ଓଡ଼ିଶାରେ ଚାଲିବ ଇଭି ବୋଟ୍‌

ଭୁବନେଶ୍ୱର : ଓଡ଼ିଶାରେ ଚାଲିବ ଇଭି (ବୈଦ୍ୟୁତିକ) ବୋଟ୍‌ । ପ୍ରଥମ ପର୍ଯ୍ୟାୟରେ ୫ଟି ସ୍ଥାନରେ ପାରମ୍ପରିକ ବୋଟ୍‌ ବା ଡିଜେଲ୍‌ ବୋଟ୍‌କୁ ଇଭି ବୋଟ୍‌ରେ ପରିଣତ କରାଯିବ । ଏନେଇ ଓଡ଼ିଶା ପର୍ଯ୍ୟଟନ ବିଭାଗ ଯୋଜନା କରିଛି । ଏପରିକି ଟେଣ୍ଡର ମଧ୍ୟ ଆହ୍ୱାନ କରାଯାଇଛି । ବର୍ତ୍ତମାନ ଦେଖାଯାଇଥିବା ତୈଳ ସଙ୍କଟ ଏବଂ ପରିବେଶ ସୁରକ୍ଷା ପାଇଁ ସରକାର ପରିବେଶ ଅନୁକୂଳ ବୋଟ୍‌ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି ।
ରାଜ୍ୟରେ ପ୍ରାୟ ୧୦୦ଟି ପର୍ଯ୍ୟଟନସ୍ଥଳୀ ତଥା ଜଳ ଉତ୍ସ ଥିବା ସ୍ଥାନରେ ବୋଟିଂ ସୁବିଧା ରହିଛି । ବିଶେଷକରି ଚିଲିକା, ତାମ୍ପରା, ଅଂଶୁପା, ସିଲ୍‌ଭର୍‌ ସିଟି ବୋଟ୍‌ କ୍ଲବ୍‌, ସାତକୋଶିଆ, ଡେବ୍ରିଗଡ଼, ହୀରାକୁଦ, ଭିତରକନିକାରେ ସୁବିଧା ଉପଲବ୍ଧ ରହିଛି । ପର୍ଯ୍ୟାୟକ୍ରମେ ଇଭି ବୋଟ୍‌ ବ୍ୟବସ୍ଥା କାର୍ଯ୍ୟକାରୀ ହେବ । ସେଥିପାଇଁ ପ୍ରଥମ ପର୍ଯ୍ୟାୟରେ ୫ଟି ସ୍ଥାନକୁ ନିଆଯାଇଛି । ଓଡ଼ିଶା ପର୍ଯ୍ୟଟନ ବିଭାଗ ଅଧୀନ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି) ଟେଣ୍ଡର ଆହ୍ୱାନ କରିଛି । ଯେଉଁ ଏଜେନ୍ସି ଟେଣ୍ଡର ପାଇବ ସେ ରାଜ୍ୟର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ଲାଗି ୫ଟି ବିଳାସପୂର୍ଣ୍ଣ କାଟାମାରାନ୍‌, ସୋଲାର ତଥା ଇଭି ବୋଟ୍‌ ଚଲାଇବ ।

ଟେଣ୍ଡର ଅନୁସାରେ କୋରାପୁଟ ଜିଲ୍ଲାର କୋଲାବ ପାଇଁ ୩୦ ଆସନ ବିଶଷ୍ଟ ବୋଟ୍‌, ସମ୍ବଲପୁର ଜିଲ୍ଲାର ହୀରାକୁଦର ୨ଟି ସ୍ଥାନ ପାଇଁ (ଗୋଟିଏରେ ୨୦ ଓ ଅନ୍ୟଟି ୧୦ ଆସନ୍‌ ବିଶିଷ୍ଟ), କେନ୍ଦ୍ରାପଡ଼ା ଜିଲ୍ଲା ଭିତରକନିକା ପାଇଁ ୨୦ ଆସନ ବିଶିଷ୍ଟ ଏବଂ ଖୋର୍ଦ୍ଧା ଜିଲ୍ଲାର ଚିଲିକା ବରକୁଳ ପାଇଁ ୮ ଆସନ ବିଶିଷ୍ଟ ବୋଟ୍‌ ବ୍ୟବସ୍ଥା ରହିଛି । ବଡ଼ କଥା ହେଲା³ ପର୍ଯ୍ୟଟକଙ୍କୁ ଯେଭଳି କୌଣସି ଅସୁବିଧା ନହେବେ ଏବଂ ପରିବେଶ ସୁରକ୍ଷା ଦୃଷ୍ଟିରୁ ବୋଟ୍‌ରେ ଇଭି ସହିତ ସୋଲାର ବା ସୌରଶକ୍ତି ଓ ସିଏନ୍‌ଜି ବ୍ୟବହାର ଉପଯୋଗୀ ବ୍ୟବସ୍ଥା ମଧ୍ୟ ରହିବ । ଖୁବ୍‌ଶୀଘ୍ର ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ ବୋଲି ବିଭାଗୀୟ ପର୍ଯ୍ୟଟନ ଅଧିକାରୀ ସୂଚନା ଦେଇଛନ୍ତି ।

  • Related Posts

    ଦେବାଶିଷ ସାମନ୍ତରାୟ ବିଜେପି ରାଜ୍ୟସଭା ପ୍ରାର୍ଥୀ

    ଭୁବନେଶ୍ୱର: ବିଜେପିର ରାଜ୍ୟସଭା ପ୍ରାର୍ଥୀ ହେଲେ ଦେବାଶିଷ ସାମନ୍ତରାୟ । ଓଡ଼ିଶା ପାଇଁ ହେବାକୁ ଥିବା ଉପନିର୍ବାଚନ ପରିପ୍ରେକ୍ଷୀରେ ତାଙ୍କୁ ବିଜେପି ପ୍ରାର୍ଥୀ କରିଛି । ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପକ୍ଷରୁ ବିଧିବଦ୍ଧଭାବେ ତାଙ୍କ ନାମ ଘୋଷଣା କରାଯାଇଛି ।…

    Continue reading
    ଓଡିଶାର ବିପର୍ଯ୍ୟୟ ପ୍ରସ୍ତୁତିକୁ ସୁଦୃଢ କରିବ କୋଷ୍ଟାଲ୍ ରାଜମାର୍ଗ; ବ୍ରିକ୍ସ ମଞ୍ଚରୁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ମୋହନ

    ପୁରୀ: ପ୍ରାୟ ୮,୩୦୧ କୋଟି ଟଙ୍କାର ବ୍ୟୟ ଅଟକଳରେ ରାମେଶ୍ୱରରୁ ପାରାଦୀପ ୧୬୦ କିଲୋମିଟର ବିଶିଷ୍ଟ କୋଷ୍ଟାଲ ଗ୍ରୀନଫିଲ୍ଡ ଉପକୂଳ ରାଜମାର୍ଗ ନିର୍ମାଣ ହେବ । ଏହି ଜାତୀୟ ରାଜପଥ ଓଡ଼ିଶାର ବିପର୍ଯ୍ୟୟ ପ୍ରସ୍ତୁତି ଏବଂ ମୁକାବିଲା କ୍ଷମତାକୁ ଯଥେଷ୍ଟ ଶକ୍ତିଶାଳୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ