ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ମାଷ୍ଟରମାଇଣ୍ଡ ଗିରଫ

ଟିଟିଲାଗଡ: ଟିଟିଲାଗଡରେ ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ । ମାଷ୍ଟର ମାଇଣ୍ଡ ଗିରଫ । ମାଷ୍ଟର ମାଇଣ୍ଡ ଆଲୋକ ଦାସ କୁ ଗିରଫ କରିଛି ବଲାଙ୍ଗିର ପୋଲିସ । ୨୦୧୩ ବହୁଚର୍ଚ୍ଚିତ ବିଜେଡି ନେତା ଅଭିମନୁ୍ୟ ସାହୁ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ଆଲୋକ ଦାସ । ସର୍ତ୍ତମୂଳକ ଜାମିନ ରେ ଆସି ଟିଟିଲାଗଡ ଅଂଚଳରେ କ୍ରାଇମ ସିଣ୍ଡିକେଟ କରୁଥିବାର ଅଭିଯୋଗ ରହିଛି । ସନ୍ତୋଷ ରଣା ଓ ଶୁଭମ ରଣା ଗିରଫ ପରେ ଆଲୋକ ଦାସ କୁ ଗିରଫ କରାଯାଇଛି । ଅଭିମନୁ୍ୟ ସାହୁ ହତ୍ୟା ଘଟଣାରେ ଉଭୟ ଆଲୋକ ଏବଂ ସନ୍ତୋଷ ଅଭିଯୁକ୍ତ ଥିଲେ । ବ୍ୟବସାୟୀ ଶମ୍ଭୁ ଅଗ୍ରୱାଲ ଙ୍କୁ ଆକ୍ରମଣ ଘଟଣାରେ ପୁଣି ଗିରଫ ହୋଇଛନ୍ତି । ୧୨ ବର୍ଷ ଜେଲ ରେ ଜେଲ ରେ ରହିବାପରେ ବେଲ ରେ ଆସିଥଲେ ସନ୍ତୋଷ ଏବଂ ଆଲୋକ । ଆଲୋକ ଦାସ ଏବଂ ସନ୍ତୋଷ ରଣା କେବଳ ଏମାନେ ଗିରଫ ହୋଇନଥିଲେ, କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଥିଲେ । ପାଖାପାଖି ୧୧ ବର୍ଷରୁ ଉର୍ଦ୍ଧ୍ୱ ଜେଲ ରେ ରହିବା ପରେ ଏମାନେ ମାନବର ହାଇକୋର୍ଟ ଙ୍କ ଜାମିନ ରେ ଅଛନ୍ତି । ଯେହେତୁ ଜାମିନରେ ଆସିବା ପରେ ସେମାନଙ୍କ ଙ୍କ ସର୍ତ୍ତ ରହିଛି ଟିଟିଲାଗଡ ସହରରୁ ପଶି ପାରିବେ ନାହିଁ । କୌଣସି ଅପରାଧିକ କାଯ ର୍୍ୟ କ୍ରମରେ ନିଜକୁ ସାମିଲ କରି ପାରିବେ ନାହିଁ । କିନ୍ତୁ ଏସବୁ ବାଦ କ୍ରାଇମ ସିଣ୍ଡିକେଟ ଚାଲୁଥିଲା । ସୋମବାର ଟିଟିଲାଗଡ ରେ ବ୍ୟବସାୟୀ ଙ୍କୁ ଆକ୍ରମଣ ଅଭିଯୋଗ ପରେ ପୋଲିସ ଖୋଲତାଡ ଆରମ୍ଭ କରିଥିଲା । ବଲାଙ୍ଗିର ଏସପି ଅଭିଳାଶ ଜୀ ବକ୍ତିଗତ ଭାବରେ ଘଟଣାର ଖୋଳତାଡ ଆରମ୍ଭ କରିଥିଲେ । ସବୁ ପ୍ରକାର ତଦନ୍ତ ପରେ ଆଲୋକ ଦାସ ଘଟଣାର ମାଷ୍ଟର ମାଇଣ୍ଡ ବୋଲି ଏସପି ସୂଚନା ଦେଇଥିଲେ । ମିିଳିଥିବା ସୂଚନା ଅନୁଶାରେ ଜମିଜମା ମାମଲାକୁ ନେଇ ସେମାନେ ଚାନ୍ଦା ଆସୁଲି କରୁଥିଲେ ।

  • Related Posts

    ରାଜଧାନୀରେ ବୁଲିଲା ଖଣ୍ଡା

    ଭୁବନେଶ୍ବର :ରାଜଧାନୀରେ ବୁଲିଲା ଖଣ୍ଡା। ଦୋକାନ ଭାଙ୍ଗିବା ସହ ବାପା ପୁଅଙ୍କୁ ହାଣିଲେ ଦୁର୍ବୃତ୍ତ। ଭୁବନେଶ୍ବର କ୍ୟାପିଟାଲ ହସ୍ପିଟାଲ ପାଖ ବସ୍ତିରେ ୪ରୁ ୫ଜଣ ଦୁର୍ବୃତ୍ତ ଆସି ଆକ୍ରମଣ କରିଥିଲେ। ଆହତ ଦିଲ୍ଲିପ ଓ ରାଜେନ୍ଦ୍ରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଦୁର୍ବୃତ୍ତ…

    Continue reading
    ‘ରେଡ୍ ଫ୍ଲାଗ୍’ ଅନ୍ତର୍ଭୁକ୍ତ ହେବ ରାୟଗଡ଼ା ଭିଡ ହିଂସା

    ରାୟଗଡ଼ା: ‘ରେଡ୍ ଫ୍ଲାଗ୍’ ଅନ୍ତର୍ଭୁକ୍ତ ହେବ ରାୟଗଡ଼ା ଭିଡ ହିଂସା। ଏନେଇ ରାଜ୍ୟ ପୋଲିସ ମୁଖ୍ୟାଳୟକୁ ଅନୁରୋଧ କରାଯାଇଥିବା ସୂଚନା ଦେଇଛନ୍ତି ରାୟଗଡ଼ା ଏସପି ରାଜ ପ୍ରସାଦ। ଘଟଣାରେ ବର୍ତ୍ତମାନ ସୁଦ୍ଧା ୨୦ ଜଣଙ୍କୁ ଗିରଫ କରାଯାଇଛି। ବାକି ଅଭିଯୁକ୍ତଙ୍କୁ ଧରିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ