
ଦେବଗଡ଼:ସ୍ଥାନୀୟ ମାରୱାଡି ଧର୍ମଶାଳାରେ ଆଜି ଜିଲ୍ଲା କୃଷକ ସଂଘର ବୈଠକ ଅନୁଷ୍ଠିତ ହୋଇଯାଇଛି।ସଂଘର ସଭାପତି ପ୍ରମୋଦ ଝାଙ୍କରଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକ ତ୍ରୁଟିପୂର୍ଣ୍ଣ ହାଇଟେକ ସର୍ଭେକୁ ସଂପୂର୍ଣ୍ଣ ରଦ୍ଦ କରାଯାଉ। ଯଦି ଉକ୍ତ ସମସ୍ୟାର ସମାଧାନ ନ କରାଗଲେ ଆନ୍ଦୋଳନ କରାଯିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହାସହିତ ଧାନ ବିକ୍ରି ପାଇଁ ଜୁଲାଇ ଓ ଅଗଷ୍ଟ ମାସରେ ରେଜିଷ୍ଟ୍ରେସନ କରାଯାଉ ଏବଂ ସେପ୍ଟେମ୍ବର ମାସରେ ଯାଂଚ କରାଗଲେ ସଠିକ ତଥ୍ୟ ମିଳିବ, ଚାଷୀ ଚାଷ କରୁଥିବା ଗୋଡା ଜମି କିସମକୁ ବାଦ ଦିଆନଯାଉ, ଚାଷୀଙ୍କୁ ସଠିକ ସମୟରେ ସାର ଯୋଗାଇ ଦିଆଯିବା ସଂପର୍କରେ ବୈଠକରେ ଆଲୋଚନା କରାଯାଇଥିଲା। ବୈଠକରେ ସଂପାଦକ ହୃଷିକେଶ ଦେହୁରୀ,କୋଷାଧ୍ୟକ୍ଷ ସନ୍ତୋଷ ସାହୁ,ତିଲେଇବଣି ବ୍ଲକ ସଭାପତି ଅଚ୍ୟୁତାନନ୍ଦ ନାୟକ, ସଂପାଦକ ପ୍ରମୋଦ ସାହୁ,ଉପଦେଷ୍ଟା ଗୁରୁଚରଣ ସାହୁ, ପବିତ୍ର ନାୟକ, ସଚ୍ଚିଦାନନ୍ଦ ଗଡନାୟକ, ନାଗାର୍ଜୁନ ପ୍ରଧାନଙ୍କ ସମେତ ବହୁ ଚାଷୀ ନେତା ଉପସ୍ଥିତ ଥିଲେ।




