ଟିକସ ସ୍ଲାବର ସଂଶୋଧନ ପାଇଁ ଆଜିଠାରୁ ଦୁଇ ଦିନିଆ ଜିଏସଟି ପରିଷଦ ବୈଠକ

ନୂଆଦିଲ୍ଲୀ,03/09: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଜିଏସଟି ପରିଷଦ ଟିକସ ସ୍ଲାବର ସଂଶୋଧନ ଉପରେ ଆଲୋଚନା କରିବା ପାଇଁ ଆଜିଠାରୁ ଦୁଇ ଦିନିଆ ବୈଠକ ଆରମ୍ଭ ହେବ। କେନ୍ଦ୍ର ସରକାର ଅକ୍ଟୋବର ଆରମ୍ଭ ସୁଦ୍ଧା ସାମଗ୍ରୀ ଏବଂ ସେବା ଟିକସ (ଜିଏସଟି) ବ୍ୟବସ୍ଥା ଅଧୀନରେ ପରବର୍ତ୍ତୀ ପିଢ଼ିର ସଂସ୍କାର କାର୍ଯ୍ୟକାରୀ କରିବାର ସମୟସୀମା ନିକଟତର ହେଉଥିବା ବେଳେ ଗତ ସ୍ବାଧୀନତା ଦିବସରେ ପ୍ରଧାନମନ୍ତ୍ରୀଙ୍କ ଏ ସମ୍ପର୍କିତ ଘୋଷଣା ପରେ ସମସ୍ତଙ୍କ ନଜର ଏହି ବୈଠକ ଉପରେ ରହିଛି। ପରିଷଦର ପଦାଧିକାରୀ ସଚିବ ଥିବା ରାଜସ୍ୱ ସଚିବ ଅରବିନ୍ଦ ଶ୍ରୀବାସ୍ତବ ଗତ ମାସରେ ବୈଠକ ସମ୍ପର୍କରେ ଏକ ନୋଟିସ ଜାରି କରିଥିଲେ ଏବଂ ଯେଉଁଥିରେ ଜିଏସଟି ପରିଷଦର ୫୬ତମ ବୈଠକର ଗୋଟିଏ ଦିନ ପୂର୍ବରୁ ରାଜ୍ୟ ଏବଂ କେନ୍ଦ୍ରର ଅଧିକାରୀଙ୍କ ସହ ବୈଠକ ଅନୁଷ୍ଠିତ ହେବ। ରାଜସ୍ୱ ସଚିବଙ୍କ ଦ୍ୱାରା ଜାରି କରାଯାଇଥିବା ନୋଟିସ ଅନୁଯାୟୀ, ଜିଏସଟି ପରିଷଦର ଦୁଇ ଦିନିଆ ବୈଠକ ସେପ୍ଟେମ୍ବର ୩ ଏବଂ ୪ରେ ଅନୁଷ୍ଠିତ ହେବାକୁ ଯାଉଛି। ବୈଠକରେ ଭାଗ ନେବା ପାଇଁ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ ଅନ୍ୟାନ୍ୟ ମନ୍ତ୍ରି ଗୋଷ୍ଠୀ ଦିଲ୍ଲୀରେ ପହଁଚିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ନେତୃତ୍ୱରେ ଅନୁଷ୍ଠିତ ଜିଏସଟି ପରିଷଦ ବୈଠକରେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିନିଧିମାନେ ସାମିଲ ହେବେ ଯାହା ଦ୍ୱାରା ସାଧାରଣ ବ୍ୟବହାର ସାମଗ୍ରୀ ଏବଂ ଜନକଲ୍ୟାଣ ସେବା ଉପରେ ଟିକସ ହ୍ରାସ ସମ୍ପର୍କରେ ଆଲୋଚନା କରାଯିବ। କେନ୍ଦ୍ର ସରକାର ବିଶେଷ ଭାବେ ସ୍ବାସ୍ଥ୍ୟ ପାଇଁ ଅହିତକର ସାମଗ୍ରୀ ପାଇଁ ୪୦ ପ୍ରତିଶତ ସ୍ୱତନ୍ତ୍ର ଟିକସ ହାର ସହିତ ୫, ୧୨, ୧୮ ଏବଂ ୨୮ ପ୍ରତିଶତର ୪ଟି ସ୍ଲାବକୁ ୫ ଓ ୧୮ ପ୍ରତିଶତ ଦୁଇଟି ସ୍ଲାବ ମଧ୍ୟରେ ସୀମିତ ରଖିବାକୁ ପରାମର୍ଶ ଦେଇଛନ୍ତି। ତେବେ ଜିଏସଟି ସ୍ଲାବରେ ପରିବର୍ତ୍ତନ ହେଲେ ଦୁଇଟି ପ୍ରମୁଖ ସମସ୍ୟା ସୃଷ୍ଟି ହେବାର ସମ୍ଭାବନା ରହିଥିବା ବିଶେଷଜ୍ଞ କହିଛନ୍ତି। ଟିକସ ହ୍ରାସ ପରେ ରାଜସ୍ୱ କ୍ଷତି ପୂରଣ ପାଇଁ କେଉଁ ବିକଳ୍ପ ରହିବ ଏବଂ ଜିଏସଟି ହାର ହ୍ରାସର ଲାଭ ସର୍ବଶେଷ ହିତାଧିକାରୀ, ଅର୍ଥାତ୍ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବ କି ନାହିଁ।

  • Related Posts

    ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ: ‘ହେରିଟେଜ୍ ପ୍ରପର୍ଟି’ର ହେବ ସଂରକ୍ଷଣ

    ଭୁବନେଶ୍ୱର: ରାଜ୍ୟର ପୁରାତନ ଐତିହ୍ୟ ସମ୍ପନ୍ନ ଭବନ, ପ୍ରାସାଦ, ଦୁର୍ଗ ଓ ସାଂସ୍କୃତିକ ଗୁରୁତ୍ବବହନ କରୁଥିବା ସମ୍ପତ୍ତିଗୁଡ଼ିକୁ ପର୍ୟ୍ୟଟନ ମାନଚିତ୍ରରେ ସ୍ଥାନ ଦେବା ପାଇଁ ଓଡ଼ିଶା ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ଓଡ଼ିଶା ପର୍ୟ୍ୟଟନ ସଂଶୋଧନ ନୀତି-୨୦୨୬ ଅଧୀନରେ ସରକାର…

    Continue reading
    ରଜ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: କୃଷିଭିତ୍ତିକ ଗଣପର୍ବ ରଜ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‌କହିଛନ୍ତି, ପ୍ରିୟ ଓଡ଼ିଶାବାସୀ, ଭାଇ ଓ ଭଉଣୀମାନେ, ଓଡ଼ିଆ ଅସ୍ମିତାର ଜୀବନ୍ତ ପରମ୍ପରା, ମୃତ୍ତିକା ଓ ମାତୃଶକ୍ତିର ଅନନ୍ୟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ