ଜିଲ୍ଲାପରିଷଦର ଷଷ୍ଠ ଅଧିବେଶନର ଏକାଦଶ ବୈଠକ

ଦେବଗଡ:ସ୍ଥାନୀୟ ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାପରିଷଦର ଷଷ୍ଠ ଅଧିବେଶନର ଏକାଦଶ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପରିଷଦ ଅଧ୍ୟକ୍ଷ କୌଶିକ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ବିଧାୟକ ରୋମାଞ୍ଚ ରଞ୍ଜନ ବିଶ୍ୱାଳ, ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ,ଜିଲ୍ଲାପରିଷଦ ଉପସଭାପତି ବର୍ଷାରାଣୀ ମୁଣ୍ଡା, ପୂର୍ବ ବିଧାୟକ ତଥା ସାଂସଦଙ୍କ ପ୍ରତିନିଧି ସୁବାସ ଚନ୍ଦ୍ର ପାଣିଗ୍ରାହୀ ମଂଚାସୀନ ଥିଲେ। ଜିଲ୍ଲାପାଳ ଶ୍ରୀ ସାହୁ ସ୍ଵାଗତ ଭାଷଣ ଦେବା ସହ ଜିଲ୍ଲାର ସାମଗ୍ରୀକ ବିକାଶ ନିମନ୍ତେ ଜନପ୍ରତିନିଧିଙ୍କ ସହଯୋଗ କାମନା କରିଥିଲେ।ଏହାସହ ଜିଲ୍ଳାର ବିକାଶ ପ୍ରକ୍ରିୟାକୁ ତ୍ଵରାନିତ କରିବା ଉପରେ ଗୁରୁତ୍ୱାରୋପ ଓ ବିଭିନ୍ନ ଯୋଜନା କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା କରିଥିଲେ।ବିଧାୟକ ଶ୍ରୀ ବିଶ୍ବାଳ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ, ଜନସାଧାରଣଙ୍କ ସମସ୍ୟା ଏବଂ ଜିଲ୍ଲାର ସାମଗ୍ରିକ ବିକାଶ ସଂପର୍କରେ ଆଲୋକପାତ କରିଥିଲେ।ଏହାପରେ ବିଗତ ଜିଲ୍ଲାପରିଷଦ ବୈଠକର ପରିପାଳନ ଓ ଦୃଢ଼ୀକରଣ ସଂପର୍କରେ ଆଲୋଚନା କରା‌ଯାଇଥିଲା। ବୈଠକରେ ବିଶେଷ କରି ଶିକ୍ଷା,ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ,କୃଷି,ଖାଦ୍ୟ ଯୋଗାଣ,ଗ୍ରାମାଞ୍ଚଳ ବିଦ୍ୟୁତ କରଣ,ପାନୀୟ ଜଳ ଯୋଗାଣ ଓ ପରିମଳ,ଗ୍ରାମ୍ୟ ଉନ୍ନୟନ ବିଭାଜନ,ପୂର୍ତ୍ତ, ଖଣି ବିଭାଗ, ଗୋହିରା ଡ୍ୟାମ ପ୍ରକଳ୍ପ,ଜଙ୍ଗଲ,ଜିଲ୍ଲା ମଙ୍ଗଳ ବିଭାଗ,ଉଦ୍ୟାନ,ପଶୁ ସମ୍ପଦ,ମତ୍ସ୍ୟ,ପାଉଡି ଭୂୟାଁ ସଂସ୍ଥା, ଜିଲ୍ଲା ସାମାଜିକ ସୁରକ୍ଷା,ଜିଲ୍ଲା ଶିଶୁ ସୁରକ୍ଷା ତଥା ବିଭିନ୍ନ ଯୋଜନ‌ା ଓ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ମିଞ୍ଜ ବୈଠକର ଉଦ୍ଦେଶ୍ୟ ସଂପର୍କ ସୂଚନା ଦେଇଥିଲେ।ଜିଲ୍ଲାପରିଷଦ ଅତିରିକ୍ତ ନିର୍ବାହୀ ଅଧିକାରୀ ଦିଲୀପ ପ୍ରଧାନ ଧନ୍ୟବାଦ ଦେଇଥିଲେ।ବୈଠକରେ ଜିଲ୍ଲାପରିଷଦ ସଦସ୍ୟ ଗୀତାଞ୍ଜଳୀ ପାଣି,ବାସନ୍ତୀ ବେହେରା,ସମରେନ୍ଦ୍ର ଜିତ୍,ରାଜେଶ ମହାନାୟକଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।

  • Related Posts

    ଗଞ୍ଜାମକୁ ଅତିରିକ୍ତ ୨୦ କୋଟି ଟଙ୍କା ରିଲିଫ୍ ସହାୟତା

    ବ୍ରହ୍ମପୁର: ବାତ୍ୟା ‘ଅର୍ଣ୍ଣବ’ ଓ ପରବର୍ତ୍ତୀ ପ୍ରବଳ ବର୍ଷା ଯୋଗୁଁ ଗଞ୍ଜାମ ସମେତ ଦକ୍ଷିଣ ଓଡ଼ିଶାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଓ ବ୍ୟାପକ କ୍ଷୟକ୍ଷତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଅପରାହ୍ନରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା…

    Continue reading
    ୨୦୨୭ର ସରକାରୀ ଛୁଟି ତାଲିକା ଜାଣନ୍ତୁ

    ଭୁବନେଶ୍ୱର: ଆସନ୍ତା ୨୦୨୭ ବର୍ଷ ପାଇଁ ସରକାରୀ ଛୁଟି  ତାରିଖ ପ୍ରକାଶ ପାଇଛି । ପର୍ବପର୍ବାଣୀ, ସ୍ମରଣୀୟ ଦିବସ ପାଇଁ ରାଜ୍ୟର ସମସ୍ତ  ସରକାରୀ କାର୍ଯ୍ୟାଳୟ ଏବଂ ରାଜସ୍ୱ ଓ ମ୍ୟାଜିଷ୍ଟେରିଆଲ୍‌ କୋର୍ଟ (କାର୍ଯନିର୍ବାହୀ)  ପାଇଁ ଛୁଟି ଘୋଷଣା କରାଯାଇଛି ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !

    ବିନା ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ବ୍ୟାଟେରିରେ ବି ଚାଲିବ ଗାଡ଼ି

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି