ଭୁବନେଶ୍ୱର: ଜନତା ମଇଦାନଠାରେ ଆୟୋଜିତ ଭୁବନେଶ୍ୱର ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬ରେ ବିଭିନ୍ନ ସାମଗ୍ରୀ ଉପରେ ୬୦ ପ୍ରତିଶତ ପର୍ୟ୍ୟନ୍ତ ରିହାତି ଦିଆଯାଉଛି। ଏବର୍ଷ ଏହି ମେଳା ନଭେମ୍ବର ୪ ତାରିଖ ପର୍ୟ୍ୟନ୍ତ ପ୍ରତିଦିନ ଅପରାହ୍ଣ ୧ଟାରୁ ରାତି ୧୦ଟା ପର୍ୟ୍ୟନ୍ତ ଚାଲିବ। ଏହି ମେଳାରେ ଭାରତର ୨୨ଟି ରାଜ୍ୟ ଏବଂ ୧୦ଟି ଦେଶ ଅଂଶଗ୍ରହଣ କରିଛନ୍ତି। ଆକର୍ଷଣୀୟ ସାମଗ୍ରୀଗୁଡ଼ିକ ମଧ୍ୟରେ କାଠ ଖୋଦେଇ ଆସବାବପତ୍ର, ୩୦୦ ପ୍ରକାରର ଡ୍ରାଏ ଫ୍ରୁଟ୍ସ, ଦୁବାଇର ପ୍ରସିଦ୍ଧ ବକଲାଭା ପେଷ୍ଟ୍ରି, ହସ୍ତତନ୍ତ ଓ ହସ୍ତଶିଳ୍ପ ସାମଗ୍ରୀ, ଶାଢ଼ି ଓ ଡ୍ରେସ୍ ମ୍ୟାଟେରିଆଲ୍, ଆକର୍ଷଣୀୟ ଅଳଙ୍କାର, ଆଧୁନିକ ଗୃହ ସାଜସଜ୍ଜା ସାମଗ୍ରୀ ରହିଛି। ବିଶ୍ୱର ବିଭିନ୍ନ ସ୍ଥାନରୁ ୧ ଲକ୍ଷରୁ ଅଧିକ ଜାତୀୟ ଓ ଅନ୍ତର୍ଜାତୀୟ ସାମଗ୍ରୀ ଏଠାରେ ପ୍ରଦର୍ଶିତ ହୋଇଛି। ଏଥିସହିତ ପ୍ରତିଷ୍ଠିତ ଅଟୋମୋବାଇଲ୍ ଓ ଇଭି ପାଭିଲିୟନ୍ ମଧ୍ୟ ଖୋଲିଛି।
ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!
ଡେରି ରାତିରେ ଖାଇବା, ରାତି ଅଧରେ ସ୍ନାକ୍ସ ଖାଇବା ଏବଂ ଅନିୟମିତ ନିଦ୍ରା ଏବେ ଅନେକଙ୍କ ଦୈନନ୍ଦିନ ଅଭ୍ୟାସ। କିନ୍ତୁ ଏହି ଅଭ୍ୟାସ ଦୀର୍ଘ ସମୟରେ ଶରୀରର ବାୟୋଲଜିକାଲ୍ କ୍ଲକ୍କୁ ପ୍ରଭାବିତ କରିବା ସହ ଷ୍ଟ୍ରୋକ୍ର ଆଶଙ୍କା ବଢ଼ାଇପାରେ ବୋଲି ବିଶେଷଜ୍ଞ…


