କାଳବୈଶାଖୀର ତାଣ୍ଡବ : ବ୍ୟାପକ କ୍ଷୟକ୍ଷତି

କ୍ଷତିପୂରଣ ଦାବିରେ ଦେବଗଡ଼ – ଅନୁଗୁଳ ଜାତୀୟ ରାଜପଥ ରାସ୍ତାରୋକ

ଦେବଗଡ଼: ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ପ୍ରଭାବରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି। କ୍ଷତିପୂରଣ ଦାବିରେ ଦେବଗଡ଼ – ଅନୁଗୁଳ ଜାତୀୟ ରାଜପଥରେ ବହୁ କ୍ଷତିଗ୍ରସ୍ତ ପରିବାର ରାସ୍ତାରୋକ କରିଛନ୍ତି।ଖବର ପାଇ ପ୍ରଥମେ ତହସିଲଦାର ବିଜୟାଲକ୍ଷ୍ମୀ ନାୟକ,ଥାନା ଅଧିକାରୀ ବିନୟ କେରକେଟା ପହଞ୍ଚି ବୁଝାସୁଝା କରିଥିଲେ। ସୂଚନା ଅନୁସାରେ ଆଜି ସନ୍ଧ୍ୟା ୬ ଟା ୩୦ ଅଞ୍ଚଳରେ କାଳବୈଶାଖୀ ରେ ତାଣ୍ଡବ ରଚିଥିଲା।ପ୍ରବଳ ପବନ ସାଙ୍ଗକୁ ବର୍ଷା ହୋଇଥିବା ବେଳେ ବହୁ ଘର ଦ୍ବାର ଉଡ଼ାଇ ନେଇଛି। ଗଛ ପଡ଼ି ଜାତୀୟ ରାଜପଥ ରାସ୍ତା ଅବରୋଧ ହୋଇଥିଲା। ଦମକଳବାହିନୀ ପହଞ୍ଚି ଗଛ କାଟି ସଫା କରିଥିଲେ।ଗୁଣ୍ଡିଆପାଲି ପଞ୍ଚାୟତ ଅନ୍ତର୍ଗତ ବିଲେଇଘଟି ଓ ବନାକାଲୋ ଗ୍ରାମରେ ୩୦ରୁ ଊର୍ଦ୍ଧ୍ବ ଘର ଦ୍ବାରର ଛପର, ଆଜବେଷ୍ଟସ ଉଡ଼ାଇ ନେଇଛି।ଘରର ଆସବାବପତ୍ର ,ଧାନ ଚାଉଳ ଇତ୍ୟାଦି ନଷ୍ଟ ହୋଇ ଲୋକ ବେଘର ହୋଇଛନ୍ତି।ଦୁଇ ଗ୍ରାମର କ୍ଷତିଗ୍ରସ୍ତ ପରିବାର କ୍ଷତିପୂରଣ ଦାବିରେ ଦେବଗଡ଼ – ଅନୁଗୁଳ ଜାତୀୟ ରାଜପଥ ବିଲେଇଘଟି ଠାରେ ରାସ୍ତା ରୋକ କରିଥିଲେ। ତହସିଲଦାର,ଥାନା ଅଧିକାରୀ ପହଞ୍ଚି ବୁଝାସୁଝା ପରେ ରାତି ୯ ଟାରେ ରାସ୍ତା ରୋକ ହଟିଥିଲା।ପରେ ବିଡ଼ିଓ ଆଦିତ୍ୟ ପଣ୍ଡା ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଆସନ୍ତା କାଲି ସମସ୍ତ ତଦନ୍ତ କରି ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୋକ ହଟିଥିଲା।

  • Related Posts

    ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକ: ୩,୭୯୩ କୋଟି ଟଙ୍କାର ପୁଞ୍ଜିନିବେଶକୁ ଅନୁମୋଦନ

    ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦୂରଦର୍ଶୀ ନେତୃତ୍ୱରେ ଓଡ଼ିଶା ସରକାର ଶିଳ୍ପାୟନ ଓ ଆର୍ଥôକ ବିକାଶ କ୍ଷେତ୍ରରେ ନିରନ୍ତର ଭାବେ ଅଗ୍ରଗତି କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ରାଜ୍ୟ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…

    Continue reading
    ଭୁବନେଶ୍ବରରେ କାଳବୈଶାଖୀ ତାଣ୍ଡବ

    ଭୁବନେଶ୍ୱର : ରାଜଧାନୀରେ କାଳବୈଖାଖୀ ତାଣ୍ଡବ । କାଳବୈଖାଖୀ ପ୍ରଭାବରେ କୁଆପଥର ବର୍ଷା ହେବା ସହ ଜୋରରେ ପବନ ହୋଇଛି। ପ୍ରାୟ ୪୦ରୁ ୫୦ କି.ମି ବେଗରେ ପବନ ହୋଇଛିa। ପବନରେ ବହୁ ଗଛ ଭାଙ୍ଗି ରାସ୍ତା ଅବରୋଧ ହୋଇଛି। ଏପରିକି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ