ଭୁବନେଶ୍ବର,୨୩।୦୪।୨୦୨୬: ଜନଗଣନା-୨୦୨୭ କାର୍ଯ୍ୟରେ ନିୟୋଜିତ ଅଧିକାରୀ ଏବଂ କର୍ମଚାରୀମାନଙ୍କ ସୁରକ୍ଷା ଏବଂ ନିରାପତ୍ତା ନିମନ୍ତେ ରାଜ୍ୟ ସରକାର ତଥା ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏସଓପି ଜାରି କରାଯାଇଛିl ପୂର୍ବାହ୍ମ ୧୧ଟାରୁ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଜନଗଣନା କରାଯିବ। ଜନଗଣନାରେ ବାଧା ସୃଷ୍ଟି କଲେ ଅଭିଯୁକ୍ତଙ୍କ ବିରୋଧରେ ୧୯୪୮ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ। ଆଇନ ଅନୁଯାୟୀ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହେଲେ ୩ ବର୍ଷ ଜେଲ୍ ଯାଇପାରନ୍ତି। ବିଗତ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଟିଥିବା ଅଘଟଣ ନେଇ ରାଜ୍ୟ ସରକାର ତତ୍ପରତା ପ୍ରକାଶ କରିଛନ୍ତି। ଏନେଇ ସବୁ ଜିଲ୍ଲାପାଳ, ଏସ୍ପି ଓ ମ୍ୟୁନିସିପାଲ କମିସନରମାନଙ୍କୁ ସରକାର ଚିଠି ଜାରି କରିଛନ୍ତି।
ଜନଗଣନା-୨୦୨୭ କାର୍ଯ୍ୟରେ ନିୟୋଜିତ ଅଧିକାରୀ ଏବଂ କର୍ମଚାରୀମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ଅସୁବିଧାର ସାମ୍ନା ତଥା ଅଘଟଣର ଶିକାର ହେଲା ପରେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି।
ମୋ ଜିଲ୍ଲା ମହୋତ୍ସବରେ ଏମିତି ଅପମାନିତ ହେବି ଭାବିନଥିଲି : ଅନୁଗୁଳିଆ ବଣ୍ଟି
ଅନୁଗୋଳ,୨୩/୦୪/୨୦୨୬: ମୋ ଜିଲ୍ଲାରେ ପୁଣି ମୋ ଜିଲ୍ଲା ମହୋତ୍ସବରେ ଏମିତି ଅପମାନ କରାଯିବ ବୋଲି ଭାବିନଥିଲି । ମୋ ଜିଲ୍ଲା ବିରୋଧରେ କହିବାକୁ ଚାହୁଁ ନ ଥିଲି, ହେଲେ ବାଧ୍ୟ ହୋଇ ମୁଁ ଏହା କହୁଛି । ପ୍ରୋଗ୍ରାମ ପାଇଁ ଡକାଇଲେ…

