ଏପ୍ରିଲ – ମେ’ରେ ହେବ ପଞ୍ଚାୟତ ନିର୍ବାଚନ

ଭୁବନେଶ୍ଵର : ୨୦୨୭ ଏପ୍ରିଲ କିମ୍ଵା ମେ ରେ ହେବ ପଞ୍ଚାୟତ ନିର୍ବାଚନ। ସୂଚନା ଦେଲେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ସଚିବ ସନ୍ତୋଷ କୁମାର ଦାସ। SIR କାର୍ଯ୍ୟ ଚାଲିଥିବାରୁ ଏଥର ପଞ୍ଚାୟତ ନିର୍ବାଚନ ସାମାନ୍ୟ ବିଳମ୍ଵ ହେବ। ମାର୍ଚ୍ଚ ପ୍ରଥମ ସପ୍ତାହ ଯାଏଁ SIR କାମ ଚାଲିବ। କାମ ନସରିବା ଯାଏଁ ନିର୍ବାଚନ କରିବା ଅସମ୍ଭବ।
ନିର୍ବାଚନ ଆୟୋଗଙ୍କ ସଚିବ କହିଛନ୍ତି ଯେ, ପୂର୍ବରୁ ପ୍ରାୟତଃ ଫେବ୍ରୁଆରୀ ମାସରେ ପଞ୍ଚାୟତ ନିର୍ବାଚନ ହୋଇଥାଏ। ହେଲେ ଏଥର ୨୦୨୭ ଏପ୍ରିଲ-ମେ’ରେ ପଞ୍ଚାୟତ ଓ ପୌର ନିର୍ବାଚନ ହେବ । ରାଜ୍ୟରେ ୨୦୨୭ ମସିହାରେ ହେବାକୁ ଥିବା ତ୍ରିସ୍ତରୀୟ ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ପ୍ରାକ୍-ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଆସନ୍ତା ୨୧ ତାରିଖରେ ରାଜ୍ୟ ନିର୍ବାଚନ କମିଶନଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ୱପୂର୍ଣ୍ଣ ଭିଡିଓ କନଫରେନ୍ସ ରେ ଅନୁଷ୍ଠିତ ହେବ । ଏ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସମସ୍ତ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ୍ଙ୍କୁ ଚିଠି ଲେଖି ଅବଗତ କରାଯାଇଛି । ଏହି ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ (ପୌର ନିର୍ବାଚନର ନୋଡାଲ ଅଫିସର), ସମସ୍ତ ERO ଓ AERO ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସାଧାରଣ ବିଭିଧ ସେକ୍ସନର ଡେପୁଟି କଲେକ୍ଟର କିମ୍ବା ଆସିଷ୍ଟାଣ୍ଟ କଲେକ୍ଟରମାନଙ୍କୁ ନିଜ ନିଜ ଜିଲ୍ଲାର ଓସୱାନ କେନ୍ଦ୍ରରୁ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ECIଙ୍କ ଇଲେକ୍ଟୋରାଲ ରୋଲକୁ ଓ୍ବାର୍ଡ଼ ଓ୍ବାରୀ ଭାଗ କରାଯାଇ ନିର୍ବାଚନ ହୁଏ । ଆଗରୁ ଏହା ଟେବୁଲ ଉପରେ ତିଆରି ହେଉଥିଲା । ଏଥର କିନ୍ତୁ ଡୋର ଟୁ ଡୋର ଭିଜିଟ୍ କରି ଭୋଟର ଲିଷ୍ଟ ପ୍ରସ୍ତୁତ କରାଯିବ । ୬ହଜାର ୭୯୪ ପଞ୍ଚାୟତରେ ୯୧ହଜାର ୯୩୦ ୱାର୍ଡ ବା ବୁଥ୍ ରହିଛି ବୋଲି ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନଙ୍କ ସଚିବ ।

  • Related Posts

    ସଂସଦର ସମୟ ନଷ୍ଟ ହେବା ଯୋଗୁଁ ୨୧୬ କୋଟି କ୍ଷତି : ଅପରାଜିତା

    ସଂସଦରେ ହଙ୍ଗାମା ଓ କାର୍ଯ୍ୟଦିବସ ନଷ୍ଟକୁ ନେଇ ବଡ଼ ବୟାନ ଦେଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ । ସଂସଦ ଯେଉଁଭଳି ଭାବେ ଚାଲିଲା, ତାହା ଅତ୍ୟନ୍ତ ନୈରାଶ୍ୟଜନକ ବୋଲି କହିଛନ୍ତି ଅପରାଜିତା । ତାଙ୍କ କହିବା ଅନୁସାରେ, ସଂସଦର ମୂଲ୍ୟବାନ…

    Continue reading
    ବିଜେପି ବିଧାୟକଙ୍କ ଦୋଷକୁ ରାଜ୍ୟ ସରକାର ଘଣ୍ଟ ଘୋଡାଉଛନ୍ତି: ବିଜେଡି

    ଭୁବନେଶ୍ୱର: କଟକ ସଦର ବିଧାୟକ ପ୍ରକାଶ ସେଠୀଙ୍କ ଦ୍ୱାରା ଦୁର୍ବ୍ୟବହାର ଅଭିଯୋଗ ଆଣି ରେଭେନ୍ସା ବିଶ୍ୱ ବିଦ୍ୟାଳୟରେ ସମୂହ ଇସ୍ତଫା ଦେଇଥିବା ତିରିଶ ଜଣ ୱାର୍ଡେନ ଓ ଡେପୁଟି “ୱାର୍ଡେନଙ୍କ ସ୍ଥାନରେ ନୂତନ ଚିପ୍ ୱାଡେନ, ୱାର୍ଡେନ ଓ ଡେପୁଟି ୱାର୍ଡେନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ