
ଦେବଗଡ଼ ଆଜି ଜିଲ୍ଲପାଳଙ୍କ ବିକାଶ ଭବନ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ ଯୋଗଦେଇ ୪୮ଟି ଅଭିଯୋଗ ଗ୍ରହଣ କରିବା ସହ ଆବଶ୍ୟକ ପଦକ୍ଷେପ ନେବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅଭିଯୋଗ ମଧ୍ୟରେ ୩୧ ଟି ବ୍ୟକ୍ତିଗତ ଏବଂ ୧୭ ଟି ସାମୁହିକ ଅଭିଯୋଗ ହୋଇଥିବା ଜଣାପଡିଛି । ବିଶେଷ କରି ଜମି ବାଡ଼ି ବିବାଦ, ପାନୀୟ ଜଳ , ବାର୍ଦ୍ଧକ୍ୟ ଭତା,ପ୍ରଧାନମନ୍ତ୍ରୀ ଆବାସ ଓ ବିଦ୍ୟୁତ୍ ସଂଯୋଗୀକରଣ ସଙ୍ଗତେ ଅଭିଯୋଗ ହୋଇଥିଲା । ଅଭିଯୋଗ ଗୁଡିକ ଶୁଣିବା ପରେ ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଶିବିରରେ ଆରକ୍ଷୀ ଅଧିକ୍ଷକ କିଶୋର ଚନ୍ଦ୍ର ମୁଣ୍ଡ,ଉପଜିଲ୍ଲାପାଳ ପରିକ୍ଷିତ ସାହୁ, ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦିଲୀପ କୁମାର ପ୍ରଧାନ,ଏସିଏଫ୍ ସ୍ୱାଧୀନତା ସାହାଣୀ,ଡେପୁଟି କଲେକ୍ଟର ଲକ୍ଷ୍ମଣ ଅମାତ୍ ,ଡେପୁଟି କଲେକ୍ଟର ସୌମ୍ୟା ସୁଚିସ୍ମିତା,ଜିଲ୍ଲା ପଞ୍ଚାୟତ ଅଧିକାରୀ ହେମନ୍ତ ସିଂ,ତହସିଲଦାର କର୍ଣ୍ଣ ମଲିକ୍ ସମେତ ସମସ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ।




