ଥାଲାପତିଙ୍କ ପାଇଁ ଓମାନ୍‌ରୁ ଆସି ଭୋଟ୍‌ ଦେଲେ ଫ୍ୟାନ୍‌

ତାମିଲନାଡୁର ତିରୁପାଥୁର ବିଧାନସଭା ଆସନରେ ଲଢ଼ୁଥିବା ଟିଭିକେ ପ୍ରାର୍ଥୀ ଶ୍ରୀନିବାସ ସେତୁପଥି ଆର.ଙ୍କୁ ଗୋଟିଏ ଭୋଟ୍‌ ବ୍ୟବଧାନରେ ମିଳିଛି ବିଜୟ । ତେବେ ଏହି ଖବର ପାଇବା ପରେ ଥାଲାପତି ବିଜୟଙ୍କର ଜଣେ ଫ୍ୟାନ୍‌ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍‌ ଏକ୍ସରେ ନିଜର ବିମାନଟିକଟ୍‌ ପୋଷ୍ଟ କରି ଲେଖିଛନ୍ତି ଭୋଟ୍‌ କରିବାକୁ ଆସି ମୁଁ ଗର୍ବିତ । ଶିବଗଙ୍ଗା ଜିଲ୍ଳାର ମଣିକାନନ୍ଦନମ୍‌ ଶିବନାଥନମ୍‌ ନାମକ ଜଣେ ଭୋଟର ନିଜ ପରିବାର ସହିତ ସୁଦୁର ଓମାନର ରାଜଧାନୀ ମସ୍କାଟରୁ ଥାଲାପତି ବିଜୟଙ୍କ ଦଳ ଟିଭିକେ ପାଇଁ ଭୋଟ୍‌ ଦେବାକୁ ଆସିଥିଲେ । ଟିଭିକେ ପ୍ରାର୍ଥୀ ଗୋଟିଏ ଭୋଟରେ ବିଜୟୀ ହେବା ଖବର ପାଇବା ପରେ ନିଜ ଏକ୍ସ ହ୍ୟାଣ୍ଡେଲ୍‌ରେ ନିଜର ଟିକେଟ୍‌ ଶେଆର କରି ସେ ଖୁସି ବ୍ୟକ୍ତ କରି କହିଛନ୍ତି ମୁଁ ଗର୍ବିତ ଯେ, ମୋ ଥାଲାପତିଙ୍କ ପାଇଁ ଭୋଟ କରିବାକୁ ଆସିଥିଲି ଆଉ ତାଙ୍କ ଦଳ ମୋ ନର୍ବାଚନ ମଣ୍ଡଳୀରେ ଜିତିଲା ।

  • Related Posts

    ପୁରୁଣା ଲୁଗାରେ ପୋଛୁଛନ୍ତି କି ଘର ? ସାବଧାନ ହୋଇଯିବେ କାଙ୍ଗାଳ !

    ଆମେ ପ୍ରାୟତଃ ଘରର ପୁରୁଣା ଟି-ସାର୍ଟ, ଚିରା କପଡ଼ା କିମ୍ବା ପୁରୁଣା ବାନିଆନକୁ ନଫିଙ୍ଗି ସେଥିରେ ଘର ପୋଛିବା ଆରମ୍ଭ କରିଦେଉ । ପୁରୁଣା ପୋଷାକ କାହିଁକି ଫୋପାଡ଼ିବା ଭାବି ଏହାକୁ ସଙ୍ଗେ ସଙ୍ଗେ କାମରେ ଲଗାଇଦେଉ । କିନ୍ତୁ ବାସ୍ତୁଶାସ୍ତ୍ର…

    Continue reading
    ଆରମ୍ଭ ହେଲା ଗଜକେଶରୀ ଯୋଗ ଜାଣନ୍ତୁ କାହାର ଫିଟିବ ଭାଗ୍ୟ

    ଭୁବନେଶ୍ୱର:୧୮ ମେ’ରେ ମିଥୁନ ରାଶିରେ ଚନ୍ଦ୍ରମା-ଗୁରୁ ଏକାଠି ହେବା ପରେ ଅତ୍ୟନ୍ତ ଶୁଭ ଗଜକେସରୀ ରାଜଯୋଗ ସୃଷ୍ଟି କରିବେ। ଜାଣନ୍ତୁ ଏହି ଯୋଗ କେଉଁ କେଉଁ ରାଶିଙ୍କ ପାଇଁ ଶୁଭ ବୃଷ- ଏହି ରାଶିଙ୍କୁ ଶାନ୍ତି ମିଳିବ । ପୁରୁଣା କଳହ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ