ଡିସେମ୍ବର ପ୍ରଥମ ସପ୍ତାହରୁ ଶୀତ ଅଧିବେଶନ!

ନୂଆଦିଲ୍ଲୀ: ପାର୍ଲାମେଣ୍ଟର ଶୀତ ଅଧିବେଶନ ଡିସେମ୍ବର ପ୍ରଥମ ସପ୍ତାହରୁ ଆରମ୍ଭ ହୋଇପାରେ। ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ନେଇ ବୃଦ୍ଧି ପାଉଥିବା ଏକ ସଂଘର୍ଷପୂର୍ଣ୍ଣ ରାଜନୈତିକ ପରିବେଶ ମଧ୍ୟରେ ପ୍ରସ୍ତାବିତ ସୀମା ପୁନଃ ନିର୍ଦ୍ଧାରଣ ସହ ଜଡ଼ିତ ମହିଳା ସଂରକ୍ଷଣ ବିଲ୍‌ ସରକାରଙ୍କ ସବୁଠୁ ବଡ଼ ଆଇନଗତ ପ୍ରାଥମିକତା ଭାବେ ଉଭା ହୋଇଛି। ଲୋକ ସଭାର ବର୍ତ୍ତମାନର ଆସନ ସଂଖ୍ୟା ୫୪୩ରୁ ନିର୍ବାଚନମଣ୍ଡଳୀ ସୀମା ପୁନଃ ନିର୍ଦ୍ଧାରଣ ଜରିଆରେ ସର୍ବାଧିକ ୮୫୦କୁ ବୃଦ୍ଧି କରିବା ପାଇଁ ସରକାର ସମ୍ବିଧାନ ସଂଶୋଧନ ବିଲ୍‌ ଆଣିବାକୁ ଚାହୁଁଛନ୍ତି। ଫଳରେ ୨୦୨୯ ସାଧାରଣ ନିର୍ବାଚନ ପୂର୍ବରୁ ପାର୍ଲାମେଣ୍ଟ ଓ ରାଜ୍ୟ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କାର୍ଯ୍ୟକାରୀ ହେବା ନେଇ ପଥ ପରିଷ୍କାର ହୋଇଯିବ।
ଆଲୋଚନା ସହ ଜଡ଼ିତ ସୂତ୍ର ଅନୁଯାୟୀ, ଡିସେମ୍ବର ପ୍ରଥମ ସପ୍ତାହରେ ଅଧିବେଶନ ଆରମ୍ଭ ହୋଇପାରେ। ସମ୍ଭାବ୍ୟ ତାରିଖ ସମ୍ପର୍କରେ ସରକାରଙ୍କ ସର୍ବୋଚ୍ଚ ସ୍ତରରେ ଆଲୋଚନା ହୋଇଛି। ତେବେ ଏହି ଗୁରୁତ୍ୱପୂର୍ଣ୍ଣ ବିଧେୟକକୁ ଗୃହୀତ କରାଇବା ନେଇ ସଂଖ୍ୟା ଯୋଗାଡ଼ କରିବା ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ହୋଇପାରେ। ବିଲ୍‌ ଗୃହୀତ କରାଇବାକୁ ହେଲେ ଲୋକ ସଭାର ଦୁଇ-ତୃତୀୟାଂଶ ସଂଖ୍ୟାଗରିଷ୍ଠତା ବା ଉପସ୍ଥିତ ୫୪୩ ସଦସ୍ୟଙ୍କ ମଧ୍ୟରୁ ୩୬୧ ଜଣଙ୍କ ସମର୍ଥନ ଆବଶ୍ୟକ। ତେବେ ୩ ଆସନ ଖାଲି ପଡ଼ିଥିବାରୁ ଲୋକ ସଭାରେ ଏବେ ୫୪୦ ସଦସ୍ୟ ଅଛନ୍ତି। ଶାସନ ଏନ୍‌ଡିଏର ୩୨୦ ସଦସ୍ୟ ଥିବାବେଳେ ବିଲ୍‌ ଗୃହୀତ କରାଇବା ପାଇଁ ଏହା ବିରୋଧୀ ଦଳଗୁଡ଼ିକର ସମର୍ଥନ ଆବଶ୍ୟକ କରିବ। ଅନ୍ୟପକ୍ଷରେ ଏସ୍‌ଆଇଆର୍‌ ବିରୋଧରେ ଆନ୍ଦୋଳନକୁ ଜୋର୍‌ଦାର କରି ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିଆସୁଥିବା ବିରୋଧୀ ଦଳଗୁଡ଼ିକ ପାର୍ଲାମେଣ୍ଟରେ ହଟ୍ଟଗୋଳ ଜାରି ରଖିବା ସମ୍ଭାବନା ରହିଛି।

  • Related Posts

    କଂଗ୍ରେସ ନେତା ଭାରତକୁ ବଦନାମ କରୁଛନ୍ତି:ଅମିତ ଶାହ

    ନୂଆଦିଲ୍ଲୀ : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ହାଇଦ୍ରାବାଦରେ ଅନ୍ତରାଷ୍ଟ୍ରୀୟ ସମ୍ମିଳନୀରେ କରାଯାଇଥିବା ଟିପ୍ପଣୀକୁ ନେଇ ରାହୁଲ ଗାନ୍ଧୀଙ୍କ ଉପରେ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, କଂଗ୍ରେସ ନେତା ଭାରତକୁ ବଦନାମ କରୁଛନ୍ତି । ଦେଶକୁ ବଦନାମ୍ କଲେ ସତ୍ତା…

    Continue reading
    ଆଜିଠୁ ୩ ଦିନିଆ ଫିଲିପାଇନ୍ସ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

    ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଠାରୁ ୩ ଦିନିଆ ଫିଲିପାଇନ୍ସ ଗସ୍ତରେ ଯିବେ । ଫିଲିପାଇନ୍ସ ରାଷ୍ଟ୍ରପତି ଫର୍ଡିନାଣ୍ଡ ମାର୍କୋସ ଜୁନିଅରଙ୍କ ପକ୍ଷରୁ ଆୟୋଜିତ ରାତ୍ରୀ ଭୋଜନରେ ସାମିଲ ହେବେ।ରାଜଧାନୀ ମାନିଲା ଠାରେ ୧୭ ତାରିଖରେ ଆୟୋଜିତ ହେବାକୁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଆଜି ବିଶ୍ୱ ମଧୁମେହ ଦିବସ, ଜାଣନ୍ତୁ ଏହାର କାରଣ, ଲକ୍ଷଣ ଓ ନିରାକରଣ

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଯେତେ ଖାଇଲେ ବି ଓଜନ ବଢୁନି? ଡାଏଟ୍‌ରେ ଯୋଡନ୍ତୁ ଏହି ଖାଦ୍ୟ, ମାସକରେ ବଢିବ ୫ କେଜି

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଶୀତରେ ପିଲାଙ୍କୁ ଗାଧୋଇଦେବାକୁ ଡରୁଛନ୍ତି କି? ଜାଣନ୍ତୁ ଶିଶୁ ବିଶେଷଜ୍ଞଙ୍କ ୩ ଜରୁରୀ ଟିପ୍ସ

    ଜନତା ମଇଦାନରେ ଅନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୬

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    ଆପଣ ବି ଡେରି ରାତିରେ ଖାଉଛନ୍ତି କି… ସାବଧାନ! ଆପଣ ହେବେ ଷ୍ଟ୍ରୋକର ଶିକାର!

    କମଳା ଚୋପାରୁ ଡ୍ରେସ୍‌ !