ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟ୍‌ରେ ପରାସ୍ତ କଲା ପଞ୍ଜାବ କିଙ୍ଗ୍‌ସ

ନୂଆଦିଲ୍ଲୀ,୨୫/୦୪/୨୦୨୬: ଆଇପିଏଲ୍‌ ୨୦୨୬ର ୩୫ତମ ମ୍ୟାଚରେ ସ୍ଥାନୀୟ ଅରୁଣ‌ ଜେଟଲୀ ଷ୍ଟାଡିୟମରେ ଆୟୋଜକ ଦିଲ୍ଲୀ କ୍ୟାପିଟାଲ୍ସକୁ ୬ ୱିକେଟ୍‌ରେ ପରାସ୍ତ କରିଛି ପଞ୍ଜାବ କିଙ୍ଗ୍‌ସ । ଏହି ବିଜୟ ସହିତ ପଏଣ୍ଟ ଟେବୁଲରେ ନିଜର ଶୀର୍ଷ ସ୍ଥାନ ବଜାୟ ରଖିଛି। ଚଳିତ ଆଇପଏଲ୍‌ ଟୁର୍ଣ୍ଣାମେଣ୍ଟରେ ପଞ୍ଜାବ ଏପର୍ଯ୍ୟନ୍ତ ୭ଟି ମ୍ୟାଚ୍‌ ଖେଳିଛି ଏବଂ ଏଥିରୁ ୬ଟିରେ ବିଜୟ ହାସଲ କରିଛି। ୨୬୫ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଞ୍ଜାବ ବ୍ୟାଟିଂ କରିଥିବା ପଞ୍ଜାବ ୧୮.୫ ଓଭରରେ ୪ଟି ୱିକେଟ ହରାଇ ୨୬୫ ରନ୍‌ କରିଥିଲା। ଏକଦା ଦଳ ୩୦୦ରୁ ଊର୍ଦ୍ଧ୍ବ ଷ୍ଟ୍ରାଇକ୍‌ ରେଟ୍‌ରେ ରନ୍‌ ସଂଗ୍ରହ କରିଥିଲା। ପ୍ରାରମ୍ଭିକ ବ୍ୟାଟର ପ୍ରିୟାଂଶ ଆର୍ଯ୍ୟ ଏବଂ ପ୍ରଭସିମରନ ସିଂହ ପ୍ରଥମ ୱିକେଟ୍‌ ପାଇଁ ୧୨୬ ରନ୍‌ର ଭାଗିଦାରୀ କରିଥିଲେ। ପଞ୍ଜାବକୁ ୬.୫ ଓଭରରେ ପ୍ରଥମ ଝଟକା ଲାଗିଥିଲା। ଆଉଟ୍‌ ହେବା ପୂର୍ବରୁ ପ୍ରିୟାଂଶ ଏକାକୀ ୪୩ ରନ୍‌ ସଂଗ୍ରହ କରିଥିଲେ। ସେ ୧୭ଟି ବଲ୍‌ ଖେଳି ୨ଟି ଚୌକା ଏବଂ ୫ଟି ଛକା ମାରିଥିଲେ। ଦିଲ୍ଲୀର ଦ୍ବିତୀୟ ଶିକାର ହୋଇଥିଲେ ବିସ୍ଫୋରକ ବ୍ୟାଟର ପ୍ରଭସିମରନ। ସେ ୨୬ଟି ବଲ୍‌ର ସାମ୍ନା କରିଥିଲେ ଏବଂ ୭୬ ରନ୍ ସଂଗ୍ରହ କରିଥିଲେ, ଯେଉଁଥିରେ ୯ଟି ଚୌକା ଏବଂ ୫ଟି ଛକା ସାମିଲ ଥିଲା। ଯୁବ ବ୍ୟାଟର କୁପର କନୋଲି ୧୦ଟି ବଲ୍‌ର ସାମ୍ନା କରିଥିଲେ। ସେ ଗୋଟିଏ ଚୌକା ଏବଂ ଗୋଟିଏ ଛକା ବଳରେ ୧୭ ରନ୍‌ କରିଥିଲେ। ନେହାଲ ୱାଧୀରାଙ୍କ ବ୍ୟାଟରୁ ୨୫ ରନ୍‌ ମିଳିଥିଲା। ସେ ୧୫ଟି ବଲ୍‌ ଖେଳି ୩ଟି ଚୌକା ଏବଂ ଗୋଟିଏ ଛକା ମାରିଥିଲେ।
ଟସ୍‌ ଜିତି ଦିଲ୍ଲୀ ଟିମ୍‌ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଦଳ ସଫଳ ରଣନୀତି କରି ନିର୍ଦ୍ଧାରିତ ୨୦ ଓଭରରେ ୨ଟି ୱିକେଟ୍‌ ହରାଇ ୨୬୪ ରନ୍‌ ସଂଗ୍ରହ କରିଥିଲା। ଏହି ମ୍ୟାଚ୍‌ରେ ଦିଲ୍ଲୀର ପ୍ରାରମ୍ଭିକ ବ୍ୟାଟିଂ ଯଦିଓ ସାମାନ୍ୟ ପ୍ରଭାବିତ ହୋଇଥିଲା, ପରବର୍ତ୍ତୀ ସମୟରେ ଦଳର ମୋର୍ଚ୍ଚା ସମ୍ଭାଳି ଥିଲେ କେଏଲ୍‌ ରାହୁଲ ଏବଂ ନିତିଶ ରାଣା। କ୍ରିକେଟ୍‌ପ୍ରେମୀମାନେ କେଏଲ୍‌ ରାହୁଲଙ୍କୁ ନିଶ୍ଚିତ ଭାବେ ମନେ ରଖିବେ। ପଞ୍ଜାବ ବିପକ୍ଷରେ ଆଜି କେଏଲ୍‌ ରାହୁଲ ଯେଉଁଭଳି ଭାବେ ବ୍ୟାଟିଂ କଲେ, ତାହା ଅଭୁଲା ରହିବ। ଅପରାଜିତ ରହି ସେ ୧୫୨ ରନ୍‌ ସଂଗ୍ରହ କରିଛନ୍ତି। ୬୭ଟି ବଲ୍‌ର ସାମ୍ନା କରି ୨୨୬.୮୭ ହାରରେ ସେ ବ୍ୟାଟିଂ କରିଛନ୍ତି। ଏଥିରେ ସେ ୧୬ଟି ଚୌକା ଏବଂ ୯ଟି ଛକା ସାମିଲ କରିଛନ୍ତି। ଦିଲ୍ଲୀ ପାଇଁ ପ୍ରଥମ ୱିକେଟ୍‌ରେ ପାଥୁମ ନିଶଙ୍କା ଏବଂ ‌କେଏଲ୍‌ ରାହୁଲ ୨୮ ରନ୍‌ ସଂଗ୍ରହ କରିଥିଲେ। ନିଶଙ୍କା ୭ଟି ବଲ୍‌ ଖେଳି ବ୍ୟକ୍ତିଗତ ଭାବେ ୧୧ ରନ୍‌ ସଂଗ୍ରହ କରିଥିଲେ, ଯେଉଁଥିରେ ସେ ୨ଟି ଚୌକା ସାମିଲ କରିଥିଲେ। କିନ୍ତୁ ଦିଲ୍ଲୀ ୨ୟ ୱିକେଟରେ ୨୨୦ ରନ୍‌ର ଭାଗିଦାରୀ କରିଥିଲା। ଏହାକୁ ସମ୍ଭବ କରିଥିଲେ କେଏଲ୍‌ ରାହୁଲ ଏବଂ ନିତିଶ ରାଣା। ପଞ୍ଜାବ ୨ୟ ୱିକେଟ ଭାବେ ନିତିଶ ରାଣାଙ୍କୁ ଆଉଟ୍‌ କରିଥିଲା। ରାଣା ୪୪ଟି ବଲ୍‌ ସାମ୍ନା କରିଥିଲେ।‌ ସେ ୧୧ଟି ଚୌକା ଏବଂ ୪ଟି ଛକା ମାରିଥିଲେ। ରାଣା ଆଉଟ୍‌ ହେଲା ପରେ ତାଙ୍କର ସ୍ଥାନ ପୂରଣ କରିବାକୁ ଡେଭିଡ ମିଲର ପଡ଼ିଆକୁ ପ୍ରବେଶ କରିଥିଲେ।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ