ଓଡ଼ିଶା ସରକାରଙ୍କ ପକ୍ଷରୁ ସପ୍ତାହବ୍ୟାପୀ ଯୋଗ ମହୋତ୍ସବ ଉନ୍ମୋଚିତ

ଭୁବନେଶ୍ୱର:ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୬ ପାଳନ ପୂର୍ବରୁ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଓଡ଼ିଶା ଯୋଗ ମହୋତ୍ସବ ସମିତିର ମିଳିତ ସହଯୋଗରେ ଭୁବନେଶ୍ବରସ୍ଥିତ କଳିଙ୍ଗ ଷ୍ଟାଡ଼ିୟମର ଇନ୍‌ଡୋର ଆଥ୍‌ଲେଟିକ୍ସ ସେଣ୍ଟରଠାରେ “ସପ୍ତାହବ୍ୟାପୀ ଯୋଗ ମହୋତ୍ସବ”ର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଯାଇଛି । କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଏବଂ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀ ଭୂପେନ୍ଦ୍ର ସିଂ ପୁନିଆ ସେମାନଙ୍କର ସକ୍ରିୟ ଭାଗିଦାରୀ ସହିତ ଯୋଗ ଶିବିରର ପ୍ରାରମ୍ଭ କରିଥିଲେ।ଏହି ଅବସରରେ ଓଡ଼ିଶା ଯୋଗ ମହୋତ୍ସବ ସମିତିର ସଭାପତି ଆଲୋକ ଦାସ, ସମ୍ପାଦକ ଡ. ଦେବକାନ୍ତ ବେହେରା ଏବଂ ରାଜ୍ୟ ସଂଗଠକ ପ୍ରେମାନନ୍ଦ ନାଥ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ସହ ଅଂଶଗ୍ରହଣକାରୀଙ୍କୁ ଯୋଗାଭ୍ୟାସ ଓ ଶପଥ ପାଠ କରାଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ମାର୍ଗଦର୍ଶନ ଏବଂ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ନେତୃତ୍ବରେ ଏହି ସପ୍ତାହବ୍ୟାପୀ ଯୋଗ ମହୋତ୍ସବ ଆସନ୍ତା ୨୦ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଚାଲିବ ଏବଂ ଜୁନ୍‌ ୨୧ ତାରିଖରେ କଳିଙ୍ଗ ଷ୍ଟାଡ଼ିୟମଠାରେ ଭବ୍ୟ ସମାରୋହରେ ଅନ୍ତର୍ଜାତୀୟ ଯୋଗ ମହୋତ୍ସବ ୨୦୨୬ ପାଳିତ ହେବାକୁ ଯାଉଛି ।ଭାରତୀୟ ସଂସ୍କୃତିର ସୁଦୀର୍ଘ ପରମ୍ପରା ଏବଂ ବିଶ୍ୱ କଲ୍ୟାଣର ଅନନ୍ୟ ମାଧ୍ୟମ ‘ଯୋଗ’କୁ ନେଇ ସାରା ବିଶ୍ୱରେ ଆଗାମୀ ଜୁନ୍ ୨୧ ତାରିଖରେ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହେବାକୁ ଯାଉଛି । ଚଳିତ ବର୍ଷ ଏହି ଦିବସକୁ ଅଧିକ ବ୍ୟାପକ ଓ ପ୍ରଭାବଶାଳୀ କରିବା ପାଇଁ ଭାରତ ସରକାର ଏବଂ ଓଡ଼ିଶା ସରକାରଙ୍କ ପକ୍ଷରୁ ମିଳିତ ଭାବେ ଅନେକ ଜନକଲ୍ୟାଣକାରୀ ପଦକ୍ଷେପ ଗ୍ରହଣ କରାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରେରଣାଦାୟୀ “ଯୋଗ ମହୋତ୍ସବର” ଦୃଷ୍ଟିକୋଣକୁ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ଆଗେଇ ନେବା ପାଇଁ “ସପ୍ତାହବ୍ୟାପୀ ଯୋଗର” ଉନ୍ମୋଚନ କରିଛନ୍ତି।

ଏହି ପରିପ୍ରେକ୍ଷୀରେ କ୍ରୀଡ଼ା ମନ୍ତ୍ରୀ କହିଛନ୍ତି ଯେ”ଆଜି ଯେଉଁଭଳି ଭାବେ ଆମେ ଏକ ଘଣ୍ଟା ଧରି ଯୋଗ ଓ ପ୍ରାଣାୟମ ଅଭ୍ୟାସ କରିଛେ, ଏହା ଯଦିଓ ଅନ୍ତର୍ଜାତୀୟ ଯୋଗ ଦିବସର ଅବ୍ୟବହିତ ପୂର୍ବରୁ ହୋଇଛି, କିନ୍ତୁ ଯେଉଁଭଳି ଭାବରେ ଆମେ ସଂକଳ୍ପ ନେଉଥିଲେ ଏହାକୁ ପ୍ରତ୍ୟେକ ଦିନ କରିବାର ଆବଶ୍ୟକତା ଅଛି ଏବଂ ଆଜିର ଦିନରେ ସମାଜକୁ ସୁସ୍ଥ ରଖିବାକୁ ହେଲେ ବ୍ୟକ୍ତିଗତ ସୁସ୍ଥତାର ମଧ୍ୟ ଆବଶ୍ୟକତା ଅଛି। ବ୍ୟକ୍ତିଗତ ଭାବରେ ସୁସ୍ଥ ରହିବା ହିଁ ସାମୂହିକ ସୁସ୍ଥତା ପାଇବା । ବ୍ୟକ୍ତିଗତ ସୁସ୍ଥତା ପାଇଁ ଯୋଗଠାରୁ ଆଉ ବଡ଼ ମାଧ୍ୟମ ଆଉ କିଛି ନାହିଁ ବୋଲି ମନ୍ତ୍ରୀ ଶ୍ରୀ ସୂରଜ ପ୍ରକାଶ କରିଛନ୍ତି ।”

ଅନ୍ତର୍ଜାତୀୟ ଯୋଗ ଦିବସକୁ ବିଶ୍ୱ ଦରବାରରେ ଏକ ସାର୍ବଜନୀନ ଆନ୍ଦୋଳନରେ ପରିଣତ କରିବାରେ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସବୁଠାରୁ ଉଲ୍ଲେଖନୀୟ ରହିଛି । ଯୋଗ ମାଧ୍ୟମରେ ସମଗ୍ର ବିଶ୍ୱକୁ ‘ବସୁଧୈବ କୁଟୁମ୍ବକମ୍‌’ର ଭାବନାରେ ଏକ ସୁସ୍ଥ ପରିବାରରେ ପରିଣତ କରିବା ହିଁ ତାଙ୍କର ପ୍ରମୁଖ ଉଦ୍ଦେଶ୍ୟ । ଏହି ଉଦେଶ୍ୟରୁ ପ୍ରେରଣା ନେଇ ଓଡିଶାର ମୁଖ୍ୟ ମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଗତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସରେ ଏକ ବଡ ଯୋଗ ଶିବିରର ଆୟୋଜନ କରାଇ ଦଶ ହଜାରରୂ ଉର୍ଦ୍ଧ ଲୋକଙ୍କୁ ସାମିଲ ହେବା ପାଇଁ ଉତ୍ସାହିତ କରିଥିଲେ।

ଆଧୁନିକ ବୈଷୟିକ ଜ୍ଞାନକୌଶଳ, ଯେପରିକି ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଏବଂ ମୋବାଇଲ୍ ଆପ୍ଲିକେସନର ବହୁଳ ବ୍ୟବହାର ଦ୍ୱାରା ଯୋଗକୁ ପ୍ରତିଟି ସାଧାରଣ ନାଗରିକଙ୍କ ଘରେ ସହଜରେ ପହଞ୍ଚାଇବା ଉପରେ ଏଠାରେ ଗୁରୁତ୍ୱ ଦିଆଯାଇଛି। ବିଶେଷ କରି ଯୁବପିଢ଼ିଙ୍କ ମଧ୍ୟରେ ସଚେତନ ଡିଜିଟାଲ୍ ସିଟିଜେନସିପ୍ ଗଠନ କରିବା ସହ ଯୋଗ ପ୍ରତି ସେମାନଙ୍କର ଆଗ୍ରହ ବଢ଼ାଇବା ଏହାର ମୁଖ୍ୟ ଲକ୍ଷ୍ୟ। ଯୋଗକୁ କେବଳ ଗୋଟିଏ ଦିନର ଉତ୍ସବ ମଧ୍ୟରେ ସୀମିତ ନ ରଖି, ପ୍ରତ୍ୟେକ ନାଗରିକଙ୍କ ଦୈନନ୍ଦିନ ଜୀବନଶୈଳୀର ଏକ ଅପରିହାର୍ଯ୍ୟ ଅଂଶ କରିବା ପାଇଁ ଏଥିରେ ଦୃଢ଼ ସଙ୍କଳ୍ପ ପ୍ରକାଶ ପାଇଛି।

କେନ୍ଦ୍ର ଆୟୁଷ ମନ୍ତ୍ରାଳୟ ଚଳିତ ବର୍ଷ (୨୦୨୬) ଅନ୍ତର୍ଜାତୀୟ ଯୋଗ ଦିବସ ଓ ଓଡ଼ିଶା ଯୋଗ ମହୋତ୍ସବ ମାଧ୍ୟମରେ ଗ୍ରାମାଞ୍ଚଳ ଓ ସୀମାନ୍ତ ଅଞ୍ଚଳର ସାଧାରଣ ଲୋକଙ୍କ ପାଖରେ ଯୋଗ ପ୍ରୋଟୋକଲ୍ ପହଞ୍ଚାଇବାକୁ ଏକ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ରଖିଛି। ଡିଜିଟାଲ୍ ମାଧ୍ୟମ ଏବଂ ତୃଣମୂଳ ସ୍ତରର ବ୍ୟାପକ ଅଭିଯାନ ଯୋଗୁଁ ଚଳିତ ବର୍ଷ ପୂର୍ବ ଅପେକ୍ଷା ବହୁତ ଅଧିକ ଲୋକ ଏଥିରେ ଭାଗନେବେ ବୋଲି ଆଶା କରାଯାଉଛି। ଏହି ଆଧୁନିକ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ଅନ୍‌ଲାଇନ୍ ପ୍ଲାଟଫର୍ମରେ ଏକ ସମୟରେ ଲକ୍ଷ ଲକ୍ଷ ଲୋକଙ୍କୁ ସିଧାସଳଖ ଯୋଡ଼ି ଏକ ନୂଆ ‘ଗିନିଜ୍ ବିଶ୍ୱ ରେକର୍ଡ’ ସୃଷ୍ଟି କରିବା ପାଇଁ ମନ୍ତ୍ରାଳୟ ଏବଂ ପ୍ରଧାନମନ୍ତ୍ରୀ ଦୃଢ଼ ଲକ୍ଷ୍ୟ ରଖିଛନ୍ତି।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଭାଗର ସ୍ୱତନ୍ତ୍ର ଶାଶନ ସଚିବ ଶ୍ରୀ ଅଶୋକ କୁମାର ପଣ୍ଡା, ଅତିରିକ୍ତ ସାଶନ ସଚିବ ଶ୍ରୀ ବିଜୟ କୁମାର ସ୍ୱାଇଁ ଓ ଶ୍ରୀ ସୁଧାକର ନାୟକଙ୍କ ସମେତ ବିଭାଗର ବହୁ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

  • Related Posts

    ପାହାଳ ଥାନା ଅଞ୍ଚଳରେ ବୀଭତ୍ସ ହତ୍ୟାକାଣ୍ଡ

    ଭୂବନେଶ୍ବର: ରାଜଧାନୀ ଉପକଣ୍ଠ ପାହାଳ ଥାନା ଅଞ୍ଚଳରେ ବୀଭତ୍ସ ହତ୍ୟାକାଣ୍ଡ । ଘରୁ ଡାକି ନେଇ ଯୁବକଙ୍କୁ ହତ୍ୟା । ଅନନ୍ତପୁର ପେଟ୍ରୋଲ ଟାଙ୍କି ସମ୍ମୁଖ କେନାଲ ବନ୍ଧ ପାଖରେ ପଡ଼ିଛି ଯୁବକଙ୍କ କ୍ଷତବିକ୍ଷତ ମୃତଦେହ । ମୃତଦେହ ନିକଟରେ ପଡ଼ିଛି…

    Continue reading
    ଅଧିକାରୀଙ୍କୁ ଘେରିଲେ ଗ୍ରାମବାସୀ, ବନ୍ଦ ରହିଲା ଅଭିଯୋଗ ଶୁଣାଣି ଶିବିର

    ଦେବଗଡ଼:ବାର‌କୋଟ ବ୍ଲକର ପୁରୁଣାପାଣି ଠାରୁ ଗୁରୁଜାଙ୍ଗ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ଆଜିକୁ ୬ମାସରୁ ଉର୍ଦ୍ଧ୍ବ ହେବ ଉକ୍ତ ରାସ୍ତା ଅଧପନ୍ତରିଆ ଅବସ୍ଥାରେ ପଡିରହିଛି। ତେବେ ଗ୍ରାମବାସୀମା‌ନେ ଉକ୍ତ ରାସ୍ତାକୁ ସଂପୂର୍ଣ୍ଣ କରିବା ପାଇଁ ବାରମ୍ବାର ଦାବି କରୁଥିବାବେଳେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ