ଗାଜର ଜୁସ୍ ପିଇଲେ ମିଳେ ଏହି ସବୁ ଫାଇଦା

ଶୀତଋତୁରେ ଅନେକ ପନିପରିବା ମିଳେ। ଏସବୁ ପନିପରିବା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ। ସେଥିମଧ୍ୟରୁ ଗାଜର ଅନ୍ୟତମ। ଗାଜରରୁ ଭିଟାମିନ୍ ଏ, ଫାଇବର, ଭିଟାମିନ୍ କେ1, ପୋଟାସିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ। ଏହାକୁ ଖାଇବା ଦ୍ୱାରା ଅନେକ ସୁଫଳ ମିଳିଥାଏ। ଖଣ୍ଡ ଗାଜର ଖାଇବା ଅପେକ୍ଷା ଏହାକୁ ଜୁସ୍ କରି ପିଇବା ଅତ୍ୟନ୍ତ ଲାଭଦାୟକ। ଗାଜର ଜୁସ୍ ପିଇବା ଦ୍ୱାରା କି କି ଉପକାରିତା ମିଳେ, ଜାଣନ୍ତୁ…

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହୁଏ
ପ୍ରତିରକ୍ଷା ପ୍ରଣାଳୀ ବା ଇମ୍ୟୁନିଟି ବୁଷ୍ଟ କରିବାକୁ ଚାହୁଁଥିଲେ ଗାଜର ଜୁସ୍ ଅତ୍ୟନ୍ତ ପ୍ରଭାବଶାଳୀ। ଶୀତଦିନେ ଦୁର୍ବଳ ପ୍ରତିରୋଧକ ଶକ୍ତିକୁ ଦୃଢ କରିବାରେ ଗାଜର ସର୍ବୋତ୍ତମ ହୋଇପାରେ।

ନିୟମିତ ଗାଜର ଜୁସ୍ ପିଇବା ଦ୍ୱାରା ଇମ୍ୟୁନିଟି ବୁଷ୍ଟ ହୋଇଥାଏ, ଫଳରେ ସଂକ୍ରମଣ ଏବଂ ଋତୁକାଳୀନ ରୋଗ ଆଶଙ୍କା ଦୂର ହୁଏ। ଏହା ବ୍ୟତୀତ ଗାଜର ଜୁସ୍ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଏବଂ ହୃଦୟ ସ୍ୱାସ୍ଥ୍ୟକୁ ମଜବୁତ କରିବାରେ ମଧ୍ୟ ପ୍ରଭାବଶାଳୀ ହୋଇପାରେ।

ଅନ୍ତନଳୀ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ
ଗାଜରରେ ଫାଇବର ଥିବାରୁ ଏହା ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବାରେ ବେଶ୍ ପ୍ରଭାବଶାଳୀ। କୋଷ୍ଠକାଠିନ୍ୟ ପରି ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଗାଜର ଜୁସ୍ ପିଇପାରିବେ।

ଚର୍ମ ପାଇଁ ଉପକାରୀ
ଗାଜର ଜୁସ୍ ପିଇବା ଦ୍ୱାରା କେବଳ ସ୍ୱାସ୍ଥ୍ୟ ନୁହେଁ ବରଂ ତ୍ୱଚା ପାଇଁ ମଧ୍ୟ ଖୁବ୍ ଲାଭଦାୟକ ବୋଲି ବିବେଚନା କରାଯାଏ। ପ୍ରତିଦିନ ଗାଜର ଜୁସ୍ ପିଇଲେ କମ୍ ବୟସରୁ ଚର୍ମ କୁଞ୍ଚନ ହୋଇନଥାଏ। ତ୍ୱଚାରେ ଚମକ ରହିଥାଏ। ଏହା ବ୍ୟତୀତ ଗାଜର ଜୁସ୍ ଆଖି ସ୍ୱାସ୍ଥ୍ୟ ଉପରେ ମଧ୍ୟ ସକାରାତ୍ମକ ପ୍ରଭାବ ପକାଇପାରେ।

  • Related Posts

    ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ

    ସୁନ୍ଦର ଏବଂ ଆକର୍ଷଣୀୟ ଦିଶିବାକୁ ସମସ୍ତଙ୍କର ଇଚ୍ଛାଥାଏ। କିନ୍ତୁ ବର୍ତ୍ତମାନର ପରିବର୍ତ୍ତିତ ଜୀବନଶୈଳୀ ଏବଂ କେମିକାଲରେ ପ୍ରସ୍ତୁତ ପ୍ରଡକ୍ଟ ବ୍ୟବହାର ଦ୍ୱାରା ଚର୍ମର ପ୍ରାକୃତିକତା ହ୍ରାସ ପାଇଯାଉଛି। ଫଳରେ ୩୫-୪୦ ବର୍ଷ ପରେ ପରେ ଚର୍ମ କୁଞ୍ଚନ ସହ କଳାଦାଗ ହୋଇ…

    Continue reading
    ପଇଡ଼ ପାଣିର ଫାଇଦା

    ଖରା ଦିନରେ ପଇଡ଼ ପାଣି ବେଶ୍ ଉପକାରୀ ଜାଣିଥିବେ ନିଶ୍ଚୟ, କିନ୍ତୁ ଏହା ଶୀତଋତୁରେ ବି ସ୍ୱାସ୍ଥ୍ୟ ପାଇଁ ଉପକାରୀ ବୋଲି ଜାଣନ୍ତି କି? ଅନେକ ଲୋକ ଭାବନ୍ତି ଯେ ଶୀତଦିନେ ପଇଡ଼ ପାଣି ପିଇବା ଶରୀର ପାଇଁ କ୍ଷତିକାରକ ହୋଇପାରେ,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର