ଅଧିକାରୀଙ୍କୁ ଘେରିଲେ ଗ୍ରାମବାସୀ, ବନ୍ଦ ରହିଲା ଅଭିଯୋଗ ଶୁଣାଣି ଶିବିର

ଦେବଗଡ଼:ବାର‌କୋଟ ବ୍ଲକର ପୁରୁଣାପାଣି ଠାରୁ ଗୁରୁଜାଙ୍ଗ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ଆଜିକୁ ୬ମାସରୁ ଉର୍ଦ୍ଧ୍ବ ହେବ ଉକ୍ତ ରାସ୍ତା ଅଧପନ୍ତରିଆ ଅବସ୍ଥାରେ ପଡିରହିଛି। ତେବେ ଗ୍ରାମବାସୀମା‌ନେ ଉକ୍ତ ରାସ୍ତାକୁ ସଂପୂର୍ଣ୍ଣ କରିବା ପାଇଁ ବାରମ୍ବାର ଦାବି କରୁଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆନଯିବାରୁ ସେମାନଙ୍କର ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଆଜି ବାରକୋଟ ବ୍ଲକର ଝରାକଣ୍ଡଳ ପଞ୍ଚାୟତରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଥିଲା। ଏହାର ପ୍ରତିବାଦରେ ଗ୍ରାମବାସୀ ଝରାକଣ୍ଡଳ ପଞ୍ଚାୟତରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିକୁ ବିରୋଧ କରି ଅଭିଯୋଗ ପ୍ରକୋଷ୍ଟ ସମ୍ବୁଖରେ ପ୍ରତିବାଦ କରି କୌଣସି ପ୍ରଶାସନିକ ଅଧିକାରୀଙ୍କୁ ଭିତରକୁ ପଶାଇ ଦେଇ ନଥିଲେ । ଫଳରେ ଆଜି ହେବାକୁ ଥିବା ଅଭିଯୋଗ ଶୁଣାଣି ଶିବିର ବିଫଳ ହେବାସହ ପ୍ରଶାସନିକ ଅଧିକାରୀ ମାନେ ଫେରି ଆସିଥିଲେ।ଉକ୍ତ ଶୁଣାଣି ଶିବିରରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଉପ ଜିଲ୍ଲାପାଳ ପରୀକ୍ଷିତ ସାହୁଙ୍କ ସମେତ ଅନ୍ୟ ଅଧିକାରୀମାନେ ଯୋଗ ଦେବାକୁ ଆସିଥିଲେ।ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗ୍ରାମବାସୀ ପ୍ରତିବାଦ ଯୋଗୁଁ କିଛି ସମୟ ସେଠାରେ ଉତ୍ତେଜନା ଦେଖା ଦେଇଥିଲା। ଉପଜିଲ୍ଲାପାଳ ଶ୍ରୀ ସାହୁ ଲୋକମାନଙ୍କ ସହ ଆଲୋଚନା କରିବା ସତ୍ତ୍ୱେ କୌଣସି ସୁଫଳ ମିଳି ନ ଥିଲା। ପୁଲିସ ଘଟଣାସ୍ଥଳରେ ପଂହଚି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ସୂଚନାଯୋଗ୍ୟ ଯେ,ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତ୍ୟେକ ସୋମବାର ଦିନ ପର୍ଯ୍ୟାୟକ୍ରମେ ଜିଲ୍ଲାର ବିଭିନ୍ନ ପଞ୍ଚାୟତରେ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥାଏ।ଏହି କ୍ରମରେ ପୂର୍ବ ନିର୍ଦ୍ଧାରିତ ଅନୁଯାୟୀ, ସୋମବାର ଛୁଟି ଦିନ ଥିବାରୁ ମଙ୍ଗଳବାର ଝରାକଣ୍ଢଳ ପଂଚାୟତରେ ଅଭିଯୋଗ ଶୁଣାଣି ଥିଲା। ଉକ୍ତ ରାସ୍ତା ଉପରେ ନିର୍ଭରଶୀଳ ଝରାକଣ୍ଡଳ,ଗୁରୁଜାଙ୍ଗ ଗ୍ରାମର ଲୋକେ ଯାତାୟାତରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରାସ୍ତା ନିର୍ମାଣ କାର୍ଯ୍ୟ ଅଧାପନ୍ତରିଆ ହୋଇ ପଡ଼ିଥିବାରୁ ରାସ୍ତାରେ ଯାତାୟାତ କରିବା କଷ୍ଟକର ହୋଇପଡିଛି। ଯାନବାହାନ ଚଳାଚଳ ସମୟରେ ରାସ୍ତାରୁ ପ୍ରବଳ ମାତ୍ରାରେ ଧୂଳି ଉଡ଼ୁଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।

  • Related Posts

    ରାଜଧାନୀରେ ବୁଲିଲା ଖଣ୍ଡା

    ଭୁବନେଶ୍ବର :ରାଜଧାନୀରେ ବୁଲିଲା ଖଣ୍ଡା। ଦୋକାନ ଭାଙ୍ଗିବା ସହ ବାପା ପୁଅଙ୍କୁ ହାଣିଲେ ଦୁର୍ବୃତ୍ତ। ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ପାଖ ବସ୍ତିରେ ୪ରୁ ୫ଜଣ ଦୁର୍ବୃତ୍ତ ଆସି ଆକ୍ରମଣ କରିଥିଲେ। ଆହତ ଦିଲ୍ଲିପ ଓ ରାଜେନ୍ଦ୍ରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଦୁର୍ବୃତ୍ତ…

    Continue reading
    ‘ରେଡ୍ ଫ୍ଲାଗ୍’ ଅନ୍ତର୍ଭୁକ୍ତ ହେବ ରାୟଗଡ଼ା ଭିଡ ହିଂସା

    ରାୟଗଡ଼ା: ‘ରେଡ୍ ଫ୍ଲାଗ୍’ ଅନ୍ତର୍ଭୁକ୍ତ ହେବ ରାୟଗଡ଼ା ଭିଡ ହିଂସା। ଏନେଇ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ଅନୁରୋଧ କରାଯାଇଥିବା ସୂଚନା ଦେଇଛନ୍ତି ରାୟଗଡ଼ା ଏସପି ରାଜ ପ୍ରସାଦ। ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କୁ ଗିରଫ କରାଯାଇଛି। ବାକି ଅଭିଯୁକ୍ତଙ୍କୁ ଧରିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ