ଜାନୁଆରି ୨୫ରୁ ଫେବ୍ରୁଆରି ୨୮ ଭିତରେ ହେବ ଜନଗଣନା

ନୂଆଦିଲ୍ଲୀ: ଭାରତରେ ୨୦୨୭ ଜାନୁଆରି ୨୫ରୁ ଫେବ୍ରୁଆରି ୨୮ ପର୍ୟ୍ୟନ୍ତ ଜନଗଣନା କରାଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଜନଗଣନାରେ ଲୋକଙ୍କ ସୁବିଧା ପାଇଁ ପ୍ରଥମ ଥର ଭଳି ନିଜେ ତଥ୍ୟ ଦାଖଲ କରିବାର ବିକଳ୍ପ ରଖାଯାଇଛି। ଏଥିପାଇଁ ଜାନୁଆରି ୧୦ରୁ ୨୪ ତାରିଖ ଯାଏଁ ସମୟ ଦିଆଯାଇଛି। ଏହି ସମୟରେ ଲୋକମାନେ ନିଜ ପରିବାର ଓ ବାସସ୍ଥାନ ସମ୍ପର୍କିତ ଆବଶ୍ୟକ ତଥ୍ୟ ନିଜେ ପୂରଣ କରିପାରିବେ। ତେବେ ଏହା ବାଧ୍ୟତାମୂଳକ ନୁହେଁ। ମୁଖ୍ୟ ଜନଗଣନା ଶେଷ ହେବା ପରେ ମାର୍ଚ୍ଚ ୧ରୁ ୫ ତାରିଖ ପର୍ୟ୍ୟନ୍ତ ପୁନଃଯାଞ୍ଚ ପର୍ୟ୍ୟାୟ ଅନୁଷ୍ଠିତ ହେବ। ଏହି ସମୟରେ ପୂର୍ବରୁ ସଂଗ୍ରହ କରାଯାଇଥିବା ତଥ୍ୟର ଯାଞ୍ଚ ଓ ଆବଶ୍ୟକ ସଂଶୋଧନ କରାଯିବ। ମାର୍ଚ୍ଚ ୧ ତାରିଖ ରାତି ୧୨ଟାର ସ୍ଥିତି ଅନୁଯାୟୀ ଜନସଂଖ୍ୟା ସମ୍ପର୍କିତ ତଥ୍ୟ ରେକର୍ଡ କରାଯିବ। ସରକାରୀ ବିଜ୍ଞପ୍ତିରେ ଏହି ସମୟସୂଚୀ ସ୍ପଷ୍ଟ କରାଯାଇଛି।
ଗୃହ ମନ୍ତ୍ରଣାଳୟର ଗେଜେଟ୍‌ ବିଜ୍ଞପ୍ତି ଅନୁଯାୟୀ, ମଣିପୁର, ଗୋଆ, ଉତ୍ତରପ୍ରଦେଶ, ପଞ୍ଜାବ ଓ ଉତ୍ତରାଖଣ୍ଡରେ ଏହି ସମୟରେ ଜନଗଣନା ହେବ ନାହିଁ। ଏହି ରାଜ୍ୟଗୁଡ଼ିକରେ ନିର୍ବାଚନ ଥିବାରୁ ଜନଗଣନା କାର୍ୟ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ନିର୍ବାଚନ ଆଚରଣ ବିଧିର ଅବଧି ଶେଷ ହେବା ପରେ ସେଠାରେ ଜନଗଣନା କରାଯିବ। ଜନଗଣନା ଦେଶର ଜନସଂଖ୍ୟା, ସାମାଜିକ ଓ ଆର୍ଥିକ ସ୍ଥିତି ସମ୍ପର୍କିତ ତଥ୍ୟ ସଂଗ୍ରହର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକ୍ରିୟା।

  • Related Posts

    ନଭେମ୍ବର ୧ ରୁ ବାର୍ଷିକ ଟୋଲ୍ ପାସ୍

    ଭୁବନେଶ୍ୱର: କେନ୍ଦ୍ର ସରକାର ଜାତୀୟ ରାଜପଥ ଟୋଲ୍ ପ୍ଲାଜାର ୨୦ କିଲୋମିଟର ପରିଧିରେ ରହୁଥିବା ବାସିନ୍ଦାଙ୍କ ପାଇଁ ନଭେମ୍ବର ୧ ରୁ ବାର୍ଷିକ ଟୋଲ୍ ପାସ୍ ଘୋଷଣା କରିଛନ୍ତି । ଟୋଲ୍ ପ୍ଲାଜାର ୨୦ କିଲୋମିଟର ପରିଧି ମଧ୍ୟରେ ରହୁଥିବା ବାସିନ୍ଦାମାନେ…

    Continue reading
    ଏଟିଏମ୍ ରୁ ମିଳିବ ସରକାରୀ ରାସନ୍

    ମୁମ୍ବାଇ:ସରକାରୀ ରାସନ୍ ଦୋକାନରେ କଳାବଜାରୀ ଏବଂ ଅପବ୍ୟବହାର ରୋକିବା ପାଇଁ, ସରକାର ଏଟିଏମ୍ ମାଧ୍ୟମରେ ରାସନ୍ ବଣ୍ଟନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନାସିକ ଜିଲ୍ଲାରେ ଆରମ୍ଭ ହୋଇଥିବା ଏକ ପାଇଲଟ୍ ପ୍ରକଳ୍ପକୁ ଅତ୍ୟନ୍ତ ସଫଳ ବୋଲି ବିବେଚନା କରାଯାଉଛି। ସରକାର ଖୁବ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି