ତୁଳସୀ ମହିଳା ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବାତିଲ

କେନ୍ଦ୍ରାପଡ଼ା: ତୁଳସୀ ମହିଳା ମହାବିଦ୍ୟାଳୟରେ ନିର୍ବାଚନୀ ପ୍ରାର୍ଥୀପତ୍ର ଦାଖଲକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇବା ପରେ ନିର୍ବାଚନକୁ ବାତିଲ କରିଛନ୍ତି ଅଧ୍ୟକ୍ଷା । ନାମାଙ୍କନ ପତ୍ର ଗ୍ରହଣ କରାନଯିବାକୁ ପ୍ରତିବାଦ କରି ଆନ୍ଦୋଳନକାରୀ ଛାତ୍ରୀମାନେ କଲେଜର ମୁଖ୍ୟ ଫାଟକରେ ଦୀର୍ଘ ୬ ଘଣ୍ଟା ଧରି ତାଲା ପକାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜୋରଦାର ନାରାବାଜି କରିଥିଲେ ।
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)ର ସଭାପତି ପ୍ରାର୍ଥୀ ଶୁଭଶ୍ରୀ ମହାକୁଡ଼ ଏବଂ ତାଙ୍କ ପ୍ୟାନେଲରେ ଥିବା ଅନ୍ୟ ଛାତ୍ରୀମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ନାମାଙ୍କନ ପତ୍ର ଦାଖଲ କରିବା ପାଇଁ ଯାଇଥିଲେ । ମାତ୍ର କଲେଜ ଅଧ୍ୟକ୍ଷା ନାମାଙ୍କନ ଦାଖଲର ନିର୍ଦ୍ଧାରିତ ସମୟସୀମା ଅତିକ୍ରମ କରିଯାଇଥିବା କହି ସେମାନଙ୍କ ଆବେଦନ ଗ୍ରହଣ ନକରି ଫେରାଇ ଦେଇଥିଲେ ।ଏହାକୁ ନେଇ କଲେଜ ପରିସରରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା ।​
ଘଟଣା ସମ୍ପର୍କରେ କ୍ଷୋଭ ପ୍ରକାଶ କରି ସଭାପତି ପ୍ରାର୍ଥୀ ଶୁଭଶ୍ରୀ ମହାକୁଡ଼ କହିଛନ୍ତି,​ “ଆମେ ନିର୍ଦ୍ଧାରିତ ସମୟପୂର୍ବରୁ ସମସ୍ତ ଆବଶ୍ୟକୀୟ ନଥିପତ୍ର ସହ ନାମାଙ୍କନ ଦାଖଲ ପାଇଁ ପହଞ୍ଚିଥିଲୁ । ମାତ୍ର କଲେଜ ଅଧ୍ୟକ୍ଷା ଚଞ୍ଚକତା କରି ସମୟ ଗଡ଼ିଯାଇଥିବା ଆଳ ଦେଖାଇ ଆମ ଆବେଦନପତ୍ର ଗ୍ରହଣ କଲେ ନାହିଁ । ଏହା ଆମ ପ୍ରତି ଏକ ପକ୍ଷପାତମୂଳକ ଆଚରଣ । ଯେପର୍ଯ୍ୟନ୍ତ ଆମ ନାମାଙ୍କନ ଗ୍ରହଣ କରାନଯାଇଛି ଏବଂ ଆମକୁ ନ୍ୟାୟ ନମିଳିଛି, ସେପର୍ଯ୍ୟନ୍ତ ଆମର ଏହି ଗଣତାନ୍ତ୍ରିକ ପ୍ରତିବାଦ ଓ ଆନ୍ଦୋଳନ ଜାରି ରହିବ ।”
ସେପଟେ ଖବର ପାଇ ଟାଉନ ଥାନା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉତ୍ୟକ୍ତ ଛାତ୍ରୀମାନଙ୍କୁ ବୁଝାସୁଝା କରିବା ସହ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରିଥିଲେ । ମାତ୍ର ଛାତ୍ରୀମାନେ ନିଜ ଦାବିରେ ଅଡ଼ବସିବାରୁ ପରିସ୍ଥିତି ଅଣାୟତ୍ତ ହୋଇପଡ଼ିଥିଲା । କଲେଜ ପରିସରରେ ସାଧାରଣ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ବାହିନୀ ମୁତୟନ କରାଯାଇଥିବା ବେଳେ ସନ୍ଧ୍ୟାରେ କେନ୍ଦ୍ରାପଡ଼ା ତହସିଲଦାର କୁଇନି ଜେନା ପହଞ୍ଚି ଛାତ୍ରୀମାନଙ୍କ ଠାରୁ ନାମାଙ୍କନ ପତ୍ର ଗ୍ରହଣ କରିଥିଲେ ।
ଏହା ପରେ ତୁଳସୀ ମହିଳା ମହାବିଦ୍ୟାଳୟ କଲେଜ ଅଧ୍ୟକ୍ଷା ଡଃ ବାସନ୍ତୀ ଶୁକ୍ଳା ନିର୍ବାଚନକୁ ବାତିଲ କରିଛନ୍ତି । ତେବେ ନିର୍ବାଚନ ବାତିଲ ହେବା ପରେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଏକ ପ୍ରେସ ରିଲିଜ୍ ଜାରି କରାଯାଇ ବିଜେପି ଗଣତନ୍ତ୍ର ହତ୍ୟାକାରୀ ଦଳ ଓ ନିର୍ବାଚନ କରାଇଲେ ସେମାନଙ୍କ ଅସଲ ରୂପ ଜଣାପଡ଼ିବ ବୋଲି କହିଛନ୍ତି ।

  • Related Posts

    ଆଜି ନୋମିନେସନ୍ ପ୍ରତ୍ୟାହାର, ଅପରାହ୍ନ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା

    ଭୁବନେଶ୍ୱର: ୮ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଛି । ଶୁକ୍ରବାର ଆଶାୟୀ ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଅପରାହ୍ନରେ ପ୍ରାର୍ଥୀପତ୍ର ଯାଞ୍ଚ ପରେ ସଂଧ୍ୟାରେ ବୈଧ ନାମାଙ୍କନ ପ୍ରକାଶ ପାଇଥିଲା । ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର…

    Continue reading
    ଓଡ଼ିଶା ଗସ୍ତରେ ଆସୁଛନ୍ତି ମୋହନ ଭାଗବତ

    ଭୁବନେଶ୍ୱର: ରାଷ୍ଟ୍ରୀୟ ସ୍ୱଂୟସେବକ ସଂଘର ସରସଂଘଚାଳକ ଡ. ମୋହନ ଭାଗବତ ଶନିବାର ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେ ଆଜି ଅପରାହ୍ନ ୪ ଘଟିକାରେ ସମ୍ବଲପୁରରେ ପହଞ୍ଚିବେ ବୋଲି ସଂଘର ଓଡ଼ିଶା ପୂର୍ବ ପ୍ରାନ୍ତର ପ୍ରାନ୍ତ ପ୍ରଚାର ପ୍ରମୁଖ ସୁମନ୍ତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ