ନୂଆଦିଲ୍ଲୀ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୨୦୨୭ ସଂସ୍କରଣ ପାଇଁ ନିଲାମ ଡିସେମ୍ବର ୧୬ରେ ଆୟୋଜନ ହେବ। ଗୋଆର ପଞ୍ଚତାରକା ହୋଟେଲ ଆଇଟିସି ଗ୍ରାଣ୍ଡରେ ଏହି ନିଲାମ ଅନୁଷ୍ଠିତ ହେବ। ୨୦୨୨ ପରେ ପ୍ରଥମଥର ଲାଗି ଆଇପିଏଲ୍ ଖେଳାଳି ନିଲାମୀ ଭାରତ ମାଟିରେ ହେବ। ୨୦୨୩ରେ ୟୁଏଇର ଦୁବାଇ, ୨୦୨୪ରେ ସାଉଦି ଆରବର ଜେଦା ଓ ୨୦୨୫ରେ ୟୁଏଇର ଆବୁଧାବିରେ ଆଇପିଏଲ୍ ନିଲାମ ଅନୁଷ୍ଠିତ ହୋଇଥିଲା। ଚଳିତବର୍ଷ ଏହା ଭାରତକୁ ଫେରିଛି। ଡିସେମ୍ବରରେ ହେବାକୁ ଥିବା ଏହି ନିଲାମ ଏକ ଛୋଟ ଧରଣର ହେବ। ୨୦୨୪ରେ ଜେଦାରେ ମେଗା ନିଲାମ ହୋଇଥିଲା। ଡିସେମ୍ବରର ନିଲାମ ପାଇଁ ସମସ୍ତ ଫ୍ରାଞ୍ଚାଇଜିଙ୍କୁ ନଭେମ୍ବର ୧୫ ସୁଦ୍ଧା ରଖିଥିବା ଓ ଛାଡ଼ିଥିବା ଖେଳାଳିଙ୍କ ତାଲିକା ଦେବାକୁ ପଡ଼ିବ।
ଫୁଟବଲ ପ୍ରତିଯୋଗିତା ଉଦଯାପିତ: ଦେବଗଡ ଚାମ୍ପିଅନ
ଦେବଗଡ଼:ଦେବଗଡ଼ ଜିଲ୍ଲାର ତିଲେଇବଣି ବ୍ଲକ ବଲଣ୍ଡାଗ୍ରାମରେ ରାଜା ବାସୁଦେବ ଫୁଟବଲ କ୍ଲବ ପକ୍ଷରୁ ଚାଲିଥିବା ୨ ଦିନିଆ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି।ପ୍ରତିଯୋଗିତାରେ ୮ଟି ଦଳ ଅଂଶଗ୍ରହଣ କରିଥିଲେ।ଫାଇନାଲ ମ୍ୟାଚ ଦେବଗଡ ଦଳ ସହିତ ଢୋଲପଡା ଦଳ ଅନୁଷ୍ଠିତ ହୋଇଥିଲା। ମ୍ୟାଚରେ…






