କନ୍ୟା ସନ୍ତାନ ସୁରକ୍ଷା ଉପରେ ରାଜ୍ୟସ୍ତରୀୟ ଜୁଭେନାଇଲ୍‌ ଜଷ୍ଟିସ୍‌ ପରାମର୍ଶ କର୍ମଶାଳା

କଟକ/ଭୁବନେଶ୍ୱର: ଓଡ଼ିଶା ହାଇକୋର୍ଟର ଜୁଭେନାଇଲ୍‌ ଜଷ୍ଟିସ୍‌ କମିଟି, ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ୟୁନିସେଫ୍‌ର ମିଳିତ ଆନୁକୂଲ୍ୟରେ ‘କନ୍ୟା ଶିଶୁ ସୁରକ୍ଷା: ଭାରତରେ କନ୍ୟା ସନ୍ତାନଙ୍କ ପାଇଁ ଏକ ସୁରକ୍ଷିତ ଏବଂ ସକ୍ଷମ ପରିବେଶ’ ଶୀର୍ଷକ ଏକ ରାଜ୍ୟସ୍ତରୀୟ ଜୁଭେନାଇଲ୍‌ ଜଷ୍ଟିସ୍‌ ପରାମର୍ଶ କର୍ମଶାଳା ଆୟୋଜିତ ହୋଇଯାଇଛି । କଟକର ଓଡ଼ିଶା ଜୁଡିସିଆଲ୍‌ ଏକାଡେମୀରେ ଆୟୋଜିତ ଏହି କର୍ମଶାଳାକୁ ଉଦ୍‌ଘାଟନ କରି ମାନ୍ୟବର ମୁଖ୍ୟ ବିଚାରପତି ଶ୍ରୀ ହରିଶ ଟଣ୍ଡନ୍‌ ହିଂସା, ବାଲ୍ୟବିବାହ ଏବଂ ଶୋଷଣରୁ କନ୍ୟାମାନଙ୍କୁ ସୁରକ୍ଷା ଦେବା ପାଇଁ ଦୃଢ଼ ସଂସ୍ଥାଗତ ବ୍ୟବସ୍ଥା ଏବଂ ଗୋଷ୍ଠୀ-ଆଧାରିତ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଛନ୍ତି । ସେ ତାଙ୍କର ବ୍ୟକ୍ତିଗତ ଅନୁଭୂତି ବର୍ଣ୍ଣନା କରିବା ସହ ବାଲ୍ୟବିବାହ ନିଷେଧ ଆଇନ, ୨୦୦୬ ଏବଂ କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଏବଂ ସୁରକ୍ଷା) ଆଇନ, ୨୦୧୫ର ବିଭିନ୍ନ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ । ବୈଷୟିକ ଅଧିବେଶନରେ ହେବାକୁ ଥିବା ଆଲୋଚନା କନ୍ୟାମାନଙ୍କୁ ଏକ ସୁରକ୍ଷିତ ଏବଂ ସକ୍ଷମ ପରିବେଶ ସୁନିଶ୍ଚିତ କରିବା ପାଇଁ ମାର୍ଗ ପ୍ରଶସ୍ତ କରିବ ବୋଲି ସେ ଆଶା ପ୍ରକାଶ କରିଥିଲେ ।

ଉଦ୍‌ଘାଟନୀ ଅଧିବେଶନରେ ଓଡ଼ିଶା ହାଇକୋର୍ଟର କିଶୋର ନ୍ୟାୟ କମିଟିର ବିଚାରପତି ଏବଂ ଅଧ୍ୟକ୍ଷା ମିସ୍‌ ଜଷ୍ଟିସ୍‌ ସାବିତ୍ରୀ ରାଠୋ ସ୍ୱାଗତ ଭାଷଣ ଦେବା ସହ ଏହି କର୍ମଶାଳାର ଉଦ୍ଦେଶ୍ୟ ଉପରେ ଆଲୋକପାତ କରିଥିଲେ । ଅତୀତରେ ମହିଳା ସଶକ୍ତିକରଣ ଶ୍ରଦ୍ଧା ଏବଂ ପ୍ରତିରୋଧର ବିଷୟ ଥିଲା ବୋଲି ଉଲ୍ଲେଖ କରି ସେ କହିଥିଲେ ଯେ କନ୍ୟା ସନ୍ତାନଙ୍କୁ ସୁରକ୍ଷା ଦେବା ଆମର ଦାୟିତ୍ୱ ଏବଂ ଭବିଷ୍ୟତ ପାଇଁ ପ୍ରତିଶ୍ରୁତି ଓ କର୍ତ୍ତବ୍ୟ । ଯେତେବେଳେ ଜଣେ ଝିଅ ସୁରକ୍ଷିତ ଓ ସଶକ୍ତ ହୁଏ, ବିଶ୍ଵରେ ପ୍ରକୃତ ବିକାଶ ପରିଲିଖିତ ହୁଏ । କନ୍ୟା ସନ୍ତାନମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ସମାନ ସୁଯୋଗ ଅଧିକାରକୁ ସୁନିଶ୍ଚିତ କରିବା ଆମର ମୌଳିକ କର୍ତ୍ତବ୍ୟ ।
ଏହି ଅବସରରେ ମାନ୍ୟବର ବିଚାରପତି ତଥା ନ୍ୟୁଜଲେଟରର ମୁଖ୍ୟ ସମ୍ପାଦକ ଏବଂ ଓଡ଼ିଶା ହାଇକୋର୍ଟର ଜୁଭେନାଇଲ୍‌ ଜଷ୍ଟିସ୍‌ କମିଟିର ସଦସ୍ୟ ଜଷ୍ଟିସ୍‌ ଏ. କେ. ମହାପାତ୍ର ୨୦୧୭ ମସିହାରେ ଆରମ୍ଭ ହୋଇଥିବା ନ୍ୟୁଜଲେଟର ଶିଶୁ ସୁରକ୍ଷା ଉପରେ ଆଲୋକପାତ କରିଥିଲେ ।
ମାନ୍ୟବର ମୁଖ୍ୟ ବିଚାରପତି ଶ୍ରୀ ହରିଶ ଟଣ୍ଡନ ଜୁଭେନାଇଲ୍‌ ଜଷ୍ଟିସ୍‌ କମିଟିର ନ୍ୟୁଜଲେଟର ଶିଶୁ ସୁରକ୍ଷା ୨୦୨୫ ବର୍ଷ ପାଇଁ ପ୍ରକାଶିତ ସଂସ୍କରଣକୁ ଉନ୍ମୋଚନ କରିଥିଲେ ।
ମହିଳା ଏବଂ ଶିଶୁ ବିକାଶ ବିଭାଗ ନିର୍ଦ୍ଦେଶକ ମୋନିଷା ବାନର୍ଜୀ ଏହି ପ୍ରସଙ୍ଗର ଗୁରୁତ୍ୱ ଉପରେ ଆଲୋକପାତ କରି କହିଲେ ଯେ କନ୍ୟା ସନ୍ତାନଙ୍କୁ ସୁରକ୍ଷା, ନ୍ୟାୟ, ମର୍ୟ୍ୟାଦା ଦେବା ବିକାଶର ମୂଳମନ୍ତ୍ର । ବାଲ୍ୟ ବିବାହ, ସ୍କୁଲ୍‌ ଛାଡ଼ୁଥିବା ଏବଂ ଶିଶୁ ଚାଲାଣର ଶିକାର ହେବା ଦ୍ୱାରା କନ୍ୟା ସନ୍ତାନମାନଙ୍କ ଭବିଷ୍ୟତ ନଷ୍ଟ ହେଉଛି । ଏଣୁ ପ୍ରତ୍ୟେକ ଶିଶୁକୁ ସୁରକ୍ଷା ଦେବା ଆମର କର୍ତ୍ତବ୍ୟ । ସରକାରୀ, ବେସରକାରୀ ଅନୁଷ୍ଠାନ, ଆମର ଢାଞ୍ଚା ବିଷୟରେ ଆମ ସମାଜକୁ ତତ୍ପର ହେବାକୁ ପଡ଼ିବ ବୋଲି ସେ ପ୍ରକାଶ କରିଥିଲେ ।
ୟୁନିସେଫ୍‌ ଓଡ଼ିଶାର କ୍ଷେତ୍ର କାର୍ୟ୍ୟାଳୟର ମୁଖ୍ୟ ୱିଲିୟମ୍‌ ହାନଲନ୍‌ ଜୁନିଅର କହିଲେ ଯେ ଶିଶୁମାନଙ୍କ ବିରୁଦ୍ଧରେ ହିଂସା କେବଳ ମୌଳିକ ମାନବାଧିକାରର ଉଲ୍ଲଂଘନ ନୁହେଁ ବରଂ ଏକ ଜରୁରୀ ଜନସ୍ୱାସ୍ଥ୍ୟ ସଙ୍କଟ । ଏହା ଶିଶୁଙ୍କ ଜୀବନ ଏବଂ ସମାଜ ଉପରେ ଗଭୀର ପ୍ରଭାବ ପକାଇଥାଏ । ହାନଲନ୍‌ ଜୁନିଅର ଏକ ସାମୂହିକ ଆଭିମୁଖ୍ୟ ଗ୍ରହଣ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରି କହିଲେ ଯେ କନ୍ୟା ସନ୍ତାନ ଏବଂ ସମସ୍ତ ଶିଶୁଙ୍କ ବିରୁଦ୍ଧରେ ହିଂସା ସମାପ୍ତ କରିବା ପାଇଁ ଆମର ଆଇନକୁ ସୁଦୃଢ଼ କରିବା ସହ ସଚେତନତା ସୃଷ୍ଟି କରିବାକୁ ପଡ଼ିବ । ସରକାର ଓ ନାଗରିକ ସମାଜର ମିଳିତ ପ୍ରଯତ୍ନରେ ପ୍ରତ୍ୟେକ ଶିଶୁ ସୁରକ୍ଷିତ ହେବା ସହ ପ୍ରଗତିରେ ଅଂଶୀଦାର ହୋଇପାରିବ ।
ପରାମର୍ଶ କର୍ମଶାଳାରେ ଓଡ଼ିଶା ହାଇକୋର୍ଟର ମାନ୍ୟବର ବିଚାରପତି, ବରିଷ୍ଠ ସରକାରୀ ଅଧିକାରୀ, ନ୍ୟାୟିକ ଅଧିକାରୀ, ଆଇନ ପ୍ରବର୍ତ୍ତନ କର୍ତ୍ତୃପକ୍ଷ, ଶିଶୁ ଅଧିକାର ବିଶେଷଜ୍ଞ ଏବଂ ବିଭିନ୍ନ ବିଭାଗର ପ୍ରତିନିଧିମାନେ ଯୋଗଦେଇ ଓଡ଼ିଶାରେ କନ୍ୟା ସନ୍ତାନଙ୍କ ସୁରକ୍ଷା ଏବଂ କଲ୍ୟାଣକୁ ସୁନିଶ୍ଚିତ କରିବା ପାଇଁ ଥିବା ବିଭିନ୍ନ ଆହ୍ୱାନ ବିଷୟରେ ଆଲୋଚନା କରିଥିଲେ ।
ମହିଳା ଓ ଶିଶୁ ବିକାଶ, ବିଦ୍ୟାଳୟ ଓ ଗଣଶିକ୍ଷା, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ପଞ୍ଚାୟତିରାଜ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଓ ଓଡ଼ିଶା ପୋଲିସର ଅଧିକାରୀମାନେ କର୍ମଶାଳାରେ ଅଂଶଗ୍ରହଣ କରି ସୁଚିନ୍ତିତ ମତାମତ ରଖିଥିଲେ ।
ମାନ୍ୟବର ବିଚାରପତି ତଥା ସଦସ୍ୟ କିଶୋର ନ୍ୟାୟ କମିଟି, ଓଡ଼ିଶା ହାଇକୋର୍ଟ ଏମ୍‌. ଏସ୍‌. ରମଣ ଧନ୍ୟବାଦ ପ୍ରସ୍ତାବ ଦେଇଥିଲେ ।

  • Related Posts

    ଲାଞ୍ଚ ନେଇ ଧରାପଡ଼ିଲେ ରାଜସ୍ୱ ନିରୀକ୍ଷକ

    ଭୁବନେଶ୍ୱର: ଜାତି ସାର୍ଟିଫିକେଟ୍ କରାଇଦେବା ପାଇଁ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଲକାନଗିରି ଜିଲ୍ଲା ଝରାପାଲି ପଞ୍ଚାୟତର ରାଜସ୍ୱ ନିରୀକ୍ଷକ (RI) ସୁରଜବାଲା ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଜଣେ ଯୁବକଙ୍କ ଜାତି ସାର୍ଟିଫିକେଟ୍ କରାଇଦେବା ପାଇଁ ସୁରଜ ବାଲା…

    Continue reading
    ସୁପ୍ରିମକୋର୍ଟ​‌ରେ ଡିଜିପି ନିଯୁକ୍ତି ମାମଲା : ପକ୍ଷ ରଖିଲେ ଓଡିଶା ସରକାର

    ଭୁବନେଶ୍ବର: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲାର ମଙ୍ଗଳବାର ଶୁଣାଣି ହୋଇଥିଲା। ଏଥିରେ ଓଡିଶା ସରକାର ନିଜ ପକ୍ଷ ରଖିଛନ୍ତି। ତେବେ ସେପ୍ଟେମ୍ବର ୨ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି।ଓଡିଶାରେ ଡିଜିପି ଚୟନକୁ ନେଇ ଆପତ୍ତି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ