କମ୍ ଯୋଗ୍ୟତାର ପଦବି ପାଇଁ ଉଚ୍ଚ ଯୋଗ୍ୟତା ଗ୍ରହଣୀୟ ନୁହେଁ

ନୂଆଦିଲ୍ଲୀ: ଯେଉଁ ଚାକିରି ବା ପଦବି ନିର୍ଦ୍ଦିଷ୍ଟ ଭାବେ କମ୍ ଶିକ୍ଷାଗତ ଯୋଗ୍ୟତା ସମ୍ପନ୍ନ ପ୍ରାର୍ଥୀଙ୍କ ପାଇଁ ଉଦ୍ଦିଷ୍ଟ ସେଥିପାଇଁ ଜଣେ ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଥିବା ବ୍ୟକ୍ତିଙ୍କୁ ଚୟନ କରାଯାଇପାରିବ ନାହିଁ । ଯଦି ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଥିବା ବ୍ୟକ୍ତି ତାଙ୍କ ଶିକ୍ଷା ବାବଦ ତଥ୍ୟ ଲୁଚାଇ ସେହି ଚାକିରି କରିଥାନ୍ତି ତେବେ ତାହାକୁ ଅବୈଧ ବିବେଚନା କରାଯିବ ବୋଲି ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି ।
ଜଷ୍ଟିସ୍ ଅହସାନୁଦ୍ଦିନ ଅମାନୁଲ୍ଲା ଏବଂ ଜଷ୍ଟିସ୍ ଆର୍. ମହାଦେବନଙ୍କ ଖଣ୍ଡପୀଠ ମାଡ୍ରାସ ହାଇକୋର୍ଟ ୨୦୨୫ରେ ଦେଇଥିବା ଏକ ରାୟକୁ ରଦ୍ଦ କରିଛନ୍ତି । ଏଥିରେ ହାଇକୋର୍ଟ ସିଣ୍ଡିକେଟ୍ ବ୍ୟାଙ୍କ ଆଟେଣ୍ଡାଣ୍ଟ ଚାକିରି ପାଇବା ଲାଗି ଗ୍ରାଜୁଏସନ ଡିଗ୍ରୀ ଲୁଚାଇଥିବା ଜଣେ ବ୍ୟକ୍ତିଙ୍କ ପକ୍ଷରେ ଫଇସଲା ଶୁଣାଇଥିଲେ । ଏଥିସହ ସେହି କର୍ମଚାରୀଙ୍କ ପୁନଃ ନିଯୁକ୍ତି ଦେବାକୁ ହାଇକୋର୍ଟ ଆଦେଶ ଦେଇଥିଲେ । ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଥିଲେ, କିଛି ପଦ ପାଇଁ କମ୍ ଲେଖା-ପଢ଼ା କରିଥିବା ଲୋକଙ୍କ ପାଇଁ ସମ୍ପୂର୍ଣ୍ଣ ଭାବେ ସଂରକ୍ଷିତ ରଖାଯିବା ରଖାଯିବା ଆବଶ୍ୟକ । ଏହାଦ୍ୱାରା ସେମାନଙ୍କୁ ଅଧିକ ଯୋଗ୍ୟ ପ୍ରାର୍ଥୀଙ୍କ ସହ ପ୍ରତିଦ୍ୱନ୍ଦିତା କରିବାକୁ ପଡ଼ିବନି ।

ସୂଚନା ଅନୁସାରେ ଉକ୍ତ ବ୍ୟାଙ୍କର ଆଟେଣ୍ଡାଣ୍ଟ ପଦଟି କେବଳ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିବା ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ ଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଜଣାପଡ଼ିଥିଲା ଯେ, ଚାକିରି ପାଇଥିବା ବ୍ୟକ୍ତିଜଣକ ଗ୍ରାଜୁଏଟ ଏବଂ ସେ ତାଙ୍କ ଶିକ୍ଷାଗତ ଯୋଗ୍ୟତା ଲୁଚାଇ ଥିଲେ । ସେହି ବ୍ୟକ୍ତିଙ୍କୁ ଚୟନ କରାଯିବା ଭୁଲ୍ ଥିଲା ଏବଂ ଏହା ଦ୍ୱାରା ଚୟନ ପ୍ରକ୍ରିୟାର ସ୍ୱଚ୍ଛତା ପ୍ରଭାବିତ ହୋଇଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ଅଦାଲତ ସ୍ପଷ୍ଟ କରିଛନ୍ତି ଯେ, ସରକାର ଜଣେ ପାରଦର୍ଶୀ ଏବଂ ସମାନ ସୁଯୋଗ ପ୍ରଦାନକାରୀ ନିଯୁକ୍ତିଦାତା ଭାବେ କାର୍ଯ୍ୟ କରିବେ ବୋଲି ଆଶା କରାଯାଏ । ଅଧିକ ଶିକ୍ଷାଗତ ଯୋଗ୍ୟତା ଥିବା ପ୍ରାର୍ଥୀମାନେ କମ୍ ଶିକ୍ଷାଗତ ଯୋଗ୍ୟତାର ଲୋକଙ୍କ ଚାକିରି ନେଇଗଲେ, କମ୍ ଯୋଗ୍ୟତାର ଲେକାଙ୍କ ପାଇଁ ସୁଯୋଗ କମିଯିବ । ସରକାରୀ ଚାକିରିରେ ନିଯୁକ୍ତି ସର୍ବଦା ବିଜ୍ଞପତିରେ ଲେଖା ଯାଇଥିବା ନିୟମ ଅନୁଯାୟୀ ହେବା ଉଚିତ । ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଥିବା କାରଣରୁ କାହାକୁ କମ୍ ଯୋଗ୍ୟତା ବିଶିଷ୍ଟ ପଦବୀ ପାଇଁ ଆବେଦନ କରିବାର ଅଧିକାର ମିଳିଯାଏ ନାହିଁ ।

  • Related Posts

    ନୂଅ ଦଳ ଗଠନ ନେଇ ଘୋଷଣା କଲେ ଆନ୍ନାମଲାଇ:ନାମ ‘ଆମେ ନେତା’

    ନୂଆଦିଲ୍ଲୀ: ତାମିଲନାଡୁ ଭାଜପାର ପୂର୍ବତନ ରାଜ୍ୟ ସଭାପତି କେ. ଆନ୍ନାମଲାଇ ଶୁକ୍ରବାର (ଜୁନ ୫) ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଘୋଷଣା କରିବା ସହିତ ଏକ ନୂତନ ରାଜନୈତିକ ଯାତ୍ରା ଆରମ୍ଭ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ସେ ଏକ…

    Continue reading
    ବିଜେପି ଛାଡ଼ିଲେ କେ ଅନ୍ନାମଲାଇ

    ଚେନ୍ନାଇ: କେ ଅନ୍ନାମଲାଇ ବିଜେପି ଛାଡ଼ିବା ନେଇ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟିଛି। ବିଜେପି ଶୁକ୍ରବାର ତାମିଲନାଡୁରେ ଦଳର ପୂର୍ବତନ ମୁଖ୍ୟ କେ ଆନ୍ନାମଲାଇ ଇସ୍ତଫା ଦେଇଥିବା କହିଛି। ବିଜେପି ଏକ ବିଜ୍ଞପ୍ତିରେ କହିଛି ଯେ, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ