
ଦେବଗଡ:ରିଆମାଳ ଥାନା ଟିଙ୍କବୀର ଗ୍ରାମର ଆସନ୍ତା ୨୪ ତାରିଖ ଝିଅର ବିବାହ ଥିବା ବେଳେ ବାପା ତିନି ଦିନ ହେଲା ନିଖୋଜ ହୋଇଥିବା ଅଭିଯୋଗ ହୋଇଛି।ଆଜି ସ୍ତ୍ରୀ ରିଆମାଳ ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ ଟିଙ୍କବୀର ଗ୍ରାମର ସନ୍ତୋଷ ସ୍ବାଇଁ (୫୨) ଗତ ଶନିବାର ଦିନରେ ଜଣଙ୍କ ବାଇକ୍ ରେ ବସି ଛତାବର ଆସିଥିଲେ।ଏହା ପରେ ସେ ଦେବଗଡ଼ ଏକ ଢ଼ାବାରେ ବସି ଖାଇଥିଲେ। ମାତ୍ର ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକ ଗତ ତିନି ଧରି ଖୋଜାଖୋଜି କରିବା ପରେ ପାଇ ନ ଥିବାରୁ ଆଜି ଥାନାର ଦ୍ୱାରସ୍ଥ ହୋଇ ଲିଖିତ ଅଭିଯୋଗ କରିଛନ୍ତି।




