
ଭୁବନେଶ୍ବର : ଶୁକ୍ରବାର ବିଜେଡିର ଏକ ପ୍ରତିନିଧି ଦଳ କୋଟିଆ ଯିବ। ଆନ୍ଧ୍ରପ୍ରଦେଶ ପକ୍ଷରୁ କୋଟିଆରେ ନିର୍ବାଚନ ସମ୍ପର୍କିତ କାର୍ଯ୍ୟକଳାପର ବିରୋଧ କରିବା ଉଦ୍ଦେଶ୍ୟରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ପ୍ରତିନିଧିମଣ୍ଡଳୀ କୋଟିଆ ପଞ୍ଚାୟତ ଗସ୍ତ କରିବ ।
ଏହି ଟିମ୍ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରି ବର୍ତ୍ତମାନର ସ୍ଥିତି ସମ୍ପର୍କରେ ବିସ୍ତୃତ ରିପୋର୍ଟ ନବୀନଙ୍କୁ ପ୍ରଦାନ କରିବେ । ଏହି ପ୍ରତିନିଧିମଣ୍ଡଳୀରେ ପୂର୍ବତନ ସାଂସଦ ଝିନ୍ନ ହିକକା, ମନୋହର ରନ୍ଧାରୀ, ଜଗନ୍ନାଥ ସାରକା, ରବି ନାରାୟଣ ନନ୍ଦ, ପ୍ରଦୀପ ମାଝୀ, ରମେଶ ମାଝୀ ପ୍ରମୁଖ କୋଟିଆ ଯିବେ।







