କବାଡି ପ୍ରିମିୟର ଲିଗ୍‌ର ଶୁଭାରମ୍ଭ କଲେ ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର:ସମ୍ବଲପୁରର ଟାଉନ୍ ହଲ୍ ପଡ଼ିଆ ଠାରେ ଆୟୋଜିତ “ସ୍ୱର୍ଗତ ସୁରେଶ ସେଠ୍ ମେମୋରିଆଲ୍ ସମ୍ବଲପୁର କବାଡି ପ୍ରିମିୟର ଲିଗ୍ (ସିଜନ୍-୩)”ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।ଏହି କାର୍ୟ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି, ସମ୍ବଲପୁର ଜିଲ୍ଲାରେ ଫୁଟବଲ, ହକି, କ୍ରିକେଟ୍ ଏବଂ ସନ୍ତରଣ ସମେତ କବାଡିର ଏକ ସମୃଦ୍ଧ ପରମ୍ପରା ରହିଛି । ଏହି ଲିଗ୍ ମ୍ୟାଚ୍‌ରେ ୧୨ଟି ଟିମ୍ ଅଂଶଗ୍ରହଣ କରୁଛନ୍ତି । ଜାତୀୟ ଶିକ୍ଷା ନୀତିରେ ଖେଳକୁ ପାଠପଢାର ଏକ ଅଂଶ ଭାବରେ ଗ୍ରହଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ସମ୍ବଲପୁର କବାଡି କ୍ଲବ୍ ଏବଂ ସମ୍ବଲପୁର ବଏଜ୍‌ଙ୍କ ମିଳିତ ଉଦ୍ୟମରେ ଆୟୋଜିତ ଏହି ପ୍ରୟାସ ଯୁବପିଢିଙ୍କ ମଧ୍ୟରେ ଖେଳୁଆଡ଼ ମନୋଭାବ ବୃଦ୍ଧି କରିବାରେ ବେଶ ସହାୟକ ହେବ ।
ଅପରପକ୍ଷରେ ସମ୍ବଲପୁରରେ ଏକ ଅତ୍ୟାଧୁନିକ କବାଡି ଷ୍ଟାଡିୟମ ନିର୍ମାଣ ପାଇଁ ରାଜ୍ୟ ସରକାର ଯୋଜନା କରିଛନ୍ତି । ସମ୍ବଲପୁରରେ ପୁଣି ଥରେ ଜାତୀୟ ସ୍ତରର କବାଡି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା ପାଇଁ ସାମୂହିକ ପ୍ରୟାସ କରାଯିବ । ଏଥିପାଇଁ ଆବଶ୍ୟକୀୟ ସହଯୋଗ ଓ ଦାୟିତ୍ୱ ନେବାକୁ ଧର୍ମେନ୍ଦ୍ର ପ୍ରଧାନ ପ୍ରତିଶ୍ରୁତି ଦେଇଛନ୍ତି । ମନ୍ତ୍ରୀ ପ୍ରତିଯୋଗିତାରେ ଭାଗ ନେଇଥିବା ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ସାମଗ୍ରିକ କ୍ରୀଡ଼ାର ବିକାଶ ଉପରେ ଗୁରୁତ୍ୱାରୋପ କରିଛନ୍ତି ।

  • Related Posts

    ୯ ୱିକେଟ୍‌ରେ ଜିତିଲା ବେଙ୍ଗାଲୁରୁ, ୯,୦୦୦ ରନ୍ ସ୍କୋର କରିବାରେ ପ୍ରଥମ ବ୍ୟାଟ୍ସମ୍ୟାନ୍ ରେକର୍ଡ କଲେ କୋହଲି

    ନୂଆଦିଲ୍ଲୀ: ଆଇପିଏଲ୍‌ ୨୦୨୬ର ୩୯ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଉଭୟ ବୋଲିଂ ଏବଂ ବ୍ୟାଟିଂ କ୍ଷେତ୍ରରେ ଦମ୍‌ଦାର ପ୍ରଦର୍ଶନ କରି ଦିଲ୍ଲୀ ବିପକ୍ଷରେ ବେଙ୍ଗାଲୁରୁର ସହଜ ବିଜୟ ହାସଲ କରିଛି। ରଜତ ପଟିଦାରଙ୍କ ନେତୃତ୍ବରେ ବେଙ୍ଗାଲୁରୁ ଟସ୍‌ ଜିଣି ପ୍ରଥମେ…

    Continue reading
    ଧୋନିଙ୍କ ପ୍ରଶଂସକଙ୍କୁ ଝଟକା: ଆଇପିଏଲ୍‌ ପାଇଁ ପ୍ରତ୍ୟାବର୍ତ୍ତନ ଆହୁରି ବିଳମ୍ବ ହେବ

    ନୂଆଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗ୍ସ ମୁଖ୍ୟ ପ୍ରଶିକ୍ଷକ ଷ୍ଟିଫେନ୍ ଫ୍ଲେମିଂ ସୂଚନା ଦେଇଛନ୍ତି ଯେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୬ ପାଇଁ ମହେନ୍ଦ୍ର ସିଂହ ଧୋନିଙ୍କ ପ୍ରତ୍ୟାବର୍ତ୍ତନ ଆହୁରି ବିଳମ୍ବ ହେବ। ଏହି ଅଭିଜ୍ଞ ୱିକେଟକିପର-ବ୍ୟାଟସମ୍ୟାନ୍ ବାଛୁରୀ ଆଘାତରୁ ସୁସ୍ଥ ହେବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା