ଭୁବନେଶ୍ୱର:କୋଟିଆକୁ ନେଇ ଓଡ଼ିଶା-ଆନ୍ଧ୍ର ଦୁଇ ରାଜ୍ୟ ମଧ୍ୟରେ ଥିବା ସୀମା ବିବାଦର ସମାଧାନ ହୋଇ ନଥିବାବେଳେ ଆନ୍ଧ୍ରପ୍ରଦେଶ ରାଜ୍ୟ ନିର୍ବାଚନ ଆୟୋଗ କୋଟିଆ ପଞ୍ଚାୟତର ପ୍ରାୟ ୨୧ଟି ଗାଁରେ ନିର୍ବାଚନ ପାଇଁ ପଦକ୍ଷେପ ନେଇଛନ୍ତି। ଏହି ଆସନଗୁଡ଼ିକ ପାଇଁ ଆନ୍ଧ୍ରପ୍ରଦେଶର ଭୋଟର ତାଲିକାରେ ପ୍ରାୟ ୨,୭୦୦ ଭୋଟରଙ୍କ ନାମ ଥିବା ଜଣାପଡ଼ିଛି। କେତେକ ବାସିନ୍ଦାଙ୍କ ପାଖରେ ଉଭୟ ରାଜ୍ୟର ଭୋଟର ପରିଚୟପତ୍ର, ରାସନ କାର୍ଡ ଓ ଆଧାର କାର୍ଡ ଥିବା ମଧ୍ୟ ରିପୋର୍ଟରେ ଉଲ୍ଲେଖ ରହିଛି। ଅନ୍ୟପଟେ, କୋଟିଆର ସମସ୍ତ ୨୮ଟି ଗାଁ ଓଡ଼ିଶାର ବୋଲି ଓଡ଼ିଶା ସରକାରଙ୍କ ଦାବି ରହିଛି। ଏହି ପ୍ରସଙ୍ଗକୁ ନେଇ ଓଡ଼ିଶା ସରକାର ସୁପ୍ରିମକୋର୍ଟରେ ଅଦାଲତ ଅବମାନନା ଆବେଦନ ଦାଖଲ କରିଛନ୍ତି। ୧୯୬୮ର ମାମଲା ସହ ଜଡ଼ିତ ୨୦୦୬ର ସ୍ଥିତାବସ୍ଥା ଆଦେଶ ଉଲ୍ଲଂଘନ ହୋଇଥିବା ଓଡ଼ିଶା ପକ୍ଷରୁ ଅଭିଯୋଗ କରାଯାଇଛି। ଏହି ଏକଚାଟିଆ ନିଷ୍ପତ୍ତିର ପ୍ରଭାବ ଓଡ଼ିଶା-ଆନ୍ଧ୍ର ସୀମା ବିବାଦକୁ କିଭଳି ପ୍ରଭାବିତ କରୁଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।
ରାଜ୍ୟରେ ୨୨ଟି ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରି , ୭ ହଜାର ୭୬୫ ନିଯୁକ୍ତି ସୁଯୋଗ
ଭୁବନେଶ୍ଵର: ରାଜ୍ୟ ସ୍ତରୀୟ ୧୫୧ତମ ସିଙ୍ଗିଲ୍ ଉଇଣ୍ଡୋ କ୍ଲିୟରାନ୍ସ ଅଥୋରିଟି(ଏସଏଲଏସଡ଼ବ୍ଲୁ ସିଏ) ବୈଠକରେ ରାଜ୍ୟ ସରକାର ଆଜି ୩,୮୫୫.୩୮ କୋଟି ଟଙ୍କାର ୨୨ଟି ଶିଳ୍ପ ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରିଛନ୍ତି । ଏହି ପ୍ରସ୍ତାବଗୁଡ଼ିକ ମାଧ୍ୟମରେ ୭,୭୬୫ ଟି ନିଯୁକ୍ତି…




