ଓଡ଼ିଶାର ବେଲପଣା, ଆମ୍ବକୁ ଦେଶରେ ଲୋକପ୍ରିୟ କରାଇଲେ ମୋଦିଜୀ: ମନମୋହନ

ଭୁବନେଶ୍ୱର: ପ୍ରତିଥର ପରି ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ୧୩୪ ତମ “ମନ୍ କି ବାତ୍‌” ରେଡିଓ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦିଜୀ ସମାଜ ଏବଂ ଜାତୀୟ ଜୀବନ ସହ ଜଡ଼ିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଆଲୋକପାତ କରିଥିଲେ । କ୍ରାଡ଼ା, ଜ୍ଞାନ ଓ ବିଜ୍ଞାନରେ ଭାରତର ସଫଳତା ଉପରେ କହିଥିଲେ । ସବୁଥର ପରି ଚଳିତଥର ମଧ୍ୟ “ମନ କି ବାତ୍‌”ରେ ମୋଦିଜୀ ଓଡ଼ିଶାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି । ଓଡ଼ିଶାରୁ ୨୦୦ ଓ ୪୦୦ ମିଟର ଦୌଡରେ ପ୍ରତିନିଧିତ୍ୱ କରୁଥିବା ଜାତୀୟ ରେକର୍ଡଧାରୀ ଅନିମେଶ କୁଜୁର ବିଷୟରେ ମୋଦିଜୀ କହି ଯୁବବର୍ଗଙ୍କୁ କ୍ରୀଡ଼ା କ୍ଷେତ୍ରରେ ଅଗ୍ରସର ହେବାକୁ ଉତ୍ସାହିତ କରିଛନ୍ତି । ଓଡ଼ିଶାର ବେଲପଣା ଓ ସୁସ୍ୱାଦୁ ଆମ୍ବର “ମନ କି ବାତ” କାର୍ଯ୍ୟକ୍ରମରେ ପ୍ରଶଂସା କରି ଏହାକୁ ସାରା ଦେଶରେ ମୋଦିଜୀ ଅଧିକ ଲୋକପ୍ରିୟ କରାଇଛନ୍ତି । ବିଶେଷ କରି ବେଲ ପଣାକୁ ଭାରତ ପରମ୍ପରା ସହ ଯୋଡି ଓଡ଼ିଶାବାସୀଙ୍କୁ ଗର୍ବିତ କରିଛନ୍ତି । ମୋଦିଜୀଙ୍କ ପ୍ରଶଂସା ଓଡ଼ିଶାର ଆମ୍ବ ଚାଷୀକୁ ଅଧିକ ଚାଷ କରି ସେମାନଙ୍କୁ ଆର୍ଥିକ କ୍ଷେତ୍ରରେ ମଜଭୁତ କରିବା ପାଇଁ ପ୍ରେରଣା ଯୋଗାଇବ ବୋଲି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ କହିଛନ୍ତି ।
ଆଜି ଭୁବନେଶ୍ୱର ମଧ୍ୟ ବିଧାନସଭା ନିର୍ବାଚନ ମଣ୍ଡଳୀର ୧୩୧ ଓ ୧୩୨ ବୁଥ୍ କାର୍ଯ୍ୟକର୍ତାଙ୍କ ଉପସ୍ଥିତିରେ ଶହୀଦ ସ୍ପୋର୍ଟିଂ କ୍ଲବରେ ରାଜ୍ୟ ସଭାପତି ତଥା ସାଂସଦ ଶ୍ରୀ ମନମୋହନ ସାମଲ “ମନ କି ବାତ” କାର୍ଯ୍ୟକ୍ରମ ଶୁଣିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଭା ସାଂସଦ ସୁଜିତ୍ କୁମାର, ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀ ଶ୍ରୀ ପବିତ୍ର ମୋହନ ଦାସ, ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମିଶ୍ର, ବରିଷ୍ଠ ନେତା ଶ୍ରୀ ଜଗନ୍ନାଥ ପ୍ରଧାନ ଓ ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ଅଭିଳାଷ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

  • Related Posts

    କେରଳମ୍ ଛୁଇଁଲା ମୌସୁମୀ ବାୟୁ

    କେରଳମ୍ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଛି ଏହି ସୂଚନା। ସାଧାରଣତଃ ଜୁନ୍ ୧ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁଥାଏ। ଚଳିତ ବର୍ଷ ମେ’ ୨୬ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁବ ବୋଲି…

    Continue reading
    ଏ ବର୍ଷ ଏଲ୍ ନିନୋ ପ୍ରଭାବରେ କମ୍ ବର୍ଷା ସମ୍ଭାବନା

    ଚଳିତ ବର୍ଷ ମୌସୁମୀ ପ୍ରବାହ ସମୟରେ ଏଲ୍ ନିନୋ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏଥିଯୋଗୁଁ ଚଳିତ ବର୍ଷ ମୌସୁମୀ ଋତୁ ଅର୍ଥାତ ଜୁନ୍ ରୁ ସେପ୍ଟମ୍ବର ମଧ୍ୟରେ ବର୍ଷାର ପରିମାଣ କମ୍ ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ