
ଜ଼ିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଆନୁକୂଲ୍ୟରେ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟ, ନଈକୂଳ ବିଜୟନଗର ପରିସରରେ ଜ଼ିଲ୍ଲା ସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡା ସଂଗଠନ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଅଛି। ଜ଼ିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦେରା କୁଜୁର ମୁଖ୍ୟ ଅତିଥି, ଜ଼ିଲ୍ଲା କ୍ରୀଡା ଅଧିକାରୀ ହେମନ୍ତ ସିଂ,ବାରକୋଟ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କ୍ଷୀରୋଦ ପ୍ରଧାନ,ପି.ଏମ. ଶ୍ରୀ ନୋଡାଲ ଉଚ୍ଚ ବିଦ୍ୟାଳୟ ଡଂରା ପ୍ରଧାନଶିକ୍ଷକ ମାଧବ ବିଶ୍ୱାଳ, ନଈକୂଳ ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଇନ୍ଦ୍ରମଣି ସାମଲ, ବସାଲଇ ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଈଶ୍ୱର ଚନ୍ଦ୍ର ସାହୁ, କଲା ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସରୋଜ ରଞ୍ଜନ ବ୍ରହ୍ମା, କଣ୍ଢଳ ନୋଡାଲ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ଚିନ୍ମୟୀ ପ୍ରଧାନ ସଂମ୍ମାନିତ ଅତିଥି ଭାବେ ମଞ୍ଚାସିନ ରହି କ୍ରୀଡାର ମହତ୍ତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ।କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ଥାନୀୟ ବିଦ୍ୟାଳୟ ଛାତ୍ରୀ ମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରିଥିଲେ।ଜ଼ିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ ପଦ୍ମିନୀ ମହାପାତ୍ର ସ୍ୱାଗତ ଭାଷଣ ସହ ବିବରଣୀ ପଠନ କରିଥିଲେ।୨୦୨୫ -୨୬ ଶିକ୍ଷା ବର୍ଷ ରେ ଅବସର ଗ୍ରହଣ କରିଥିବା ତିଳେଇବଣି କ୍ରୀଡା ସମ୍ପାଦକ ଡିଲେଶ୍ୱର ସ୍ୱାଇଁ,ରିଆମାଳ ବ୍ଲକ କ୍ରୀଡା ସମ୍ପାଦକ ଜଗଦୀଶ ଭୋଇ, କୁଣ୍ଡାପିଠା ଉଚ୍ଚ ବିଦ୍ୟାଳୟ କ୍ରୀଡା ଶିକ୍ଷକ ପ୍ରଦ୍ୟୁମ୍ନ କୁମାର ପ୍ରଧାନ ଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।ବିଭିନ୍ନ ବର୍ଗରେ ଜାତୀୟ ସ୍ତରରେ ଭାଗ ନେଇଥିବା ୮ ଜଣ ଛାତ୍ର ଛାତ୍ରୀଙ୍କୁ ବିଭାଗ ତରଫରୁ ସ୍ୱତନ୍ତ୍ର ଭାବେ ସଂମ୍ମାନିତ କରାଯାଇଥିଲା। ବୈଠକର ଦ୍ଵିତୀୟ ପର୍ଯ୍ୟାୟରେ ଜ଼ିଲ୍ଲା ଶାରୀରିକ ଅଧିକାରୀ ପଦ୍ମିନୀ ମହାପାତ୍ରଙ୍କ ପରିଚାଳନାରେ ଶିକ୍ଷା ବର୍ଷ ୨୦୨୬-୨୭ ବର୍ଷ ରାଜ୍ୟ ସ୍ତରୀୟ ୨୨ ଟି ଖେଳର ଜ଼ିଲ୍ଲା ସ୍ତରରେ ସଫଳ ଆୟୋଜନ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା ପୂର୍ବକ ରୂପରେଖ ପ୍ରସ୍ତୁତ କରାଯାଇଥିଲା।କାର୍ଯ୍ୟକ୍ରମକୁ ସୁଗୁଡା ସି. ଆର. ସି. ସି. ପ୍ରାଣବନ୍ଧୁ ଘଡ଼େଇ ସଂଯୋଜନା କରିଥିବା ବେଳେ ସ୍ଥାନୀୟ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଇନ୍ଦ୍ରମଣି ସାମଲ ଧନ୍ୟବାଦ ପ୍ରଦାନ କରିଥିଲେ।କାର୍ଯ୍ୟକ୍ରମ ପରିଚାଳନାରେ ସ୍ଥାନୀୟ ବିଦ୍ୟାଳୟ କ୍ରୀଡା ଶିକ୍ଷକ କରୁଣାକର ପାନ୍ନା ଙ୍କ ସମେତ ସମେତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ। କାର୍ଯ୍ୟକ୍ରମରେ ଜ଼ିଲ୍ଲାର ସମସ୍ତ କ୍ରୀଡା ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ।




