ଧର୍ମେନ୍ଦ୍ରଙ୍କ ଫାଶରେ ଫସିଲେ ଦେବାଶିଷ: ବିଜେଡି

ଭୁବନେଶ୍ୱର,: ବିଜେଡି ଦଳରୁ ୫ ଥର ବିଧାୟକ ଟିକେଟ ପାଇ ତିନି ତିନି ଥର ବିଧାୟକ ହୋଇଥିଲେ ଦେବାଶିଷ । ଦଳର ବିଭିନ୍ନ ପଦପଦବୀରେ ରହିଥିବା ଦେବାଶିଷଙ୍କୁ ରାଜ୍ୟସଭାକୁ ପଠାଇଥିଲେ ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ । ଏତେ ସବୁ ସୁବିଧା ପାଇ ମଧ୍ୟ ଦଳକୁ ନିନ୍ଦା କରୁଥିବା ଦେବାଶିଷଙ୍କୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ ।

ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି କହିଥିଲେ ଯେ, ବିଗତ କିଛି ବର୍ଷ ହେଲାଣି ଦେଶରେ ପ୍ରଲୋଭନ କରିବା ଓ ପ୍ରଲୋଭିତ ହେବାର ଟ୍ରେଣ୍ଡ୍ ଚାଲିଛି । ସେହି କ୍ରମରେ ଦେବାଶିଷ ସମାନ୍ତରାୟ ଗତ ୨ ଦିନ ତଳେ ବିଜେପି ଦଳର ପ୍ରଲୋଭନରେ ପ୍ରଭାବିତ ହୋଇ ନିଜ ସ୍ୱାର୍ଥ ହାସଲ ପାଇଁ ବିଜେପିରେ ଯୋଗଦେଲେ । ବିଜେଡି ସରକାରର ଶାସନ କାଳରେ ସେ ସମସ୍ତ ପ୍ରକାର ଫାଇଦା ନେଇ ନିଜର ପାରିବାରିକ ବ୍ୟବସାୟିକ ସାମ୍ରାଜ୍ୟକୁ ଆଗକୁ ବଢ଼ାଇଥିଲେ । ସେତେବେଳେ ଦଳର ଗୁଣଗାନ କରିବାକୁ ପଛାଉ ନଥିବା ଦେବାଶିଷ, ଏବେ ବିରୋଧୀ ଦଳ ଆସନରେ ବସିଥିବା ବିଜେଡିକୁ ନିନ୍ଦା କରିବାକୁ ପଛାଉ ନାହାନ୍ତି । ବିଜେପିରେ ସାମିଲ ହୋଇ ନିଜକୁ ଗର୍ବିତ ମନେକରୁଥିବା ଦେବାଶିଷ ସାମନ୍ତରାୟ ଥରେ ମନେ ରଖିବା ଉଚିତ୍ ଯେ, ତାଙ୍କର ଆଜି ଯେଉଁ ପରିଚୟ ସୃଷ୍ଟି ହୋଇଛି ତାହା ବିଜୁ ଜନତା ଦଳ ଓ ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକଙ୍କ ଦୟାରୁ ହିଁ ମିଳିଛି । ବିଜେପିକୁ ଫେରି ନିଜ ଘରକୁ ଫେରିଥିବା କଥା କହୁଛନ୍ତି, କିନ୍ତୁ ବର୍ତ୍ତମାନ ବିଜେପିରେ ସମରକଷା ଚାଲିଛି । ଗୋଟିଏ ପଟେ ମୁଖ୍ୟମନ୍ତ୍ରୀ ଥିବାବେଳେ ଅନ୍ୟପଟେ ରହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନିଟ୍ ପ୍ରଶ୍ନପତ୍ର ଲିକ୍, ସିବିଏସ୍ଇ ପରୀକ୍ଷା ବିଭ୍ରାଟ ଘଟଣାରେ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି ସାଇଡ୍ ଲାଇନ୍ କରୁଥିବା ବେଳେ ରାଜ୍ୟରେ ଘଟୁଥିବା ହିଂସା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଜନତାଙ୍କ ରୋଷର ଶିକାର ହେଉଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କ ଟ୍ରାପ୍ରେ ଫସି ବିଜେଡି ଦଳରୁ ନିଜ ବ୍ୟବସାୟିକ ସ୍ୱାର୍ଥ ପାଇଁ ଦୂରେଇ ଯାଇଥିବା ଦେବାଶିଷ ସାମନ୍ତରାୟଙ୍କୁ ଆଗାମୀ ଦିନରେ ଲୋକେ ଜବାବ ଦେବେ ।
ଡ଼ ମହାନ୍ତି ଆହୁରି କହିଥିଲେ ଯେ, ବିଜୁ ଜନତା ଦଳରୁ ୫ ଥର ବିଧାୟକ ଟିକେଟ ପାଇ ନିର୍ବାଚନ ଲଢ଼ି ତିନି ତିନି ଥର ବିଧାୟକ ହୋଇଥିଲେ ଦେବାଶିଷ ସାମନ୍ତରାୟ । ଯେତେବେଳେ ନିର୍ବାଚନରେ ଲୋକମାନେ ତାଙ୍କୁ ପ୍ରତ୍ୟାଖ୍ୟାନ କରୁଥିଲେ, ସେତେବେଳେ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ଓଟିଡିସି ଅଧ୍ୟକ୍ଷ କରିବା ସହ ଦଳର ବିଭିନ୍ନ ଉଚ୍ଚ ପଦପଦବୀରେ ବସାଇ ତାଙ୍କ ରାଜନୈତିକ ସମ୍ମାନକୁ ଅକ୍ଷୁଣ୍ଣ ରଖିଥିଲେ । ପରବର୍ତ୍ତୀ ସମୟରେ ତାଙ୍କୁ ରାଜ୍ୟସଭାକୁ ପଠାଇଥିଲେ ବିଜେଡି ସଭାପତି ଶ୍ରୀ ନବୀନ ପଟ୍ଟନାୟକ । ଦଳରୁ ଏତେ ସୁବିଧା ପାଇଲା ପରେ ମଧ୍ୟ ତାଙ୍କର ଭୋକ ମେଣ୍ଟିଲା ନାହିଁ । ନିଜର ସ୍ୱାର୍ଥ ହାସଲ ପାଇଁ ବିଜେପି ଦଳରେ ସାମିଲ ହେଲେ । ନବୀନ ପଟ୍ଟନାୟକଙ୍କୁ ଭଲ ପାଉଥିବା କଥା କହୁଥିବା ଦେବାଶିଷ ସାମନ୍ତରାୟ, ଅନ୍ୟପଟେ ବିଜୁ ଜନତା ଦଳର ମାଆ ବାପା ନାହିଁ କହି ହୀନମନ୍ୟତାର ପରିଚୟ ଦେଉଛନ୍ତି । ଶ୍ରୀ ନବୀନ ପଟ୍ଟନାୟକଙ୍କୁ ସାରା ବିଶ୍ୱ ସମାନ ଜଣାଉଥିବା ବେଳେ ଦେବାଶିଷଙ୍କ ପରି ଜଣେ ସ୍ୱାର୍ଥବାଦୀ ଲୋକ ସେହି ନେତୃତ୍ୱ ଉପରେ ଟିପ୍ପଣୀ ଦେବା ଅତ୍ୟନ୍ତ ହାସ୍ୟାସ୍ପଦ । ଦେବାଶିଷଙ୍କ ମନ୍ତବ୍ୟ ଅପରିପକ୍ୱତାର ପରିଚୟ । ବିଜୁ ଲିଗାସୀର ଦ୍ୱାହି ଦେଉଥିବା ଦେବାଶିଷ ଦିନେ ବିଜୁ ବାବୁଙ୍କୁ ଆକ୍ରମଣ କରିବାକୁ ପଛାଇ ନଥିଲେ । ବିଜୁ ଜନତା ଦଳରୁ ସବୁ ଫାଇଦା ହାସଲ କରି ବିଜେପିରେ ସାମିଲ ହୋଇଥିବା ଦେବାଶିଷ ଯେଉଁ ଟୀକାଟିପ୍ପଣୀ କରୁଛନ୍ତି ସେଥିରୁ କ୍ଷାନ୍ତ ରୁହନ୍ତୁ, ନ ହେଲେ ଓଡ଼ିଶାବାସୀ କେବେ କ୍ଷମା ଦେବେନାହିଁ ।

  • Related Posts

    ବିଜେଡି ସାଂସଦ ସଂଖ୍ୟା ଶୂନ ହୋଇଯିବ:ପ୍ରଦୀପ ପୁରୋହିତ

    ଭୁବନେଶ୍ୱର: ବିଜେଡିକୁ ନେଇ ବିଜେପି ସାଂସଦ ପ୍ରଦୀପ ପୁରୋହିତଙ୍କ ବିସ୍ଫୋରକ ବୟାନ। କହିଛନ୍ତି, ବିଜେଡିର କିଛି ବଡ଼ ନେତୃତ୍ୱ ଆମ ଶୀର୍ଷ ନେତୃତ୍ୱ ସହିତ ଆଲୋଚନା କରୁଛନ୍ତି। ଆଗକୁ ବିଜେଡିରେ ବଡ଼ ବିସ୍ଫୋରଣ ହେବ, ବିଜେଡି ଡଙ୍ଗା ବୁଡ଼ୁଛି। ଜୀବନ ବଞ୍ଚାଇବା…

    Continue reading
    ନିଟ୍ ଓ ସିବିଏସ୍ଇ ପରୀକ୍ଷାରେ ବିଭ୍ରାଟ ପ୍ରସଙ୍ଗ:
ଇସ୍ତଫା ଦିଅନ୍ତୁ ଧର୍ମେନ୍ଦ୍ର- ବିଜେଡି

    ଭୁବନେଶ୍ୱର: ବିଜେପି ସରକାରକୁ ଆସିବା ଦିନଠୁ ପ୍ରାୟ ସବୁ ପରୀକ୍ଷାରେ ପେପର ଲିକ୍ ହୋଇ ପରୀକ୍ଷା ବାତିଲ ହୋଇଛି । । ବିଗତ ୬ ବର୍ଷ ମଧ୍ୟରେ ଚାରି ଚାରି ଥର ନିଟ୍ ପରୀକ୍ଷା ବାତିଲ୍ ହୋଇଥିବା ବେଳେ ସିବିଏସ୍ଇ ପରୀକ୍ଷା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ