ଚନ୍ଦ୍ରରେ ପରମାଣୁ କେନ୍ଦ୍ର ଦୌଡ଼ରେ ଚୀନ୍ ଓ ରୁଷିଆ, ସେମାନଙ୍କ ପୂର୍ବରୁ କେନ୍ଦ୍ର ସ୍ଥାପନ କରିବ ନାସା

ଚୀନ୍ ଓ ରୁଷିଆ ଚନ୍ଦ୍ରରେ ୨୦୩୫ ସୁଦ୍ଧା ପରମାଣୁ ଶକ୍ତି କେନ୍ଦ୍ର ସ୍ଥାପନ କରିବା ନେଇ ନିକଟରେ ଘୋଷଣା କରିବା ପରେ ସେମାନଙ୍କ ପୂର୍ବରୁ ସେଠାରେ ପରମାଣୁ କେନ୍ଦ୍ର ସ୍ଥାପନ କରିବା ଦୌଡ଼ରେ ସକ୍ରିୟ ହୋଇଉଠିଛି ଆମେରିକା। ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ୨୦୩୦ ସୁଦ୍ଧା ଚନ୍ଦ୍ରରେ ଏକ ପରମାଣୁ ରିଆକ୍ଟର ନିର୍ମାଣ ଯୋଜନାକୁ ଦ୍ରୁତ ବେଗରେ କାର୍ଯ୍ୟକାରୀ କରିବ ବୋଲି ଜଣାଯାଇଛି। ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ୨୦୩୦ ସୁଦ୍ଧା ଚନ୍ଦ୍ରରେ ଏକ ପରମାଣୁ ରିଆକ୍ଟର ନିର୍ମାଣ ଯୋଜନାକୁ ଦ୍ରୁତ ବେଗରେ କାର୍ଯ୍ୟକାରୀ କରିବ ବୋଲି ଜଣାଯାଇଛି। ଚନ୍ଦ୍ରପୃଷ୍ଠରେ ମାନବ ବସତି ନିର୍ମାଣ ପାଇଁ ଏକ ସ୍ଥାୟୀ ଆଧାର ସ୍ଥାପନ ପାଇଁ ଏହା ଆମେରିକାର ବ୍ୟାପକ ମହତ୍ବାକାଂକ୍ଷାର ଏକ ଅଂଶ। ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କ ଦ୍ୱାରା ନିଯୁକ୍ତ ‘ନାସା’ର ଅସ୍ଥାୟୀ ମୁଖ୍ୟ ସିଆନ୍ ଡଫି ସଂପୃକ୍ତ ରିଆକ୍ଟର ପ୍ରତିଷ୍ଠାକୁ ତ୍ୱରାନ୍ୱିତ କରିବାର ଯୋଜନା ବାବଦରେ ‘ନାସା’କୁ ଏକ ନିର୍ଦ୍ଦେଶ ପଠାଇବା ପରେ ଏହା ସ୍ପଷ୍ଟ ହୋଇଛି।
ଚନ୍ଦ୍ରରେ ଅନ୍ୟୂନ ୧୦୦ କିଲୋୱାଟ୍ ଶକ୍ତି ଉତ୍ପାଦନକ୍ଷମ ଏକ ରିଆକ୍ଟର ନିର୍ମାଣ ପାଇଁ ବାଣିଜ୍ୟିକ କମ୍ପାନିଗୁଡ଼ିକଠାରୁ ପ୍ରସ୍ତାବ ଆହ୍ବାନ କରିବାକୁ ଡଫି ‘ନାସା’କୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ମେ’ ମାସରେ ଚୀନ୍ ଓ ରୁଷିଆ ମଧ୍ୟ ଚନ୍ଦ୍ରରେ ଅନୁରୂପ ପରମାଣୁ କେନ୍ଦ୍ର ସ୍ଥାପନ କରିବା ସଂକ୍ରାନ୍ତରେ ଘୋଷଣା କରିବା ପରେ ଆମେରିକା ତା’ର ଏହି କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିଛି। ଭବିଷ୍ୟତରେ ଚନ୍ଦ୍ରର ଅର୍ଥନୀତି ପରିଚାଳନା, ମଙ୍ଗଳ ଗ୍ରହରେ ଶକ୍ତି ଉତ୍ପାଦନ ଏବଂ ମହାକାଶରେ ଆମେରିକାର ଜାତୀୟ ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟାକୁ ସଠିକ୍ ଭାବରେ ଆଗକୁ ବଢ଼ାଇବା ପାଇଁ ‘ନାସା’ ଶୀଘ୍ର ପଦକ୍ଷେପ ନେବା ଜରୁରି ବୋଲି ଡଫି କହିଛନ୍ତି।

  • Related Posts

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଖୁବଶୀଘ୍ର ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଘରକୁ ଆସିବେ କୁନି ଅତିଥି । ମାଆ ହେବେ ଜାଗୃତି ଶୁକ୍ଲା । ବିବାହର ବର୍ଷେ ପରେ ଏହି ଦମ୍ପତି ଖୁସି ଖବର ଦେଇଛନ୍ତି । ନବରାତ୍ରୀର ପ୍ରଥମ ଦିନରେ ଏହି ଗୁଡ୍ ନ୍ୟୁଜ୍…

    Continue reading
    ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଆନ୍ତୁ ନାହିଁ ନହେଲେ ଦୁର୍ବଳ ହେବ ଦାନ୍ତ

    ବ୍ରଶ୍‌‌ କରିବାର ତୁରନ୍ତ ପରେ ଲୋକେ କିଛି ନା କିଛି ଖାଇଥାଆନ୍ତି। ହୁଏତ ସଭିଏଁ ଜାଣିନଥିବେ ବ୍ରଶ୍‌‌ କରିବା ପରେ ତୁରନ୍ତ ଖାଇବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଦାନ୍ତ ମାଢି ଉପରେ କୁପ୍ରଭାବ ପଡିବା ସହ ଦାନ୍ତ ସହ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ