ଓଡ଼ିଶାରେ କଂଗ୍ରେସର କୌଣସି ଅସ୍ତିତ୍ୱ ନାହିଁ: ଧର୍ମେନ୍ଦ୍ର

ଭୁବନେଶ୍ୱର: ଓଡ଼ିଶାରେ କଂଗ୍ରେସର କୌଣସି ଅସ୍ତିତ୍ୱ ନାହିଁ । ରାହୁଲ ଗାନ୍ଧୀ “ଚାଲି ନ ଜାଣି ବାଟର ଦୋଷ” ଭଳି କଥା କହୁଛନ୍ତି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଶ୍ରୀ ପ୍ରଧାନ ଏକ୍ସରେ ଉଲ୍ଲେଖ କରିଛନ୍ତି ଯେ, ଭୁବନେଶ୍ୱରରେ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଦ୍ୱାରା ଆୟୋଜିତ ‘ସମ୍ବିଧାନ ବଞ୍ଚାଅ’ ରାଲି ପ୍ରକୃତରେ କଂଗ୍ରେସର ରାଜକୁମାରଙ୍କ ଆଉ ଏକ ରାଜନୈତିକ ପର୍ୟ୍ୟଟନ ଥିଲା । ଏହା ‘ସମ୍ବିଧାନ ବଞ୍ଚାଅ’ ନୁହେଁ ବରଂ ‘ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ବଞ୍ଚାଅ’ର ସମାବେଶ ଥିଲା । ଓଡ଼ିଶାରେ ବିଜେପି ସରକାର ପ୍ରତି ଲୋକଙ୍କ ଅତୁଟ ବିଶ୍ୱାସ କଂଗ୍ରେସ ପାଇଁ ସମସ୍ୟା ସୃଷ୍ଟି କରିଛି ।

ରାଜ୍ୟର ଗରିବ, ଦଳିତ, ଜନଜାତି, ଚାଷୀ ଏବଂ ଶ୍ରମିକମାନେ ଦଶନ୍ଧି ପୂର୍ବରୁ କଂଗ୍ରେସକୁ ପ୍ରତ୍ୟାଖ୍ୟାନ କରିଥିଲେ । ଏପରି ପରିସ୍ଥିତିରେ, ଓଡ଼ିଶାର ଗରିବଙ୍କ କଲ୍ୟାଣ ବିଷୟରେ ରାହୁଲ ଗାନ୍ଧୀଙ୍କ କଥା ପ୍ରତାରଣା ବ୍ୟତୀତ ଆଉ କିଛି ନୁହେଁ । କଂଗ୍ରେସ ସର୍ବଦା ଗରିବ ଏବଂ ଦୁର୍ବଳ ବର୍ଗର ଅଧିକାରକୁ ଅଣଦେଖା କରିଆସିଛି । କଂଗ୍ରେସ ସରକାର ଦ୍ୱାରା ଦିଲ୍ଲୀରୁ ପଠାଯାଉଥିବା ଟଙ୍କା ମଧ୍ୟସ୍ଥିଙ୍କ ଦ୍ୱାରା ଲୁଟ କରାଯାଉଥିଲା । ଏସସି, ଏସଟି ଏବଂ ପଛୁଆ ବର୍ଗର ଅଧିକାର ଅପେକ୍ଷା ସେମାନଙ୍କ ଭୋଟ୍ ବ୍ୟାଙ୍କକୁ କଂଗ୍ରେସ ଗୁରୁତ୍ୱ ଦେଉଥିଲା । ସ୍ପଷ୍ଟ ଶବ୍ଦରେ କୁହାଯାଇପାରିବ ଯେ ଗରିବ ଲୋକଙ୍କ ହକ୍ ଏବଂ ଜନଜାତିଙ୍କ ଜମି ସେବେ ପର୍ୟ୍ୟନ୍ତ ସୁରକ୍ଷିତ, ଯେଉଁ ପର୍ୟ୍ୟନ୍ତ କଂଗ୍ରେସ କ୍ଷମତାକୁ ଆସିନାହିଁ ।

ମହାରାଷ୍ଟ୍ର ଏବଂ ହରିୟାଣା ଭଳି ରାଜ୍ୟରେ କଂଗ୍ରେସ ଦଳ ବଡ ପରାଜୟର ସାମ୍ନା କରିଛି । ଏହାପରେ ବି ଲୋକମତକୁ ସମ୍ମାନ ନ ଦେଇ ରାହୁଲ ଗାନ୍ଧୀ ଏବଂ ଖଡଗେ ସେମାନଙ୍କ ପରାଜୟ ପାଇଁ ନିର୍ବାଚନ କମିଶନ ଏବଂ ଗଣତାନ୍ତ୍ରିକ ସଂସ୍ଥାଗୁଡ଼ିକୁ ଦାୟୀ କରୁଛନ୍ତି । ଗଣତନ୍ତ୍ରର କଣ୍ଠରୋଧ ସହ ସମ୍ବିଧାନକୁ କ୍ଷୁର୍ଣ୍ଣ କରି ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିବା ସେହି କଂଗ୍ରେସ ଦଳ ସମ୍ବିଧାନକୁ ବଞ୍ଚାଇବାର ଅପପ୍ରଚାର କରୁଛି, ଯାହା ଆଶ୍ଚର୍ୟ୍ୟର ବିଷୟ । ରାହୁଲ ଗାନ୍ଧୀ “ଚାଲି ନ ଜାଣି ବାଟର ଦୋଷ” ଭଳି କଥା କହୁଛନ୍ତି । ବାରମ୍ବାର ନିର୍ବାଚନ ପରାଜୟ ପରେ ବିହାରର ଆଗାମୀ ନିର୍ବାଚନରେ ପରାଜୟକୁ ଦୃଷ୍ଟିରେ ରଖି କଂଗ୍ରେସ ଦଳ ପୁଣି ଥରେ ‘ଭୋଟ ଚୋରି’ର ନୂଆ ସ୍ଲୋଗାନ ଆରମ୍ଭ କରିଛି । ଓଡ଼ିଶା ସମେତ ଦେଶର ଜନତା ଏବେ କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କ ପ୍ରତ୍ୟେକ ଚାଲ୍ ଏବଂ ଛଳନାକୁ ଚିହ୍ନି ପାରିଛନ୍ତି । ଭବିଷ୍ୟତରେ ମଧ୍ୟ ପ୍ରତ୍ୟେକ ନିର୍ବାଚନରେ ଲୋକମାନେ ଏପରି ଜନବିରୋଧୀ ଏବଂ ସମ୍ବିଧାନ ବିରୋଧୀ ଲୋକଙ୍କୁ ଉଚିତ ଜବାବ ଦେବେ ବୋଲି ସେ ମତପ୍ରକାଶ କରିଛନ୍ତି ।

  • Related Posts

    ଶାନ୍ତି ମଞ୍ଜରୀ ଦେଇ ଦେବଗଡ଼ ପୌରାଧ୍ୟକ୍ଷା ପଦରେ ପୁନଃ ଅବସ୍ଥାପିତ

    ଦେବଗଡ଼:ଦେବଗଡ଼ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତି ମଞ୍ଜରୀ ଦେଇଙ୍କୁ ରାଜ୍ୟ ସରକାରଙ୍କ ଦ୍ୱାରା ଆଧାର ବିହୀନ ତଥା ଭୁଲ ଅଭିଯୋଗ ଆଧାରରେ ପଦଚ୍ୟୁତ କରାଯାଇଥିବା ବିବାଦରେ ଶେଷରେ ନ୍ୟାୟର ଜୟ ଘଟିଛି। ଏହାକୁ ଚ୍ୟାଲେଞ୍ଜ କରି ସେ ଉଚ୍ଚ ନ୍ୟାୟାଳୟର…

    Continue reading
    କେନ୍ଦ୍ର ବିରୋଧରେ ବର୍ଷିଲେ ରାଜା ସ୍ୱାଇଁ, କାହିଁକି ଜାଣନ୍ତୁ

    ଖଣିଜ ସମ୍ପଦ ଉପରେ ଓଡ଼ିଶାର ଅଧିକାର କ୍ଷୁର୍ଣ୍ଣ କରିବାକୁ କେନ୍ଦ୍ରର ଷଡ଼ଯନ୍ତ୍ର ବୋଲି କହି ବର୍ଷିଲେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ରାଜ୍ୟର ରାଜସ୍ୱ ଆଦାୟ କ୍ଷମତା ଉପରେ କଟକଣା ଲଗାଇବାକୁ କେନ୍ଦ୍ର ସରକାର ଉଦ୍ୟମ କରୁଥିବା ଅଭିଯୋଗ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ