
ଦେବଗଡ଼:ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିକାଶ ଭବନ ସମ୍ମିଳନୀ କକ୍ଷରେ ଆଜି ଜିଲ୍ଲାସ୍ତରୀୟ ସ୍ୱାଧିନତା ଦିବସ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଉପଜିଲ୍ଲାପାଳ ପରିକ୍ଷିତ ସାହୁ ଓ ଭାରପ୍ରାପ୍ତ ପୌରାଧ୍ୟକ୍ଷ ପ୍ରଜିତ ଭୋଜ ଯୋଗ ଦେଇ ଚଳିତ ସ୍ଵାଧୀନତା ଦିବସ ସମାରୋହ କିପରି ସରସ ସୁନ୍ଦର ଭାବେ ପାଳନ କରାଯିବ ସେ ନେଇ ଆଲୋଚନା କରିଥିଲେ।ଏଥି ପାଇଁ ପ୍ୟାରେଡ୍ ପଡ଼ିଆ ସାଜସଜ୍ଜା, ବାରିକେଟ ନିର୍ମାଣ,ଶାନ୍ତିଶୃଙ୍ଖଳା ରକ୍ଷାପାନୀୟ ଜ଼ଳ ଯୋଗାଣ ,ପଡ଼ିଆ ପରିଷ୍କାର ପରିଚ୍ଛନ୍ନ ପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ଦାୟିତ୍ବ ଦିଆଯାଇଥିଲା। ମୁଖ୍ୟ ଅତିଥି ସକାଳ ୯.୧୫ରେ ଜାତୀୟ ପତାକା ଉତ୍ତୋଳନ କରି ପ୍ୟାରେଡ୍ର ଅଭିବାଦନ ଗ୍ରହଣ କରିବେ।ଏହି ଅବସରରେ ସକାଳ ୫ ଟାରେ ରାମଧୂନ, ବରପୁତ୍ର ମାନଙ୍କୁ ମାଲ୍ୟାର୍ପଣ,ଜିଲ୍ଲାର ସମସ୍ତ ଅନୁଷ୍ଠାନର ପତାକା ଉତ୍ତୋଳନ କରାଯିବ।ଏଥିସହ ଅପରାହ୍ନରେ ଫୁଟବଲ ମ୍ୟାଚ,କବି ସମ୍ମିଳନୀ,ସଙ୍ଗମ ଆଣ୍ଡ ସଙ୍ଗମ ଦ୍ୱାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବ ବୋଲି ବୈଠକରେ ସ୍ଥିର କରାଯାଇଛି।ଅଗଷ୍ଟ ୧୧,୧୨,୧୩ରେ ଇନ୍ଦିରା ଗାନ୍ଧି ଷ୍ଟାଡିୟମରେ ସକାଳ ୮.୩୦ ରେ ପ୍ୟାରେଡ୍ ଅଭ୍ୟାସ କରାଯିବା ସହ ବିଦ୍ୟାଳୟ ଓ ମହାବିଦ୍ୟାଳୟସ୍ତରୀୟ ବିଭିନ୍ନ ପ୍ରତିଯୋଗିତା ଆୟୋଜିତ ହେବ।ପରେ ସ୍ୱାଧୀନତା ଦିବସ ପାଳନ ଉତ୍ସବ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯିବ।ଛାତ୍ର ଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଜୁଲାଇ ୩୧ ଓଡିଆ ବକ୍ତୃତା,ଅଗଷ୍ଟ ୧ ଦେଶାତ୍ମବୋଧକ ସଙ୍ଗୀତ, ଅଗଷ୍ଟ ୨ ଚିତ୍ରାଙ୍କନ ଓ ଚିତା (ଝୋଟି),ଅଗଷ୍ଟ ୩ ଫେନସୀ ଡ୍ରେସ,ଅଗଷ୍ଟ୪ରେ ଇଂରାଜୀବକୃତା, ଅଗଷ୍ଟ ୬ରେ ଜଣାଅଜଣା, ଅଗଷ୍ଟ ୭ ଏକକଅଭିନୟ ପ୍ରତିଯୋଗିତା ଅନୁଷ୍ଠିତ ହେବ। ବୈଠକରେ ପୌର ନିର୍ବାହୀ ଅଧିକାରୀ କଳିଙ୍ଗ ଆଶିଷ ଶତପଥୀ,ଡେପୁଟୀ କଲେକ୍ଟର ସୌମ୍ୟା ସୁଚିସ୍ମିତାଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ, ବିଭିନ୍ନ ଶିକ୍ଷାଅନୁଷ୍ଠାନ ର ପ୍ରଧାନ ଶିକ୍ଷକ, ବରିଷ୍ଠ ନାଗରିକ ଉପସ୍ଥିତ ଥିଲେ। ଡିଆଇପିଆରଓ ମନୋରଞ୍ଜନ ସୂତାର ବୈଠକର ବିବରଣୀ ପାଠ କରିବା ସହ ଧନ୍ୟବାଦ ଦେଇଥିଲେ।




