କୋଟିଆ ପାଇଁ ସରକାର ସଂକଳ୍ପବଦ୍ଧ- ବିଜେପି

ଭୁବନେଶ୍ୱର: କୋଟିଆକୁ ନେଇ ପୁଣି ତେଜିଲା ରାଜନୈତିକ ଲଢ଼େଇ । ସୀମା ବିବାଦର ସମାଧାନ ହେଉନି, ଅନ୍ୟପଟେ ମୌଳିକ ସୁବିଧା ଓ ପ୍ରଶାସନିକ ଉପସ୍ଥିତିକୁ ନେଇ ଉଠୁଛି ପ୍ରଶ୍ନ ।”ରାଜ୍ୟ ସ୍ୱାର୍ଥ ସାଙ୍ଗରେ ଏ ସରକାର କୌଣସି ମତେ ସାଲିସ କରିବ ନାହିଁ l କୋଟିଆ ପାଇଁ ସରକାର ସଂକଳ୍ପବଦ୍ଧ, କୋଟିଆବାସୀ କିଭଳି ଭାବେ ସମସ୍ତ ମୌଳିକ ସୁବିଧା ପାଇବେ ଏବଂ ସେମାନେ ଓଡ଼ିଶାର ବାଉଣ୍ଡ୍ରି ଭିତରେ ରହିବେ, ସରକାର ଏଥିପାଇଁ ପ୍ରତିଶ୍ରୁତିବଦ୍ଧ l କଂଗ୍ରେସ ସମୟରୁ କୋଟିଆ ସମସ୍ୟା ରହିଆସିଛି, କିନ୍ତୁ ଏବେ କଂଗ୍ରେସ ନିଜେ ପ୍ରଶ୍ନ କରୁଛି । ରାଜ୍ୟର ମୁଖ୍ୟମନ୍ତ୍ରୀ, ରାଜ୍ୟର ରାଜସ୍ୱ ମନ୍ତ୍ରୀ ଏ ବିଷୟରେ ବିସ୍ତୃତ ଭାବେ କହିଛନ୍ତି ଏବଂ ଆଗକୁ ମଧ୍ୟ କୋଟିଆ ଆମ ସାଙ୍ଗରେ ଥିଲା, ରହିଛି ଓ ରହିବ l ଆମ ମନ୍ତ୍ରୀ ବିଧାୟକ କୋଟିଆର ଗ୍ରାଉଣ୍ଡ ଜିରୋକୁ ଯାଇ କାମ କରନ୍ତି, ଆମେ ଦୂରେରେ ଥାଇକି ଅଫିସର ଲଗେଇ କାମ କରୁନାହୁଁ,” ବୋଲି କହିଛନ୍ତି ବିଜେପି ବିଧାୟକ ବାବୁ ସିଂ l

କୋଟିଆରେ ରାଜନୈତିକ ଲଢ଼େଇ ନୂଆ ନୁହେଁ, କିନ୍ତୁ ପ୍ରତ୍ୟେକ ଥର ଏହି ବିବାଦ ତୀବ୍ର ହେଲେ ସାମ୍ନାକୁ ଆସେ ମୌଳିକ ସୁବିଧା, ପ୍ରଶାସନିକ ଉପସ୍ଥିତି ଓ ସୀମା ସୁରକ୍ଷାର ପ୍ରଶ୍ନ । କଂଗ୍ରେସର ଭୋଟ ବର୍ଜନ ଡାକରା ହେଉ କି ବିଜେଡି ଓ ବିଜେପି ମଧ୍ୟରେ ଆରୋପ-ପ୍ରତ୍ୟାରୋପ, କୋଟିଆବାସୀଙ୍କ ଦୈନନ୍ଦିନ ସମସ୍ୟାର ସମାଧାନ ହିଁ ହେବା ଉଚିତ୍ ମୁଖ୍ୟ ଲକ୍ଷ୍ୟ ।

  • Related Posts

    ପଞ୍ଜାବ ବିଧାନସଭା ନିର୍ବାଚନ: ପ୍ରଥମ ପ୍ରାର୍ଥୀ ତାଲିକା ଜାରି କଲା ଆପ୍

    ନୂଆଦିଲ୍ଲୀ: ପଞ୍ଜାବ ବିଧାନସଭା ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି ।  ଦିଲ୍ଲୀରେ ଆମ୍ ଆଦମୀ ପାର୍ଟିର ଆବାହକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବାସଭବନରେ ରାଜନୈତିକ ବ୍ୟାପାର କମିଟିର ଏକ ବୈଠକ ଅନୁଷ୍ଠିତ ହୋଇଥିଲା…

    Continue reading
    ବିଜେଡିରେ ସାମିଲ ହେଲେ ରେଙ୍ଗାଲିର ପୂର୍ବତନ ବିଧାୟକ ରମେଶ ପଟୁଆ

    ଭୁବନେଶ୍ୱର: ବିଜେଡିରେ ସାମିଲ ହୋଇଛନ୍ତି ରେଙ୍ଗାଲିର ପୂର୍ବତନ ବିଧାୟକ ଶ୍ରୀ ରମେଶ ପଟୁଆ । ସେ ଶତାଧିକ ସମର୍ଥକଙ୍କ ସହ ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନଠାରେ ଆଜି ଆୟୋଜିତ ଏକ ମିଶ୍ରଣ ପର୍ବରେ ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗଦାନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି