ତ୍ୱଚାରେ ଚମକ ଆଣେ ନଡ଼ିଆ ତେଲ ସହ ଏହି ୨ ସାମଗ୍ରୀ

ସୁନ୍ଦର ଏବଂ ଆକର୍ଷଣୀୟ ଦିଶିବାକୁ ସମସ୍ତଙ୍କର ଇଚ୍ଛାଥାଏ। କିନ୍ତୁ ବର୍ତ୍ତମାନର ପରିବର୍ତ୍ତିତ ଜୀବନଶୈଳୀ ଏବଂ କେମିକାଲରେ ପ୍ରସ୍ତୁତ ପ୍ରଡକ୍ଟ ବ୍ୟବହାର ଦ୍ୱାରା ଚର୍ମର ପ୍ରାକୃତିକତା ହ୍ରାସ ପାଇଯାଉଛି। ଫଳରେ ୩୫-୪୦ ବର୍ଷ ପରେ ପରେ ଚର୍ମ କୁଞ୍ଚନ ସହ କଳାଦାଗ ହୋଇ ସୌନ୍ଦର୍ଯ୍ୟ କମିଯାଉଛି।

ଯଦି ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ତେବେ କେତେକ ପ୍ରାକୃତିକ ଉପାୟ ଅଲମ୍ବନ କରନ୍ତୁ। ଏହି ଆଲୋଖ୍ୟରେ ଆମେ କିଛି ପ୍ରାକୃତିକ ଉପାୟ ବତାଇବୁ, ଯାହା ଚର୍ମର ଚମକକୁ ବଜାୟ ରଖିବାରେ ସହାୟକ ହେବ। ଏଥିପାଇଁ ନଡ଼ିଆ ତେଲ ସହ ଅନ୍ୟ କିଛି ସାମଗ୍ରୀ ଆବଶ୍ୟ। ସେସବୁ ସାମଗ୍ରୀ କଣ ଏବଂ ଏହାକୁ କିପରି ବ୍ୟବହାର କରିବେ, ଜାଣନ୍ତୁ…

ନଡ଼ିଆ ତେଲ ଓ ଅଲିଭ୍ ଅଏଲ
ଡ୍ରାଏ ସ୍କିନ ଶୀଘ୍ର ନଷ୍ଟ ହୋଇଯିବାର ଆଶଙ୍କା ଅଧିକ। କାରଣ ଏହା କୁଣ୍ଡେଇ ହେବା ଦ୍ୱାରା ଶୀଘ୍ର କୁଞ୍ଚନ ପଡ଼ିଯାଏ। ଏପରି କ୍ଷେତ୍ରରେ ନଡ଼ିଆ ତେଲ ଏବଂ ଅଲିଭ ଅଏଲକୁ ମିଶାଇ ଲଗାଇପାରିବେ।

କିପରି ପ୍ରସ୍ତୁତ କରିବେ

୩ ଚାମଚ ଅଲିଭ୍ ତେଲକୁ ୩ ଚାମଚ ନଡ଼ିଆ ତେଲରେ ମିଶାନ୍ତୁ।
ଏହାକୁ ଭଲ ଭାବରେ ମିଶାଇ ଏକ କାଚ ପାତ୍ରରେ ରଖନ୍ତୁ।
ରାତିରେ ଶୋଇବା ପୂର୍ବରୁ, ଏହି ମିଶ୍ରଣର ୩-୪ ବୁନ୍ଦା ନେଇ ମୁହଁରେ ଲଗାନ୍ତୁ ଏବଂ କିଛି ସମୟ ମାଲିସ୍ କରନ୍ତୁ।
ଏହାକୁ ରାତିସାରା ମୁହଁରେ ଛାଡିଦେଇ ପରଦିନ ସକାଳେ ଥଣ୍ଡା କିମ୍ବା ଉଷୁମ ପାଣିରେ ଧୋଇଦିଅନ୍ତୁ।
ଆଲୋବେରା ଜେଲ ଓ ନଡ଼ିଆ ତେଲ
ନଡ଼ିଆ ତେଲରେ ଅଳ୍ପ ଆଲୋବେରା ଜେଲକୁ ମିଶ୍ରଣ କରି ଚର୍ମରେ ଲଗାଇବା ଦ୍ୱାର ଚର୍ମ କୁଞ୍ଚନ ସମସ୍ୟା ଦୂର ହୋଇପାରେ। ଆଲୋବେରା ଜେଲରେ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଗୁଣ ରହିଛି, ଯାହା ଚର୍ମର ପ୍ରଦାହକୁ ହ୍ରାସ କରିଥାଏ। ଏହା ବ୍ୟତୀତ ଚର୍ମକୁ ଆର୍ଦ୍ରତା ଯୋଗାଇଥାଏ ଏବଂ ହାଇଡ୍ରେଟ୍ ରଖେ। ଏହା ଚର୍ମକୁ ଥଣ୍ଡା ରଖିବା ସହ କୋମଳ ବି କରିଥାଏ।

କିପରି ବ୍ୟବହାର କରିବେ

୨-୨ ଚାମଚ ନଡ଼ିଆ ତେଲ ଏବଂ ଆଲୋବେରା ଜେଲ୍ ମିଶାନ୍ତୁ।
ଏହାକୁ ଚର୍ମରେ ଲଗାଇ ରାତିସାରା ଛାଡିଦିଅନ୍ତୁ।
ସକାଳେ ଧୋଇଦିଅନ୍ତୁ।
ଚର୍ମ ଉପରେ ନଡ଼ିଆ ତେଲର ପ୍ରଭାବ
ଶୀତଦିନେ ଶୁଖିଲା ଚର୍ମ ଏବଂ ଫଟା ଗୋଇଠି ସମସ୍ୟାକୁ ହ୍ରାସ କରିବା ପାଇଁ ନଡିଆ ତେଲ ବ୍ୟବହାର କରିପାରିବେ। ଏହା କଠିନ ଚର୍ମକୁ କୋମଳ କରିଥାଏ ଏବଂ ଚର୍ମକୁ ସୁସ୍ଥ ରଖେ।
ନଡ଼ିଆ ତେଲ ଚର୍ମରେ ପ୍ରଦାହକୁ ମଧ୍ୟ ହ୍ରାସ କରିଥାଏ। ତେଣୁ, ଏହା ଚର୍ମରେ ପିମ୍ପଲ୍ ଏବଂ ବ୍ରଣ ରୋକିବା ସମସ୍ୟାକୁ ହ୍ରାସ କରିଥାଏ। ଏହା ବ୍ୟତୀତ ଏହା ଚର୍ମକୁ ସଂକ୍ରମଣରୁ ମଧ୍ୟ ରକ୍ଷା କରିଥାଏ।

  • Related Posts

    ପଇଡ଼ ପାଣିର ଫାଇଦା

    ଖରା ଦିନରେ ପଇଡ଼ ପାଣି ବେଶ୍ ଉପକାରୀ ଜାଣିଥିବେ ନିଶ୍ଚୟ, କିନ୍ତୁ ଏହା ଶୀତଋତୁରେ ବି ସ୍ୱାସ୍ଥ୍ୟ ପାଇଁ ଉପକାରୀ ବୋଲି ଜାଣନ୍ତି କି? ଅନେକ ଲୋକ ଭାବନ୍ତି ଯେ ଶୀତଦିନେ ପଇଡ଼ ପାଣି ପିଇବା ଶରୀର ପାଇଁ କ୍ଷତିକାରକ ହୋଇପାରେ,…

    Continue reading
    ଗାଜର ଜୁସ୍ ପିଇଲେ ମିଳେ ଏହି ସବୁ ଫାଇଦା

    ଶୀତଋତୁରେ ଅନେକ ପନିପରିବା ମିଳେ। ଏସବୁ ପନିପରିବା ସ୍ୱାସ୍ଥ୍ୟ ପାଇଁ ବେଶ୍ ଉପକାରୀ। ସେଥିମଧ୍ୟରୁ ଗାଜର ଅନ୍ୟତମ। ଗାଜରରୁ ଭିଟାମିନ୍ ଏ, ଫାଇବର, ଭିଟାମିନ୍ କେ1, ପୋଟାସିୟମ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ମିଳିଥାଏ। ଏହାକୁ ଖାଇବା ଦ୍ୱାରା ଅନେକ ସୁଫଳ ମିଳିଥାଏ। ଖଣ୍ଡ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର