉପରେ ନିର୍ବାଚନ ପ୍ରଚାର ଓ ପ୍ରସାର କାର୍ୟ୍ୟକ୍ରମ ବାବଦରେ ୨୦୦୮ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଯାହା ମୋଟ ବ୍ୟୟର ୫୩%ରୁ ଅଧିକ। ଏହା ପଛକୁ ରହିଛି ଯାତାୟାତ ଖର୍ଚ୍ଚ ୭୯୫ କୋଟି। ଦଳୀୟ ପ୍ରାର୍ଥୀଙ୍କୁ ୧୩୨ କୋଟି ଟଙ୍କା ବଣ୍ଟନ କରାଯାଇଛି। ପ୍ରାର୍ଥୀଙ୍କ ଅପରାଧିକ ପୃଷ୍ଠଭୂମି ବାବଦରେ ଗଣମାଧ୍ୟମରେ ହୋଇଥିବା ବିଭିନ୍ନ ପ୍ରକାଶନ ପାଇଁ ୨୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ରିପୋର୍ଟ ଅନୁଯାୟୀ ଲୋକସଭା ନିର୍ବାଚନରେ ୬୯୦ଟି ଅସଂଗଠିତ ରାଜନୈତିକ ଦଳ ନିର୍ବାଚନ ଲଢିଥିଲେ। ଏଥିରୁ ଆନ୍ଧ୍ରପ୍ରଦେଶର ସର୍ବାଧିକ ୭୪ଟି ଦଳ ରହିଥିବାବେଳେ ଓଡ଼ିଶାରୁ ୩୫ଟି ଦଳ ରହିଛି। ଜାମ୍ମୁ-କାଶ୍ମୀରର ପିଡିପି ଓ କେରଳର କଂଗ୍ରେସ (ଏମ୍) ନିର୍ବାଚନ ଲଢିଥିବା ସତ୍ତ୍ବେ କୌଣସି ଅର୍ଥ ଖର୍ଚ୍ଚ କରି ନଥିବା ନେଇ ନିର୍ବାଚନ ଆୟୋଗଙ୍କୁ ଜଣାଇଛନ୍ତି। ଗତ ଲୋକସଭା ନିର୍ବାଚନ ସହିତ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ସିକିମ୍‌ରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା।

  • Related Posts

    ଉତ୍ତରାଖଣ୍ଡରେ ପୁଣି ୪.୨ତୀବ୍ରତାର ଭୂମିକମ୍ପ

    ଶନିବାର ରାତି ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲାରେ ୪.୨ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ଫଳରେ ଲୋକମାନେ ଭୟରେ ଘରୁ ବାହାରକୁ ପଳାଇ ଆସିଥିଲେ । ଯଦିଓ ଏହି ଭୂମିକମ୍ପରେ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ, ତେବେ ଜାତୀୟ ଭୂକମ୍ପ ବିଜ୍ଞାନ…

    Continue reading
    ‘ବିଙ୍ଗ୍‌ ଦ ସଲମାନ ଖାନ୍‌’ ୟୁଟ୍ୟୁବ୍‌ ଚ୍ୟାନେଲ ଖୋଲିଲେ ଭାଇଜାନ୍‌

    ଭୁବନେଶ୍ୱର : ବଲିଉଡ୍‌ର ଭାଇଜାନ୍‌ ସଲମାନ ଖାନ୍‌ ଆଜି ନିଜର ପ୍ରଥମ ଅଫିସିଆଲ୍‌ ୟୁଟ୍ୟୁବ୍‌ ଚ୍ୟାନେଲ୍‌ ଲଞ୍ଚ୍‌ କରିଛନ୍ତି । ଏହାର ନାମ ସେ ‘ବିଙ୍ଗ୍‌ ଦ ସଲମାନ ଖାନ୍‌’ରଖିଛନ୍ତି । ସଲମାନ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରିରେ ନିଜ ୟୁଟ୍ୟୁବ୍‌ ଚ୍ୟାନେଲ୍‌ର ଲିଙ୍କ୍‌…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ