ଏନସିଆରବି ରିପୋର୍ଟ: ହିଂସାତ୍ମକ ଅପରାଧରେ ଓଡ଼ିଶା ପ୍ରଥମ, ମହିଳା ବିରୋଧୀ ଅପରାଧରେ ଦ୍ୱିତୀୟ

ଦିନକୁ ଦିନକୁ ବଢୁଛି ଅପରାଧ, ଅଶାନ୍ତ ହେଉଛି ଓଡ଼ିଶା। ହିଂସାତ୍ମକ ଅପରାଧରେ ଓଡ଼ିଶାର ଅଲୋଡା ରେକର୍ଡ। ୨୦୨୪ ଏନସିଆରବି ତଥ୍ୟକୁ ନେଇ ବଢିଛି ଚିନ୍ତା। ୨୦୨୪ ମସିହାରେ ଓଡ଼ିଶା ସର୍ବାଧିକ ହିଂସାତ୍ମକ ଅପରାଧ ରେକର୍ଡ କରିଥିଲା ଏବଂ ମହିଳା ବିରୋଧୀ ଅପରାଧ ହାରରେ ଦେଶବ୍ୟାପୀ ଦ୍ୱିତୀୟ ସ୍ଥାନରେ ଥିଲା ବୋଲି ସଦ୍ୟତମ ଏନସିଆରବି ରିପୋର୍ଟ ପ୍ରକାଶ ପାଇଛି।
୨୦୨୪ରେ ୭୫,୪୦୩ ହିଂସାତ୍ମକ ଅପରାଧ ଏବଂ ୨୭,୪୪୯ଟି ମହିଳା ବିରୋଧୀ ହିଂସା ଘଟଣା ସାମ୍ନାକୁ ଆସିଛି। ଆଉ ଏହି ସଂଖ୍ୟା ବୟାନ କରୁଛି, ଯେ ରାଜ୍ୟରେ ପୋଲିସକୁ ଭୟ କରୁନାହାନ୍ତି ଅପରାଧୀ।
୨୦୨୪ ମସିହାରେ ଓଡ଼ିଶା ସର୍ବାଧିକ ହିଂସାତ୍ମକ ଅପରାଧ ରେକର୍ଡ କରିଥିଲା ଏବଂ ମହିଳା ବିରୋଧୀ ଅପରାଧ ହାରରେ ଦେଶବ୍ୟାପୀ ଦ୍ୱିତୀୟ ସ୍ଥାନରେ ଥିଲା ବୋଲି ସଦ୍ୟତମ ଏନସିଆରବି ରିପୋର୍ଟ ପ୍ରକାଶ କରିଛି। ୨୦୧୧ ଜନଗଣନା ଆଧାରରେ ୨୦୨୪ ମସିହାର ମଧ୍ୟଭାଗର ଆକଳନ କରାଯାଇଥିବା ଜନସଂଖ୍ୟା ବ୍ୟବହାର କରି ପ୍ରତି ଲକ୍ଷ ଜନସଂଖ୍ୟାରେ ଅପରାଧ/ପୀଡିତାଙ୍କ ସଂଖ୍ୟା ଉପରେ ଅପରାଧ ହାର ଗଣନା କରାଯାଇଛି।
୧ ଲକ୍ଷ ଜନସଂଖ୍ୟାରେ ୧୬୧ ଜଣ ହିଂସାତ୍ମକ ଅପରାଧର ଶିକାର ହୋଇଛନ୍ତି। ୨୦୧୧ ଜନସଂଖ୍ୟା ଅନୁସାରେ ପ୍ରକାଶ ପାଇଛି ତଥ୍ୟ। ସେହି ଅନୁସାରେ ବିହାରରେ ୧ ଲକ୍ଷରେ ୮୩ ଜଣ ଅପରାଧର ଶିକାର ହୋଇଛନ୍ତି। ୨୦୨୪ରେ ୭୫ ହଜାର ୪୦୩ ହିଂସାତ୍ମକ ଅପରାଧ ଘଟିଥିଲା। ଜନସଂଖ୍ୟା ହାରରେ ଓଡ଼ିଶା ଅପରାଧରେ ପ୍ରଥମ। ତେବେ ସଂଖ୍ୟା ଅନୁସାରେ ବିହାରରେ ସର୍ବାଧିକ ହିଂସାତ୍ମକ ଅପରାଧ ହୋଇଛି।
୨୦୨୪ ତଥ୍ୟ ଅନୁସାରେ ବିହାରରେ ୧ ଲକ୍ଷ ୭ ହଜାର ୩୦୩ ମାମଲା ରେକର୍ଡ ହୋଇଛି। ମହିଳା ବିରୋଧୀ ଅପରାଧରେ ଓଡ଼ିଶା ଦ୍ୱିତୀୟ। ୨୦୨୪ରେ ୨୭ ହଜାର ୪୪୯ ମାମଲା ରେକର୍ଡ ହୋଇଥିଲା। ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ୧୧୮ ମହିଳା ବିରୋଧୀ ଅପରାଧ ମାମଲା ରହିଥିଲା। ତେଲଙ୍ଗାନାରେ ପ୍ରତି ୧ ଲକ୍ଷ ଜନସଂଖ୍ୟାରେ ୧୨୮ ମହିଳା ବିରୋଧୀ ଅପରାଧ ଘଟିଛି। ୨୦୨୪ରେ ଦେଶରେ ତେଲଙ୍ଗାନା ମହିଳା ଅପରାଧରେ ଥିଲା ପ୍ରଥମ।

  • Related Posts

    ୧୨ ରେ ଲଘୁଚାପ, ୧୫ ପରେ ବାତ୍ୟାର ରୂପ ସ୍ପଷ୍ଟ !

    ଭୁବନେଶ୍ବର: ବଙ୍ଗୋପସାଗରରେ ବାତ୍ୟାକୁ ନେଇ ଦ୍ବନ୍ଦ୍ବ ବଢ଼ୁଥିବା ବେଳେ ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଯାହାକି ସମୁଦ୍ର ପତନ ଠାରୁ ଦେଢ଼ କିମି ଉଚ୍ଚ ଯାଏଁ ବ୍ୟାପିଛି । ଘୂର୍ଣ୍ଣିବଳୟଟି ଆହୁରି ଘନୀଭୂତ…

    Continue reading
    ନିଲମ୍ବନ ହେଲେ କୋରେଇ ବିଇଓ

    ଯାଜପୁର: ଯାଜପୁର ଜିଲ୍ଲା କୋରେଇ ମଣ୍ଡଳ ଶିକ୍ଷାଧିକାରୀଙ୍କ କାର୍ୟ୍ୟାଳୟରେ ସାଢ଼େ ୫ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଆର୍ଥିକ ଅନିୟମିତତା ମାମଲାରେ ବିଇଓ ସୁଦର୍ଶନ ମଲ୍ଲିକଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଲମ୍ବନ କରାଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ୟ୍ୟନ୍ତ ତାଙ୍କୁ ଜିଲ୍ଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ