
ଦେବଗଡ଼:ପୌରାଚଂଳର ମଠ ସାହି ଦୁର୍ଗା ମନ୍ଦିର ନିକଟରେ ରହୁଥିବା କଳାମାଟି ହାଇସ୍କୁଲର ପ୍ରଧାନଶିକ୍ଷକ ରାଜେନ୍ଦ୍ର ସାହୁ ଓ ସେଲିବାଳା ସାହୁଙ୍କ ବଡ ପୁଅ ପୀୟୁଷ ଓପିଏସସି ପରୀକ୍ଷାରେ କୃତକାର୍ଯ୍ୟ ହେବା ସହିତ ୪୦ ନମ୍ବର ସ୍ଥାନରେ ରହିଛନ୍ତି।ପୀୟୁଷ ଦେବଗଡ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ମ୍ୟାଟ୍ରିକ ପର୍ଯ୍ୟନ୍ତ ଶିକ୍ଷାଲାଭ କରିବା ପରେ ବ୍ରହ୍ମପୁର ନୀଳକଣ୍ଠନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ +୨ ଶିକ୍ଷାଲାଭ କରିଥିଲେ।ଏହାପରେ ଭୁବନେଶ୍ବରସ୍ଥିତ ଓୟୁଏଟିରେ ଫରେଷ୍ଟିରେ ପିଜି କରିଥିଲେ। ନିଜସ୍ବ ଉଦ୍ୟମରେ ଓପିଏସସି ପରୀକ୍ଷା ପାଇଁ ପ୍ରୟାସ କରିଥିଲେ ଏବଂ ଦ୍ବିତୀୟ ପ୍ରୟାସରେ ପୀୟୁଷ କୃତକାର୍ଯ୍ୟ ହୋଇଛନ୍ତି।ଏହି ଖବର ଜଣା ପଡିବା ପରେ ଏହି ଅଞ୍ଚଳରେ ଖୁସିର ଲହରୀ ଖେଳି ଯାଇଛି।


