ଦେଶରେ ସାଇବର କ୍ରାଇମ୍‌ ବର୍ଷକରେ ବଢ଼ିଛି ୧୮% , ସବୁଠାରୁ ଆଗରେ ତେଲେଙ୍ଗାନା

ନୂଆଦିଲ୍ଲୀ:ସରକାରଙ୍କ ପକ୍ଷରୁ ବ୍ୟାପକ ସଚେତନତା ସତ୍ତ୍ବେ ଦେଶରେ ସାଇବର ଅପରାଧ ବଢ଼ିଛି । ତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି)ରିପୋର୍ଟ ଅନୁଯାୟୀ ୨୦୨୩ରେ ଦେଶରେ ୮୬,୪୨୦ଟି ସାଇବର ଅପରାଧ ଘଟିଥିବାବେଳେ ୨୦୨୪ରେ ଏହା ୧,୦୧,୯୨୮କୁ ବୃଦ୍ଧି ପାଇଥିଲା। ଏହି ସାଇବର ଅପରାଧ ମଧ୍ୟରୁ ୭୩,୯୮୭ଟି ହେଉଛି ଆର୍ଥିକ ବ୍ୟାପାର ସମ୍ପର୍କିତ। ତେଲଙ୍ଗାନାରେ ସର୍ବାଧିକ ୨୭,୨୩୦ଟି ସାଇବର ଅପରାଧ ଘଟିଥିବା ରେକର୍ଡ କରାଯାଇଛି। ଏହା ପଛକୁ କର୍ଣ୍ଣାଟକ ଓ ଉତ୍ତରପ୍ରଦେଶ ରହିଛି। ମେଟ୍ରୋପଲିଟାନ ସହରଗୁଡିକରେ ପ୍ରାୟ ୩୫,୦୦୦ ସାଇବର ଅପରାଧ ଘଟିଛି। ୨୦୨୨ରେ ଏହି ସଂଖ୍ୟା ୨୪,୦୦୦ ଓ ୨୦୨୩ରେ ୩୪,୦୦୦ ରହିଥିଲା। ଦେଶରେ ସାଇବର ଅପରାଧ ସଂଖ୍ୟା ବଢିଥିବାବେଳେ ସାମଗ୍ରୀକ ଅପରାଧ ସଂଖ୍ୟା କମିଥିବା ଏନସିଆରବି ରିପୋର୍ଟରୁ ଜଣାଯାଇଛି। ୨୦୨୩ ବର୍ଷରେ ଦେଶରେ ୬୨.୪୧ ଲକ୍ଷ ଅପରାଧ ଘଟିଥିବାବେଳେ ୨୦୨୪ରେ ଏହା ୫୮.୮୬ ଲକ୍ଷକୁ ହ୍ରାସ ପାଇଛି। ପ୍ରତି ଏକ ଲକ୍ଷ ନାଗରିକଙ୍କ ମଧ୍ୟରେ ଅପରାଧ ସଂଖ୍ୟା ୨୦୨୩ରେ ୪୪୮.୩ ରହିଥିବାବେଳେ ୨୦୨୪ରେ ଏହା ୪୧୮.୯କୁ ହ୍ରାସ ପାଇଛି।

  • Related Posts

    ଅଭିଜିତ୍ ଦୀପକେ ଅଟକ, ଧ୍ରୁବ ରାଠିଙ୍କୁ ଗୁରୁଗ୍ରାମରୁ ଉଠାଇ ନେଲା ପୋଲିସ

    ନୂଆଦିଲ୍ଲୀ: ଜନ୍ତରମନ୍ତରଠାରେ ପ୍ରତିବାଦ ପୂର୍ବରୁ କକ୍ରୋଚ୍ ଜନତା ପାର୍ଟି (CJP) ପ୍ରତିଷ୍ଠାତା ଅଭିଜିତ୍ ଦୀପକେ, ତାଙ୍କ ସହଯୋଗୀ ସୌରଭ ଦାସ ଏବଂ ଆଶୁତୋଷ ରାଙ୍କା ନୂଆଦିଲ୍ଲୀରେ ପହଞ୍ଚିବା ମାତ୍ରେ ସେମାନଙ୍କୁ ଦିଲ୍ଲୀ ପୋଲିସ ଅଟକ ରଖିଛି । ସେପଟେ ପ୍ରତିବାଦ ପୂର୍ବରୁ…

    Continue reading
    ନିର୍ବାଚନରେ ​​ହୋଇଥିବା ଜାଲିଆତି’ର ପ୍ରମାଣ ମାଗିଲେ ରାଷ୍ଟ୍ରପତି

    ନୂଆଦିଲ୍ଲୀ: ଇଣ୍ଡିଆ ଗଠବନ୍ଧନର ନେତାମାନେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି “ଭୋଟ୍ ଚୋରି” ସମ୍ପର୍କରେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ପାଇଁ ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଦାବି କରିଛନ୍ତି । ବିରୋଧୀ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ