ଗୁରୁବାର ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ

ନୂଆଦିଲ୍ଲୀ: ବିହାରରେ ନୂଆ ସରକାର ଗଠନ ଲାଗି ପ୍ରସ୍ତୁତି ପ୍ରାୟତଃ ଚୂଡ଼ାନ୍ତ ହୋଇଛି । ଆସନ୍ତା ୨୦ ତାରିଖ (ଗୁରୁବାର) ପାଟନାର ଗାନ୍ଧି ମୈଦାନରେ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ସମେତ ବହୁ କେନ୍ଦ୍ରମନ୍ତ୍ରୀ, ଏନ୍‌ଡିଏ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଓ ଏନ୍‌ଡିଏ ନେତାମାନେ ଯୋଗଦେବେ । ଜେଡିୟୁର କାର୍ୟ୍ୟକାରୀ ସଭାପତି ସଞ୍ଜୟ କୁମାର ଝା ରବିବାର ନୂଆଦିଲ୍ଲୀରେ ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ଭେଟି ସରକାର ଗଠନ ଓ ନୂଆ ମନ୍ତ୍ରିମଣ୍ଡଳର ରୂପରେଖ ନେଇ ଆଲୋଚନା କରିବା ପରେ ଏହି ଖବର ସାମ୍ନାକୁ ଆସିଛି ।
ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବାସଭବନରେ ରବିବାର ଦୀର୍ଘ ସମୟ ଧରି ବୈଠକ ହୋଇଛି । ବୈଠକରେ ବିଜେପିର ବରିଷ୍ଠ ନେତାମାନେ ସାମିଲ ହୋଇଥିଲେ । ବିହାର ମନ୍ତ୍ରିମଣ୍ଡଳ ଗଠନ ନେଇ ଆଲୋଚନା ହୋଇଥିଲା । ଅପରପକ୍ଷରେ ବିହାରରେ ବିଜେପି ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଧର୍ମେନ୍ଦ୍ର ପ୍ରଧାନ ରବିବାର ରାଜ୍ୟର ଦଳୀୟ ନେତାମାନଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି । ମନ୍ତ୍ରିମଣ୍ଡଳ ରୂପରେଖ ବାବଦରେ ସେ ମତ ସଂଗ୍ରହ କରିଥିବା କୁହାଯାଉଛି । ଜିତନ ରାମ ମାଁଝୀ ମଧ୍ୟ ଧର୍ମେନ୍ଦ୍ରଙ୍କୁ ଭେଟି ଆଲୋଚନା କରିଛନ୍ତି ।
ବିଶେଷ ସୂତ୍ରରୁ ପ୍ରକାଶ, ମୁଖ୍ୟମନ୍ତ୍ରୀଙ୍କ ନାମ ସ୍ଥିର ହୋଇ ନଥିଲେ ମଧ୍ୟ ଜେଡିୟୁ ନେତା ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ରହିବେ । ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଏଲ୍‌ଜେପି ମୁଖ୍ୟ ଚିରାଗ ପାୱାନ ସମର୍ଥନ କରିଛନ୍ତି । ତେଣୁ ଏନ୍‌ଡିଏ ବିଧାୟକ ଦଳ ବୈଠକରେ ସେ ହିଁ ନେତା ଭାବେ ନିର୍ବାଚିତ ହେବାର ଯଥେଷ୍ଟ ସମ୍ଭାବନା । କିନ୍ତୁ କ୍ୟାବିନେଟରେ ବିଜେପିର ଅଧିକ ଅର୍ଥାତ ୧୬ ଜଣ ମନ୍ତ୍ରୀ ରହିବେ । ଜେଡିୟୁର ମନ୍ତ୍ରୀ ସଂଖ୍ୟା ୧୪ ଭିତରେ ସୀମିତ ରହିବ । ନୂଆ କ୍ୟାବିନେଟରେ ଏଲ୍‌ଜେପିର ୩ ଜଣ ମନ୍ତ୍ରୀ ସାମିଲ ହେବେ । ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ଏଲ୍ଜେପି ୧୯ଟି ଆସନ ହାସଲ କରିଛି । ୫ ଆସନ ଜିତିଥିବା ଜିତନ ରାମ ମାଁଝୀଙ୍କ ହାମ୍ ଏବଂ ୪ ଆସନ ଜିତିଥିବା ଉପେନ୍ଦ୍ର କୁଶୱାହଙ୍କ ଆରଏଲ୍ଏମ୍‌କୁ ଗୋଟିଏ ଲେଖାଏ କ୍ୟାବିନେଟ ମନ୍ତ୍ରୀ ପଦ ମିଳିବ । ବିଜେପି ଓ ଏଲ୍‌ଜେପିରୁ ଜଣେ ଲେଖାଏ ଉପମୁଖ୍ୟମନ୍ତ୍ରୀ ରହିବାର ସମ୍ଭାବନା ରହିଛି । ବିହାର କ୍ୟାବିନେଟରେ ସର୍ବାଧିକ ୩୬ ଜଣ ମନ୍ତ୍ରୀ ରହିବାର ପ୍ରାବଧାନ ଅଛି ।
କ୍ଷମତା ବଣ୍ଟନ ବୁଝାମଣା ଅନୁସାରେ ପ୍ରତି ୬ଜଣ ବିଧାୟକରେ ଜଣେ ମନ୍ତ୍ରୀ ହେବେ । ଟିକଟ ବଣ୍ଟନ ବେଳେ ମଧ୍ୟ ଏଭଳି ଏକ ଫର୍ମୁଲା ଗ୍ରହଣ କରାଯାଇଥିଲା । ପ୍ରତି ସାଂସଦ ହିସାବରେ ସହଯୋଗୀ ଦଳକୁ ୫-୬ଟି ଆସନ ଆବଣ୍ଟନ କରାଯାଇଥିଲା । ବିଧାନସଭା ନିର୍ବାଚନରେ ବିଜେପିକୁ ସର୍ବାଧିକ ୮୯ ଆସନ ମିଳିଥିଲା ବେଳେ ଜେଡିୟୁ ୮୫ ଆସନ ପାଇଛି । ସେହି ଅନୁସାରେ ଉଭୟ ଦଳ ଭିତରେ ମନ୍ତ୍ରୀ ପଦ ଆବଣ୍ଟନ କରାଯିବ । ନୂଆ ମନ୍ତ୍ରିମଣ୍ଡଳ ଗଠନରେ ବିଜେପି ରାଜସ୍ଥାନ ଓ ମଧ୍ୟପ୍ରଦେଶ ଫର୍ମୁଲା ଗ୍ରହଣ କରିପାରେ ବୋଲି କୁହାଯାଉଛି । ସେହି ଅନୁସାରେ ମନ୍ତ୍ରିମଣ୍ଡଳରୁ ବରିଷ୍ଠ ଓ ପୁରୁଣା ମନ୍ତ୍ରୀଙ୍କୁ ବାଦ୍ ଦିଆଯିବ । ସେମାନଙ୍କ ସ୍ଥାନରେ ନୂଆ ଚେହେରାଙ୍କୁ ସାମିଲ କରାଯିବ । ତେବେ ବିଜେପି କିମ୍ବା ଜେଡିୟୁ ପକ୍ଷରୁ ବିଧିବଦ୍ଧ ଭାବେ ଏ ସମ୍ପର୍କରେ କିଛି କୁହାଯାଇନାହିଁ ।

ଅଷ୍ଟାଦଶ ବିଧାନସଭା ଗଠନ ନେଇ ରବିବାର ବିଧିବଦ୍ଧ ଭାବେ ବିଜ୍ଞପ୍ତି ଜାରି କରାଯିବା ପରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ସୋମବାର କ୍ୟାବିନେଟ ବୈଠକ ଡାକିଛନ୍ତି । ବୈଠକରେ ବିଧାନସଭା ଭଙ୍ଗ ନେଇ ପ୍ରସ୍ତାବ ଗୃହୀତ ହେବ । ଏହା ପରେ ସେ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କରିବେ । ଏଥିସହିତ ସେ ନୂଆ ସରକାର ଗଠନ ଲାଗି ଦାବି ମଧ୍ୟ ଉପସ୍ଥାପନ କରିବେ । ସଦ୍ୟସମାପ୍ତ ବିଧାନସଭା ନିର୍ବାଚନରେ ଏନ୍‌ଡିଏର ସୁନାମି ଦେଖିବାକୁ ମିଳିଥିଲା।

  • Related Posts

    bullet proof jacketମାୟାବତୀ-ଅଖିଳେଶଙ୍କ ସମେତ ୪୪ ନେତାଙ୍କୁ ବୁଲେଟପ୍ରୁଫ୍ ଜ୍ୟାକେଟ୍

    ନୂଆଦିଲ୍ଲୀ: ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଯୋଗୀ ସରକାର ରାଜନେତାଙ୍କ ସୁରକ୍ଷାକୁ ନେଇ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସୁରକ୍ଷା ସମୀକ୍ଷା ଏବଂ ଗୁଇନ୍ଦା ସୂଚନା ଆଧାରରେ, ଯୋଗୀ ସରକାର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଏବଂ ଅଖିଳେଶ ଯାଦବଙ୍କ…

    Continue reading
    bjp ଆଜି ବିଜେପି ମୁଖ୍ୟାଳୟରେ ନବନିଯୁକ୍ତ ପଦାଧିକାରୀ ବୈଠକ

    ନୂଆଦିଲ୍ଲୀ: ବିଜେପି ନବନିଯୁକ୍ତ ପଦାଧିକାରୀ ବୈଠକ। ଆଜି ବିଜେପି ମୁଖ୍ୟାଳୟରେ ନବନିଯୁକ୍ତ ପଦାଧିକାରୀ ବୈଠକ ପ୍ରଥମ ବୈଠକ। ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନେତୃତ୍ୱରେ ନୂଆ ଟିମ୍ ର ସଦସ୍ୟମାନେ ସାଙ୍ଗଠନିକ କାର୍ୟ୍ୟକ୍ରମ ଓ ଆଗାମୀ ରଣନୀତି ନେଇ ଆଲୋଚନା କରିବେ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ