ଏୟାରପୋର୍ଟ ଭିତରେ ଉଡାନ ଯାତ୍ରୀ କାଫେର ଶୁଭାରମ୍ଭ

ଭୁବନେଶ୍ଵର : ଭୁବନେଶ୍ଵର ବିମାନବନ୍ଦରରେ ଏବେ ମିଳିବ ଶସ୍ତା ଖାଦ୍ୟପାନୀୟ। ଏୟାରପୋର୍ଟ ଭିତରେ ଉଡାନ ଯାତ୍ରୀ କାଫେର ଶୁଭାରମ୍ଭ। ୧୦ ଟଙ୍କାରେ ଚା, କଫି, ପାଣି ବୋତଲ ଓ ନଡ଼ିଆ ଲଡ଼ୁ ମିଳିବ। ସେହିପରି ୨୦ ଟଙ୍କାରେ ସିଙ୍ଗଡ଼ା ମିଳିବ। ସବୁ ଯାତ୍ରୀ ଏହି ସୁଲଭ ସୁବିଧା ନେଇ ପାରିବେ। ଉଡାନ ଯାତ୍ରୀ କାଫେର ଉଦଘାଟନ ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ କିଞ୍ଜରପୁ ଏହି ସୂଚନା ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ଏହା ଏକ ନୂଆ ପ୍ରୟାସ। ଏହାଦ୍ଵାରା ଯାତ୍ରୀମାନେ କମ୍ ଖର୍ଚ୍ଚରେ ସୁସ୍ୱାଦୁ ଖାଦ୍ୟ ପାଇପାରିବେ। ଗତବର୍ଷ ଡ଼ିସେମ୍ବର ମାସରେ ପ୍ରଥମେ କଲିକତାରେ ଏହି ଉଡାଣ ଯାତ୍ରୀ କାଫେ ଖୋଲା ହୋଇଥିଲା। ପରେ ଚେନ୍ନାଇ, ଅହମ୍ମଦାବାଦ, ପୁନେରେ ମଧ୍ୟରେ ଖୋଲିଛି। ଆଜି ଭୁବନେଶ୍ୱର ବିମାନବନ୍ଦରରେ ଖୋଲିଲା । ଆସନ୍ତା ଏକବର୍ଷ ମଧରେ ଦେଶର ୧୦ ରୁ ୧୫ ବଡ଼ ବିମାନବନ୍ଦରରେ ଏହି କାଫେ ଖୋଲିବ ବୋଲି ପ୍ରଧାନମନ୍ତ୍ରୀ ଲକ୍ଷ୍ୟ ରଖିଛନ୍ତି।

  • Related Posts

    ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍‌କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍

    ଏମ୍‌କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍‌କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…

    Continue reading
    ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି

    ଭୁବନେଶ୍ବର,: ପ୍ରଥମ ଶ୍ରେଣୀ ସାହିତ୍ୟ ବହିରେ ଗୁରୁତର ତ୍ରୁଟି । ଝୁଲଣା-୧ବହିରେ ‘ଅ’ ବଦଳରେ ‘ଚ’ରୁ ଆରମ୍ଭ ହୋଇଛି ବର୍ଣ୍ଣମାଳା । ସେହିପରି ‘ବନ୍ଦେ ଉତ୍କଳ ଜନନୀ’ରେ ବି ଭୁଲ୍ । ଜାତୀୟ ସଙ୍ଗୀତରେ ବି ଗୁରୁତର ତ୍ରୁଟି ଦେଖାଦେଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ