ଜନ୍ତରମନ୍ତର ଆନ୍ଦୋଳନ: ୫ ଜଣିଆ ହାଇପାୱାର ଏକ୍ସପର୍ଟ କମିଟି ଗଠନ

ଦିଲ୍ଲୀର ଜନ୍ତରମନ୍ତରଠାରେ ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରତିବାଦରେ ସମ୍ମିଳିତ ଆନ୍ଦୋଳନକାରୀଙ୍କ ଉପରେ ଦିଲ୍ଲୀ ପୁଲିସ, କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀ ତଥା ଅନ୍ୟ ସୁରକ୍ଷାକର୍ମୀମାନଙ୍କ ଅତ୍ୟଧିକ ବଳପ୍ରୟୋଗ ଅଭିଯୋଗକୁ ମାନ୍ୟବର ସୁପ୍ରିମକୋର୍ଟ ଗମ୍ଭୀରତାର ସହ ନେଇଛନ୍ତି । ଏହି ଅଭିଯୋଗର ତଦନ୍ତ ପାଇଁ ସୁପ୍ରିମକୋର୍ଟ ଏକ ୫ ଜଣିଆ ହାଇପାୱାର ଏକ୍ସପର୍ଟ କମିଟି ଗଠନ କରିଛନ୍ତି । ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ଆର.ସୁଭାଷ ରେଡ୍ଡିଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ରବି ଶଙ୍କର ଝା, ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଶୈଳେନ୍ଦ୍ର କୌର, ସିବିଆଇର ପୂର୍ବତନ ନିର୍ଦ୍ଦେଶକ ରିଷି କୁମାର ଶୁକ୍ଳା ଏବଂ ମେଘାଳୟର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଏଲ.ଆର.ବିଷ୍ଣୋଇ ସାମିଲ ଅଛନ୍ତି ।
ଗୁରୁବାର ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସୂର୍ଯ୍ୟ କାନ୍ତ, ଜଷ୍ଟିସ ଜେ.ବାଗ୍‌ଚୀ ଏବଂ ଭି.ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ଘୋଷଣା କରିଛନ୍ତି । ଏହି ଉଚ୍ଚସ୍ତରୀୟ କମିଟି ସବୁ ଗୋଷ୍ଠୀର ମତାମତ ଶୁଣି, ତଥ୍ୟ ସଂଗ୍ରହ କରି ନିଜ ରିପୋର୍ଟ କୋର୍ଟଙ୍କୁ ପ୍ରଦାନ କରିବ । ମହିଳା ପ୍ରଦର୍ଶନକାରୀମାନଙ୍କ ଉପରେ ହୋଇଥିବା ଶାରୀରିକ ନିର୍ଯାତନା ଅଭିଯୋଗକୁ କମିଟି ପ୍ରାଥମିକତା ଦେବେ । ଏଥିସହ ପୋଲିସର ଅତ୍ୟଧିକ ବଳପ୍ରୟୋଗ ଯୋଗୁ କେତେକ ଆନ୍ଦୋଳନକାରୀ ଗୁରୁତର ଆହତ ହୋଇଥିବା ଅଭିଯୋଗକୁ ମଧ୍ୟ କମିଟି ପ୍ରାଥମିକତା ଦେବ ବୋଲି ସୁପ୍ରିମକୋର୍ଟଙ୍କ ଏହି ଖଣ୍ଡପୀଠ କହିଛନ୍ତି ।
ସୂଚନାଯୋଗ୍ୟ ଯେ, ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲାରେ ତତ୍କାଳୀନ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ କକ୍ରୋଚ ଜନତା ପାର୍ଟି ପକ୍ଷରୁ ଆନ୍ଦୋଳନ କରାଯାଇଥିଲା । ଜୁଲାଇ ୨୦ ତାରିଖରେ ଆନ୍ଦୋଳନକାରୀମାନେ ସଂସଦ ଘେରାଉ କରିବାକୁ ଯାଉଥିବା ବେଳେ ପୋଲିସ ସେମାନଙ୍କୁ ଅଟକାଇବାକୁ ବଳପ୍ରୟୋଗ କରିଥିଲା । ତେବେ ଆନ୍ଦୋଳନକାରୀମାନଙ୍କୁ ଘଉଡ଼ାଇବାକୁ ପୋଲିସ ଅତ୍ୟଧିକ ବଳ ପ୍ରୟୋଗ କରିଥିବା ନେଇ ଅଭିଯୋଗ ପରେ ମାନ୍ୟବର ସର୍ବୋଚ୍ଚ ଅଦାଲତ ଏହି ନିଷ୍ପତି ନେଇଛନ୍ତି ।

  • Related Posts

    bullet proof jacketମାୟାବତୀ-ଅଖିଳେଶଙ୍କ ସମେତ ୪୪ ନେତାଙ୍କୁ ବୁଲେଟପ୍ରୁଫ୍ ଜ୍ୟାକେଟ୍

    ନୂଆଦିଲ୍ଲୀ: ଆଗାମୀ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଯୋଗୀ ସରକାର ରାଜନେତାଙ୍କ ସୁରକ୍ଷାକୁ ନେଇ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ସୁରକ୍ଷା ସମୀକ୍ଷା ଏବଂ ଗୁଇନ୍ଦା ସୂଚନା ଆଧାରରେ, ଯୋଗୀ ସରକାର ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ଏବଂ ଅଖିଳେଶ ଯାଦବଙ୍କ…

    Continue reading
    bjp ଆଜି ବିଜେପି ମୁଖ୍ୟାଳୟରେ ନବନିଯୁକ୍ତ ପଦାଧିକାରୀ ବୈଠକ

    ନୂଆଦିଲ୍ଲୀ: ବିଜେପି ନବନିଯୁକ୍ତ ପଦାଧିକାରୀ ବୈଠକ। ଆଜି ବିଜେପି ମୁଖ୍ୟାଳୟରେ ନବନିଯୁକ୍ତ ପଦାଧିକାରୀ ବୈଠକ ପ୍ରଥମ ବୈଠକ। ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନେତୃତ୍ୱରେ ନୂଆ ଟିମ୍ ର ସଦସ୍ୟମାନେ ସାଙ୍ଗଠନିକ କାର୍ୟ୍ୟକ୍ରମ ଓ ଆଗାମୀ ରଣନୀତି ନେଇ ଆଲୋଚନା କରିବେ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ