କଳିଙ୍ଗା ଘାଟିରୁ ଇନ୍ଦ୍ରଗଡ଼ ପର୍ଯ୍ୟନ୍ତ ପହଞ୍ଚିଲେ ବିଜେପି ନେତୃବୃନ୍ଦ

ରାସ୍ତା ନିର୍ମାଣ କାର୍ଯ୍ୟର ସମୀକ୍ଷା ସହ ବାତ୍ୟା କ୍ଷତିଗ୍ରସ୍ତଙ୍କୁ ଭେଟିଲେ, କ୍ଷୟକ୍ଷତିର ସ୍ଥିତି ଅନୁଧ୍ୟାନ କଲେ

ରାଇକିଆ: ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ବେଳେ ଅନ୍ୟପଟେ କଳିଙ୍ଗା ଘାଟି ରାସ୍ତାର ସ୍ଥିତି ଓ ନିର୍ମାଣ କାର୍ଯ୍ୟକୁ ନେଇ ମଧ୍ୟ ଲୋକଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି। ଏଭଳି ସ୍ଥିତିରେ ଅଞ୍ଚଳର ସମସ୍ୟାକୁ ନିକଟରୁ ଅନୁଧ୍ୟାନ କରିବା, କ୍ଷତିଗ୍ରସ୍ତ ପରିବାରଙ୍କ ଦୁଃଖ ଓ ସମସ୍ୟା ବୁଝିବା ସହ ତୁରନ୍ତ ସମାଧାନର ବାଟ ବାହାର କରିବା ଲକ୍ଷ୍ୟରେ ଜିଲ୍ଲାର ବିଜେପି ନେତୃବୃନ୍ଦ କଳିଙ୍ଗା ଘାଟି ଓ ରାଇକିଆ ବ୍ଲକର ଇନ୍ଦ୍ରଗଡ଼ ପଞ୍ଚାୟତ ଗସ୍ତ କରିଛନ୍ତି।
ଜିଲ୍ଲା ଭାଜପା ସଭାପତି ଶ୍ରୀ ପଣ୍ଡିତ କୁମାର ବିସିମାଝୀ ଓ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଶ୍ରୀ ମାନଗୋବିନ୍ଦ ପ୍ରଧାନଙ୍କ ତତ୍ତ୍ୱାବଧାନରେ ଏକ ପ୍ରତିନିଧି ଦଳ ପ୍ରଥମେ କଳିଙ୍ଗା ଘାଟି ପରିଦର୍ଶନ କରିଥିଲେ। ଘାଟି ରାସ୍ତାର ବର୍ତ୍ତମାନର ସ୍ଥିତି, ନିର୍ମାଣ କାର୍ଯ୍ୟର ଅଗ୍ରଗତି ଏବଂ ଯାତାୟାତ କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟାକୁ ନେଇ ସେମାନେ ଅନୁଧ୍ୟାନ କରିଥିଲେ। ବିଶେଷକରି ଘାଟି ରାସ୍ତାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ନିର୍ମାଣ କାର୍ଯ୍ୟରେ ଯେପରି ଅନାବଶ୍ୟକ ବିଳମ୍ବ ନହୁଏ ଏବଂ ଯାତାୟାତ ବ୍ୟବସ୍ଥା ସ୍ୱାଭାବିକ ରହେ, ସେଥିପ୍ରତି ଗୁରୁତ୍ୱ ଦେଇଥିଲେ।ଏହି ଅବସରରେ ଉପସ୍ଥିତ ନେତୃବୃନ୍ଦ ରାସ୍ତାର ସମସ୍ୟା ଓ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ସମ୍ପୃକ୍ତ ବିଭାଗର ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ରାସ୍ତାରେ ଯାତାୟାତ କରୁଥିବା ଲୋକଙ୍କ ସୁବିଧା, ସୁରକ୍ଷା ଏବଂ ନିର୍ମାଣ କାର୍ଯ୍ୟର ଗୁଣବତ୍ତା ଉପରେ ଗୁରୁତ୍ୱ ଦେବା ସହ ସମସ୍ୟାର ଶୀଘ୍ର ସମାଧାନ ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।କଳିଙ୍ଗା ଘାଟି ପରିଦର୍ଶନ ପରେ ପ୍ରତିନିଧି ଦଳ ରାଇକିଆ ବ୍ଲକର ଇନ୍ଦ୍ରଗଡ଼ ପଞ୍ଚାୟତ ଗସ୍ତ କରି ବାତ୍ୟା ‘ଅର୍ଣ୍ଣବ’ରେ ପ୍ରଭାବିତ ଅଞ୍ଚଳର ବାସ୍ତବ ସ୍ଥିତି ଅନୁଧ୍ୟାନ କରିଥିଲେ। ବାତ୍ୟା ଓ ଲଗାଣ ବର୍ଷା ଯୋଗୁଁ ଘରଦ୍ୱାର କ୍ଷତିଗ୍ରସ୍ତ ହେବା ସହ ରାସ୍ତାଘାଟ ନଷ୍ଟ ହୋଇଥିବା ଅଞ୍ଚଳଗୁଡ଼ିକୁ ବୁଲି ଦେଖିଥିଲେ। ରାସ୍ତା ନଷ୍ଟ ହେବା ଯୋଗୁଁ ଗ୍ରାମାଞ୍ଚଳର ଲୋକଙ୍କ ଯାତାୟାତ ଓ ଦୈନନ୍ଦିନ ଜୀବନ କିପରି ପ୍ରଭାବିତ ହୋଇଛି, ସେ ସମ୍ପର୍କରେ ମଧ୍ୟ ଅବଗତ ହୋଇଥିଲେ।ଏହାସହ ବିଭିନ୍ନ ଆଶ୍ରୟସ୍ଥଳୀରେ ରହୁଥିବା ବାତ୍ୟା ପ୍ରଭାବିତ ପରିବାରଙ୍କୁ ନେତୃବୃନ୍ଦ ସାକ୍ଷାତ କରିଥିଲେ। ବିପର୍ଯ୍ୟୟ ସମୟରେ ସେମାନେ କେଉଁ କେଉଁ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି, ଘରଦ୍ୱାରର କେତେ କ୍ଷତି ହୋଇଛି ଏବଂ ଆଗକୁ କେଉଁ ପ୍ରକାର ସହାୟତା ଆବଶ୍ୟକ, ସେ ସମ୍ପର୍କରେ ପଚାରି ବୁଝିଥିଲେ। ବିପଦ ସମୟରେ ଲୋକଙ୍କ ପାଖରେ ପହଞ୍ଚି ସେମାନଙ୍କ ଦୁଃଖସୁଖ ବୁଝିବା ସହ ପ୍ରଭାବିତ ଅଞ୍ଚଳର ପୁନରୁଦ୍ଧାର କାର୍ଯ୍ୟକୁ ଗୁରୁତ୍ୱ ଦେବା ଉପରେ ନେତୃବୃନ୍ଦ ମତ ରଖିଥିଲେ।ବିଶେଷକରି ବାତ୍ୟା ପରେ କ୍ଷତିଗ୍ରସ୍ତ ଘରଗୁଡ଼ିକର ମରାମତି, ନଷ୍ଟ ହୋଇଥିବା ଗ୍ରାମ୍ୟ ରାସ୍ତାର ପୁନରୁଦ୍ଧାର ଏବଂ ପ୍ରଭାବିତ ପରିବାରଙ୍କୁ ସରକାରୀ ସହାୟତା ଯୋଗାଇଦେବା ଦିଗରେ ପ୍ରଶାସନିକ ତତ୍ପରତାର ଆବଶ୍ୟକତା ରହିଥିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। କେବଳ କ୍ଷୟକ୍ଷତିର ସ୍ଥିତି ଦେଖିବା ନୁହେଁ, ବରଂ ପ୍ରଭାବିତ ଲୋକଙ୍କ ସମସ୍ୟାର ସ୍ଥାୟୀ ସମାଧାନ ଏବଂ ଅଞ୍ଚଳରେ ସ୍ୱାଭାବିକ ଜୀବନଯାତ୍ରା ଫେରାଇ ଆଣିବା ଉପରେ ଏହି ଗସ୍ତରେ ଗୁରୁତ୍ୱ ରହିଥିଲା।ଏହି ଗସ୍ତରେ ଜିଲ୍ଲା ଉପସଭାପତି ଶ୍ରୀମତୀ ଝୁଲିମା ଦଳବେହେରା,ସାଧାରଣ ସମ୍ପାଦକ ସୁକାନ୍ତ କୁମାର ସାହୁ,ଟିକାବାଲି ବ୍ଲକ ଅଧ୍ୟକ୍ଷ ଶ୍ରୀ ଦିଲ୍ଲୀପ କହଁର, ଜିଲ୍ଲା ସାଧାରଣ ସମ୍ପାଦିକା ଶ୍ରୀମତୀ ଗୀତାଞ୍ଜଳି ନାୟକ, ମଣ୍ଡାସରୁ ମଣ୍ଡଳ ସଭାପତି ଶ୍ରୀ ଗଜେନ୍ଦ୍ର ପ୍ରଧାନ, ଜିଲ୍ଲା ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ଶ୍ରୀ ତରୁଣସେନ ପ୍ରଧାନ, ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚା ସଭାପତି ଶ୍ରୀ ପର୍ଶୁରାମ ନାୟକ, ରାଇକିଆ ମଣ୍ଡଳ ସାଧାରଣ ସମ୍ପାଦକ ଶ୍ରୀ ସନକ ଦିଗାଳ, ବରିଷ୍ଠ ନେତା ଶ୍ରୀ ଅଭିମନ୍ୟୁ ପଣ୍ଡା ଏବଂ ବିଶିଷ୍ଟ ସମାଜସେବୀ ଶ୍ରୀ ଗୁରୁରାମ ପାତ୍ରଙ୍କ ସମେତ ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।
ଏହି ପରିଦର୍ଶନ ମାଧ୍ୟମରେ କଳିଙ୍ଗା ଘାଟି ରାସ୍ତାର ସମସ୍ୟା ଏବଂ ବାତ୍ୟା ପ୍ରଭାବିତ ଇନ୍ଦ୍ରଗଡ଼ ପଞ୍ଚାୟତର ଲୋକଙ୍କ ଦୁର୍ଦ୍ଦଶାକୁ ନେଇ ନେତୃବୃନ୍ଦଙ୍କ ପକ୍ଷରୁ ସ୍ଥଳସ୍ତରରେ ସ୍ଥିତି ଅନୁଧ୍ୟାନ କରାଯାଇଥିବା ବେଳେ ଏହାର ତ୍ୱରିତ ସମାଧାନ ଓ ପୁନରୁଦ୍ଧାର କାର୍ଯ୍ୟକୁ ଆଗେଇ ନେବା ଉପରେ ଗୁରୁତ୍ୱ ଦିଆଯାଇଥିଲା।
ରିପୋର୍ଟର ଦୁତି କୃଷ୍ଣ ପଣ୍ଡା

  • Related Posts

    ୭ଟି ବିଶ୍ୱବିଦ୍ୟାଳୟର ନାହିଁ NAAC ମାନ୍ୟତା; ତୁରନ୍ତ ନବୀକରଣ ପାଇଁ ଉଚ୍ଚଶିକ୍ଷା ବିଭାଗର ନିର୍ଦ୍ଦେଶ

    ଭୁବନେଶ୍ୱର: ରାଜ୍ୟର ୭ଟି ବିଶ୍ୱବିଦ୍ୟାଳୟର NAAC (National Assessment and Accreditation Council)ମାନ୍ୟତା ନବୀକରଣ ହୋଇନଥିବା ଘଟଣାକୁ ନେଇ ତତ୍ପର ହୋଇଛି ଉଚ୍ଚଶିକ୍ଷା ବିଭାଗ । ଯଥାଶୀଘ୍ର ମାନ୍ୟତା ନବୀକରଣ କରିବାକୁ ସମ୍ପୃକ୍ତ ବିଶ୍ୱବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ବିଭାଗ…

    Continue reading
    ଢେଙ୍କାନାଳ ପୌର ଅଧିକାରୀଙ୍କ ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ

    କଟକ: ପୌର ନିର୍ବାହୀ ଅଧିକାରୀଙ୍କ ଗାଡି ଧକ୍କାରେ ଚାଲିଗଲା ଜଣେ ବ୍ୟକ୍ତିଙ୍କ ଜୀବନ ! କଟକ ନେତାଜୀ ନଗର ଅଞ୍ଚଳରେ ଘଟିଛି ଏହି ଅଘଟଣ। ଧକ୍କା ଦେଇଥିବା ସ୍କର୍ପିଓ ଗାଡ଼ିଟି ଢେଙ୍କାନାଳ ପୌର ପାଳିକା ନିର୍ବାହୀ ଅଧିକାରୀଙ୍କର ବୋଲି ଜଣା ପଡିଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି