ଛାତ୍ର ସଂସଦ ନିର୍ବାଚନ; ABVPର ୧୪୨ ଏବଂ BCJDର ୧୨୧ ପ୍ରାର୍ଥୀ ବିଜୟୀ

ଭୁବନେଶ୍ୱର,: ରମାଦେବୀ ବିଶ୍ୱବିଦ୍ୟାଳୟ ଗଣତିକୁ ନେଇ ଜୋରଦାର ହଙ୍ଗାମା । ସବୁଠି ପ୍ରତିବାଦ, ରାସ୍ତାରୋକ ଆଉ ମୁହାଁମୁହିଁ ସ୍ଥିତି । କ୍ୟାମ୍ପସ ଭିତର ବାହାର ପୁଲିସ ଛାଉଣୀ । ଘୋଷଣା ହୋଇଥିବା ୧୧ଟି ବିଶ୍ୱବିଦ୍ୟାଳୟରୁ ଏବିଭିପି ୬ଟିରେ ସଭାପତି ପଦ ଦଖଲ କରିଛି । ବାକି ୫ଟିରେ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ପ୍ରାର୍ଥୀ ବିଜୟୀ ହୋଇଥିବା ସଂପୃକ୍ତ ଛାତ୍ର ସଂଗଠନଗୁଡ଼ିକ ପକ୍ଷରୁ ଦାବି କରାଯାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟ, ବିକ୍ରମଦେବ, ବ୍ରହ୍ମପୁର, ଖଲ୍ଲିକୋଟ, ସମ୍ବଲପୁର, ଧରଣୀଧର ବିଶ୍ୱବିଦ୍ୟାଳୟରେ ଏବିଭିପିର ସଭାପତି ପ୍ରାର୍ଥୀ ନିର୍ବାଚିତ ହୋଇଥିବା ଦାବି କରାଯାଉଛି । ସେହିପରି ରେଭେନ୍ସା ବିଶ୍ୱବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ, ମଧୁସୂଦନ ଆଇନ, ଫକୀରମୋହନ ଓ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବିସିଜେଡି ସଭାପତି ପ୍ରାର୍ଥୀଙ୍କ ବିଜୟ ଦାବି କରାଯାଇଛି ।
ଘୋଷଣା ହୋଇଥିବା ୨୮୫ଟି କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ଫଳାଫଳରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ଏବଂ ବିସିଜେଡି ମଧ୍ୟରେ ଏଥର କଡ଼ା ଟକ୍କର ହୋଇଛି । ଏବିଭିପି ୧୪୨ଟି ସଭାପତି ଆସନ ଦଖଲ କରିଥିବାବେଳେ ବିସିଜେଡି ୧୨୧ଟିରେ ବାଜିମାତ୍‌ କରିଥିବା ଦାବି କରିଛନ୍ତି । ସେହିପରି ଏନ୍‌ଏସୟୁଆଇ ପ୍ରାର୍ଥୀ ୫ଟି କଲେଜରେ ସଭାପତି ପଦରେ ବିଜୟୀ ହୋଇଥିବା ସଂଗଠନ ପକ୍ଷରୁ ଦାବି କରାଯାଇଛି । ୧୯ଟି କଲେଜରେ ସଭାପତି ଆସନ ହାସଲ କରି ସ୍ୱାଧୀନ ଏବଂ ଅନ୍ୟାନ୍ୟ ସଂଗଠନର ପ୍ରାର୍ଥୀ ଦମ୍‌ ଦେଖାଇଥିବା କୁହାଯାଇଛି ।

​​​​​​କଲେଜ ନିର୍ବାଚନ ଲଢ଼େଇ ଛାତ୍ର ନେତାଙ୍କ ପତିଆରାରେ ଅଟକିଯାଇନି, ଫଳାଫଳରେ ବିଧାୟକମାନଙ୍କ ଶକ୍ତି ପରୀକ୍ଷା ହୋଇଛି । ଅନେକ ବିଧାୟକ ଓ ବଡ଼ ନେତା ବି ନିଜ ଗଡ଼ରେ ଝଟ୍‌କା ଖାଇଛନ୍ତି । କଲେଜ କ୍ୟାମ୍ପସ ଦବଦବା ବିଧାୟକ/ବିଧାୟିକାଙ୍କ ହାତରୁ ଖସିଯାଇଛି । ଆଉ କିଛି ସ୍ଥାନରେ ଦଳ ସମର୍ଥିତ ପ୍ରାର୍ଥୀ ବିରୋଧରେ ବିଦ୍ରୋହୀ ପ୍ରାର୍ଥୀ ଦେଇ କିଛି ବିଧାୟକ ନିଜ ଟେକ ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ ଏବିଭିପିକୁ ବଡ଼ ସଫଳତା ମିଳିଥିବା କୁହାଯାଉଛି । ଛାତ୍ର ସଂଗଠନଗୁଡ଼ିକର ଦାବି ଅନୁସାରେ କେନ୍ଦୁଝରରେ ଏବିଭିପିକୁ ୧୫ଟି ସଭାପତି ଆସନ ଓ ବିସିଜେଡିକୁ ୩ଟି ଆସନ ମିଳିଛି । ଗଞ୍ଜାମରେ ଏବିଭିପି ପ୍ରାର୍ଥୀ ୨ଟି ବିଶ୍ୱବିଦ୍ୟାଳୟ ଓ ୨୫ଟି କଲେଜରେ ସଭାପତି ଆସନ ଜିତିଥିବା ଦାବି କରାଯାଉଛି । ଜିଲ୍ଲାରେ ବିସିଜେଡିକୁ ୬ଟି ସଭାପତି ଆସନ ମିଳିଛି । ସମ୍ବଲପୁରରେ ଏବିଭିପି ୯, ବିସିଜେଡି ୨ଟି ସଭାପତି ପଦ ପାଇଥିବା ଦାବି କରାଯାଉଛି । କେନ୍ଦ୍ରାପଡ଼ା ଜିଲ୍ଲାରେ ବିସିଜେଡି ୧୦ଟି ସଭାପତି ଆସନ ଜିତି ଦମ୍‌ ଦେଖାଇଥିବାବେଳେ ଏବିଭିପି ୫ଟି ସଭାପତି ଆସନ ଦଖଲ କରିଛି । କଟକ ଜିଲ୍ଲାରେ ବିସିଜେଡି ୮ ଓ ଏବିଭିପି ୨ଟି ଆସନ ଏବଂ କଟକ ସହରରେ ବିସିଜେଡିକୁ ୭ ଏବଂ ଏବିଭିପିକୁ ୨ଟି ଆସନ ମିଳିଥିବା ସଂଗଠନଗୁଡ଼ିକ ଦାବି କରିଛନ୍ତି । ଭୁବନେଶ୍ୱରର ୨ଟି ଯାକ ବିଶ୍ୱବିଦ୍ୟାଳୟ ବାଦ୍‌ ଏବିଭିପି ୬ଟି ଏବଂ ବିସିଜେଡି ଗୋଟିଏ ଆସନରେ ସଭାପତି ଦଖଲ କରିଥିବା ଦାବି କରାଯାଉଛି ।

ସୁନ୍ଦରଗଡ଼, ନୟାଗଡ଼, ଜଗତସିଂହପୁର, ଭଦ୍ରକ, ଢେଙ୍କାନାଳ, ରାୟଗଡ଼ା, ନବରଙ୍ଗପୁର, ଗଜପତି ଆଦି ଜିଲ୍ଲାରେ ପୂରା ଟକରାଟକରି ଓ ରୋମାଞ୍ଚକ ରହିଥିଲା ଏବିଭିପି-ବିସିଜେଡି ମଧ୍ୟରେ ଲଢ଼େଇ । ନୂଆପଡ଼ା, ମାଲକାନଗିରି, କନ୍ଧମାଳ ଜିଲ୍ଲାରେ ଏନଏସୟୁଆଇକୁ କିଛି ସଫଳତା ମିଳିଛି । ଗାଳିଗୁଲଜ, ଗୋଷ୍ଠୀ ସଂଘର୍ଷ, ରାସ୍ତାରୋକ, ପୁଲିସ ଛାଉଣୀରେ ସରିଲା ଛାତ୍ର ସଂସଦ ନିର୍ବାଚନ । ୮ ବର୍ଷ ପରେ ଛାତ୍ର ସଂସଦ ଲଢ଼େଇ ଏତେ ତଗଡ଼ା ଥିଲା, ହଙ୍ଗାମାରେ ରାତି ପାହିଗଲା । ସକାଳୁ ରାତି ଯାଏ ଆଜି ରାଜ୍ୟବ୍ୟାପୀ କଲେଜ ନିର୍ବାଚନ ଧାଁ ଧପଡ଼ ଚାଲିଥିଲା । ବିଧାନସଭା ନିର୍ବାଚନ ଭଳି ରାତି ଅଧ ଯାଏ ହଙ୍ଗାମା ଦେଖିବାକୁ ମିଳିଥିଲା । ଅନେକ ଜିଲ୍ଲାରେ ଏବିଭିପି-ବିସିଜେଡି ମଧ୍ୟରେ ଜୋରଦାର ମୁହାଁମୁହିଁ ସ୍ଥିତି ଦେଖିବାକୁ ମିଳିଛି । କଲେଜ କ୍ୟାମ୍ପସର ଏ ତାତି ରାଜ୍ୟ ରାଜନୀତିକୁ ବି ତତଲା କରିଦେଇଛି । ବିଳମ୍ବିତ ରାତି ଯାଏ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ, ଉତ୍କଳ ବିଶ୍ୱବିଦ୍ୟାଳୟରେ ଭୋଟ ଗଣତି ଅଙ୍କ ଛିଣ୍ଡିପାରିନଥିଲା । ଉତ୍ତେଜନାରେ କମ୍ପିଥିଲା କ୍ୟାମ୍ପସ ଚୌହଦୀ । ରାତି ତମାମ ଲାଗି ରହିଥିଲା ଛକାପଞ୍ଝା ।

  • Related Posts

    ନିର୍ବାଚନ ଶେଷ ପରେ ଏହା କହିଲେ ମୋହନ

    ଭୁବନେଶ୍ୱର:ପୂର୍ବ ସରକାର ନିଜର ରାଜନୈତିକ ସ୍ୱାର୍ଥ ପାଇଁ କ୍ୟାମ୍ପସରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରଖି ଛାତ୍ରଛାତ୍ରୀଙ୍କ ଗଣତାନ୍ତ୍ରିକ ସ୍ୱରକୁ ଚାପି ଦେଇଥିଲେ। କିନ୍ତୁ ଆମେ ଛାତ୍ର ସମାଜକୁ ଦେଇଥିବା ପ୍ରତିଶ୍ରୁତି ରକ୍ଷା କରି,  ସଫଳତାର ସହ ନିର୍ବାଚନ ପରିଚାଳନା କରିଛୁ…

    Continue reading
    ଉତ୍କଳ ବିଶ୍ବବିଦ୍ୟାଳୟରେ ଭାଙ୍ଗିଲା ବିଜେଡି ଗଡ଼

    ଉତ୍କଳ ବିଶ୍ବବିଦ୍ୟାଳୟରେ ଭାଙ୍ଗିଲା ବିଜେଡି ଗଡ଼। ଲଗାତାର ଉତ୍କଳ କ୍ୟାମ୍ପସରେ ବିଜୟର ବାନା ଉଡ଼ାଉଥିବା ଛାତ୍ର ବିଜେଡିକୁ ଲାଗିଛି ଶକ୍ତ ଧକ୍କା। କୌଣସି ଗୋଟିଏ ବି ପଦବୀରେ ସଙ୍ଗଠନର ପ୍ରାର୍ଥୀ ବିଜୟୀ ହୋଇପାରି ନାହାନ୍ତି। ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ଭାବେ ପରିଚିତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି