କରନ ଜୋହରଙ୍କ ମେଟ୍‌ ଗାଲା ଗାଉନ୍‌: ୮୦ କାରିଗରଙ୍କ ୫୬୦୦ ଘଂଟାର ପରିଶ୍ରମ

ଆମେରିକାର ନ୍ୟୁୟର୍କ ସିଟି ଠାରେ ମେ, ୪ ତାରିଖରେ ହୋଇଥିବା ମେଟ୍‌ ଗାଲାରେ ନିର୍ମାତା-ନିର୍ଦ୍ଦେଶକ କରଣ ଜୋହରଙ୍କ ଡେବ୍ଲ୍ୟୁ ଆପିଅରାନ୍ସ ସବୁତକ ଲାଇମ୍‌ଲାଇଟ୍‌ ସାଉଁଟି ନେଇଛି । ମନୀଷ ମଲହୋତ୍ରାଙ୍କ ଦ୍ୱାରା ଡିଜାଇନ୍‌ ହୋଇଥିବା କରନ ‘ଫ୍ରେମ୍‌ ଇନ୍‌ ଇଟର୍ନିଟି’ ଏକ ସିଗ୍‌ନେଚର ଗାଉନ୍‌ ପିନ୍ଧିଥିଲେ । ଏହା ଲାଲ,କଳା ଓ ସୁନେଲି ରଙ୍ଗର ଏକ ରାଜକୀୟ, ମୂର୍ତ୍ତିକୃତ କଳା ମଖମଲ ବନ୍ଧଗାଲା ଜ୍ୟାକେଟ୍‌, ଏକ ଚମତ୍କାର, ଛଅ ଫୁଟ ଲମ୍ବା କେପ୍‌ ଗୋଟିଏ ଚଳନ୍ତା କାନ୍‌ଭାସ ଭଳି ଦେଖାଯାଉଥିଲା । ଯେଉଁ କାନ୍‌ଭାସ୍‌ରେ ୧୯ ଶତାବ୍ଦୀର ପ୍ରସିଦ୍ଧ ଚିତ୍ରକର ରାଜା ରବି ବର୍ମାଙ୍କର “ହମସା ଦମୟନ୍ତୀ’ ଓ “କାଦମ୍ବରୀ” ସମେତ ହସ୍ତ-ଚିତ୍ରିତ ଏବଂ ପ୍ରତିକୃତି ଥିଲା । ୮୦ ଜଣ ପାରମ୍ପରିକ କାରୀଗର ୫ ହଜାର ୬ଶହ ଘଣ୍ଟା ବା ଦିନ ଭାବେ ହିସାବ କଲେ ୮୬ ଦିନରୁ ଅଧିକ ସମୟ ଲାଗି ଏହାକୁ ପ୍ରସ୍ତୁତ କରିଥିଲେ । ନିଜ ଲୁକ୍‌କୁ ମଲ୍ଟି-ଜେମ୍‌ଷ୍ଟୋନ୍‌ ହେରିଟେଜ୍‌ ହାର, କୁନ୍ଦନ ଅଙ୍ଗୁଠି ଏବଂ ଏମରାଲ୍ଡ ହାର ପିନ୍ଧି କମ୍ପ୍ଲିଟ୍‌ କରିଥିଲେ କରନ୍‌ । ତେବେ ମେଟ୍‌ ଗାଲାରେ ବେଶ୍‌ ପ୍ରଶଂସା ସାଉଁଟି ଥିବା କରନଙ୍କର ଏହି ଲୁକ୍‌ ପୁଣିଥରେ ଭାଇରାଲ ହୋଇଛି ଅମୂଲ କମ୍ପାନୀର ଏକ ବିଜ୍ଞାପନ ଯୋଗୁଁ । ଅମୂଲ କମ୍ପାନୀ ନିଜ ବିଜ୍ଞାପନରେ ବି କରନଙ୍କ୍‌ ଲୁକ୍‌କୁ ନେଇ ପ୍ରଶଂସା କରିଛି ।

  • Related Posts

    ଚାକିରୀ ପାଇଁ : ଖାଲି ପାଦରେ ଶାଢ଼ୀ ପିନ୍ଧି ୧୬୦୦ ମିଟର ଦୌଡିଲେ ବିଧବା

    ସୋସିଆଲ ମିଡିଆରେ ଆଜି ଗୋଟିଏ ଭିଡିଓ ଖୁବ୍‌ ଭାଇରାଲ ହୋଇଛି । ପିନ୍ଧାଶାଢ଼ୀକୁ ଅଣ୍ଟାରେ ଖୋସି ଖାଲି ପାଦରେ ୮ ମିନିଟ୍‌ରେ ସେ ଦୌଡିଛନ୍ତି ୧୬୦୦ ମିଟର । କେବଳ ନିଜର ପେଟପାଟଣା ପାଇଁ । ଝାଡଖଣ୍ଡର ଜଣେ ବିଧବା ମହିଳା…

    Continue reading
    ରିଲିଜ୍‌ର ଦିନକ ପୂର୍ବରୁ ଦର୍ଶକ ଦେଖିପାରିବେ ‘ରାମାୟଣ’ ସିନେମା

    ଭାରତରେ ‘ରାମାୟଣ ପାର୍ଟ ୧’ର ଅଫିସିଆଲ୍‌ ରିଲିଜ୍‌ ନଭେମ୍ବର ୫ରେ ହେବ ଜଣାପଡ଼ିଥିବା ବେଳେ, ଦର୍ଶକ କିନ୍ତୁ ପେଡ୍‌ ପ୍ରିଭ୍ୟୁ ଜରିରଆରେ ନଭେମ୍ବର ୪ ତାରିଖ ବୁଧବାର ଠାରୁ ଏହି ସିନେମା ଦେଖିବାକୁ ପାଇବେ । ଅର୍ଥାତ୍‌ ଦର୍ଶକମାନେ ଟିକେଟ୍‌ ବୁକ୍‌…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ