ବାରିପଦା : ବାତ୍ୟା ‘ଦାନା’ ଏବଂ ପ୍ରବଳ ବର୍ଷା ପାଇଁ ଶିିମିଳିପାଳ ଅଭୟାରଣ୍ୟ ଗତ ୨୩ରୁ ୨୮ ତାରିଖ ପର୍ୟ୍ୟନ୍ତ ବନ୍ଦ ରହିବା ପରେ ମଙ୍ଗଳବାରଠାରୁ ଖୋଲିଛି। ତେବେ ଅନ୍ୟ ଆଦେଶ ପର୍ୟ୍ୟନ୍ତ ଗତକାଲି କେବଳ ଯଶିପୁରର କାଳିଆଣି ତନଖି ଫାଟକ ଦେଇ ପର୍ୟ୍ୟଟକଙ୍କୁ ଭିତରକୁ ପ୍ରବେଶ ଅନୁମତି ମିଳିଛି । ବାରିପଦାର ପିଠାବଟା ଦେଇ ପର୍ୟ୍ୟଟକଙ୍କ ପ୍ରବେଶକୁ ଏବେ ବନ୍ଦ ରଖାଯାଇଛି। ମଙ୍ଗଳବାର ଯଶିପୁର ଦେଇ ଦୁଇ ମହିଳାଙ୍କ ସମେତ ମୋଟ ୧୩ ଜଣ ପର୍ୟ୍ୟଟକ ଦୁଇଟି ଗାଡିରେ ଶିମିଳିପାଳ ଭ୍ରମଣ ପାଇଁ ଯାଇଥିଲେ। ପ୍ରବଳ ବର୍ଷା ଯୋଗୁ ପିଠାବଟା ପ୍ରବେଶ ପଥ ରାସ୍ତା ନଷ୍ଟ ହୋଇଯାଇଥିବାରୁ ଏହି ପଦକ୍ଷେପ ନିଆଯାଇଥିବା ଓ ମରାମତି ପରେ ହିଁ ପର୍ୟ୍ୟଟକଙ୍କୁ ଅନୁମତି ମିଳିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ପ୍ରଶ୍ନପତ୍ର ଲିକ୍ ଘଟଣା: ଏମ୍କେସିଜିରେ ପହଞ୍ଚିଲା ସ୍ୱାସ୍ଥ୍ୟ ବିଭାଗର ଉଚ୍ଚସ୍ତରୀୟ ଟିମ୍
ଏମ୍କେସିଜି ମେଡିକାଲ କଲେଜରେ ମେଡିକାଲ ପିଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ମାମଲା । ଘଟଣାର ତଦନ୍ତ କରିବା ପାଇଁ ଆଜି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏକ ୩ ଜଣିଆ ସ୍ୱତନ୍ତ୍ର ଟିମ୍ ଏମ୍କେସିଜି ମେଡିକାଲ କଲେଜରେ ପହଞ୍ଚିଛନ୍ତି…




