ରାଜ୍ୟରେ ରବିଧାନ ସଂଗ୍ରହ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ: ବିଜେଡି

ଭୁବନେଶ୍ୱର: ଚାଷୀଙ୍କୁ ଏମଏସ୍ପି ସହିତ ୮୦୦ ଟଙ୍କାର ଇନ୍ପୁଟ୍ ସବ୍ସିଡି ଦେବାର ଆଶ୍ୱାସନା ଦେଇଥିବା ବିଜେପି ସରକାରର ଚାଷୀ ମାରଣ ନୀତି ଯୋଗୁଁ ନିଜର ହକ୍ ପାଇଁ ଆଜି ଚାଷୀକୂଳ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେଉଥିବା କହି କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ଦଳର ଉପସଭାପତି ସଞ୍ଜୟ କୁମାର ଦାସବର୍ମା ଓ ବିଧାୟକ ତଥା ଦଳର ସାଧାରଣ ସମ୍ପାଦକ ଗୌତମବୁଦ୍ଧ ଦାସ, ରାଜ୍ୟରେ ରବିଧାନ ସଂଗ୍ରହ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଥିବା କହି ସରକାରଙ୍କ ଉପରେ ବର୍ଷିଥିଲେ । ସରକାର ୨ ଲକ୍ଷରୁ ଅଧିକ ଚାଷୀଙ୍କୁ ପଞ୍ଜିକରଣରୁ ବଞ୍ଚିତ କରିଥିବା ବେଳେ ନିଜର କଷ୍ଟ ଉପାର୍ଜିତ ଶସ୍ୟକୁ ଚାଷୀ ବିକି୍ର କରିନପାରି ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଉଛି । ସରକାର ଓ ମିଲର ମାନଙ୍କ ମଧୁଚନ୍ଦି୍ରକା ଯୋଗୁଁ ଆଜି ଚାଷୀକୂଳ ଦୁର୍ଦ୍ଦିନରେ ବଞ୍ଚୁଛନ୍ତି ।
ଶ୍ରୀ ସଞ୍ଜୟ କୁମାର ଦାସବର୍ମା କହିଥିଲେ, ଓଡ଼ିଶାର ୭୦ ଭାଗ ଲୋକ ଚାଷ ଉପରେ ନିର୍ଭର କରନ୍ତି । ଓଡ଼ିଶାର ଅର୍ଥନୀତି ଧାନ ଚାଷ ଉପରେ ନିର୍ଭରଶୀଳ । ଡବଲ ଇଞ୍ଜିନ ସରକାରଙ୍କ ଚାଷୀମାରଣ ନୀତି ଯୋଗୁଁ ଆଜି ଅର୍ଥନୀତି ଧ୍ୱଂସ ହେବାକୁ ବସିଛି । ରାଜ୍ୟ କୃଷି ବିଭାଗ ରିପୋର୍ଟରେ ପ୍ରକାଶ କରିଛି ଯେ, ଓଡ଼ିଶାର ଚାଷୀକୂଳର ଧାନ ଚାଷ ଉତ୍ପାଦନ ହେଉଛି ୧୫୦ ଲକ୍ଷ ମେଟି୍ରକ ଟନ୍ । କିନ୍ତୁ ସରକାର କହୁଛନ୍ତି ୯୩ ଲକ୍ଷ ମେଟି୍ରକ ଟନ ଧାନ ଚାଷୀକୂଳ ଠାରୁ ସଂଗ୍ରହ କରିବେ । ଅର୍ଥାତ୍ ଖରିଫ ଧାନ ପାଇଁ ୭୩ ଲକ୍ଷ ମେଟି୍ରକ ଟନ୍ ଓ ରବି ଧାନ ପାଇଁ ୨୦ ଲକ୍ଷ ମେଟି୍ରକ ଟନ୍ ଧାନ ଚାଷୀଙ୍କ ଠାରୁ ନେବେ । ଏହା ଭିତରେ ଦୁଇଟି ଆର୍ଥିକ ବର୍ଷ ବିତିଯାଇଛି । ବିପର୍ଯ୍ୟସ୍ତ ମଣ୍ଡି ବ୍ୟବସ୍ଥା ଓ ଧାନ କିଣାରେ ସରକାରଙ୍କ ଅପରାଗତା ଯୋଗୁଁ ଚାଷୀକୂଳ ହତାଶ ହୋଇଛନ୍ତି । ମଣ୍ଡି ଖୋଲିବାଠୁ ଆରମ୍ଭ କରି ଚାଷୀ ପଞ୍ଜିକରଣ, ଟୋକନ ବଣ୍ଟନ ଓ ଧାନ କ୍ରୟ ପର୍ଯ୍ୟନ୍ତ ପ୍ରତ୍ୟେକ କ୍ଷେତ୍ରରେ ଚାଷୀମାନଙ୍କୁ ଆନେ୍ଦାଳନ କରିବାକୁ ପଡୁଛି । ସରକାର ମେ’ ୧୫ ତାରିଖରୁ ରାଜ୍ୟର ୨୦ଟି ଜିଲ୍ଲାରେ ରବି ଧାନ ସଂଗ୍ରହ ପାଇଁ ସମୟ ଧାର୍ଯ୍ୟ କରିଥିବା ବେଳେ ଆଜି ସୁଦ୍ଧା ରବି ଧାନ ସଂଗ୍ରହ ପାଇଁ ୫୦ ଭାଗ ମଣ୍ଡି ଖୋଲାଯାଇ ନାହିଁ ।
ଶ୍ରୀ ଦାସବର୍ମା ଆହୁରି କହିଥିଲେ, ରାଜ୍ୟରେ ରବି ଧାନ ସଂଗ୍ରହ ପାଇଁ ସରକାରଙ୍କ ରିପୋର୍ଟ ଅନୁଯାୟୀ ବିଚଳିତ କଲା ଭଳି ସ୍ଥିତି ସୃଷ୍ଟି ହୋଇଛି । ରବି ଧାନ କ୍ରୟ ପାଇଁ ୩ ଲକ୍ଷ ୪୭ ହଜାର ୭୫ ଜଣ ଚାଷୀ ପଞ୍ଜିକରଣ କରିଥିବା ବେଳେ ଆଜିସୁଦ୍ଧା ମାତ୍ର ୩୧ ହଜାର ୪୬୧ ଜଣ ଚାଷୀ ମଣ୍ଡି ବ୍ୟବସ୍ଥାରେ ତାଙ୍କ ଧାନ ବିକି୍ର କରିଛନ୍ତି । ଅର୍ଥାତ୍ ୧୦ ପ୍ରତିଶତରୁ କମ୍ ଚାଷୀ ୧ ଲକ୍ଷ ୮୦ ହଜାର ମେଟି୍ରକ ଟନ୍ ଧାନ ଆଜିସୁଦ୍ଧା ବିକି୍ର କରିଛନ୍ତି । ଯାହା ସରକାରଙ୍କ ଅପାରଗତାକୁ ପଦାରେ ପକାଇଛି । ସାରା ରାଜ୍ୟରେ ପଞ୍ଜିକରଣ ଠାରୁ ଆରମ୍ଭ କରି ଟୋକନ ଅବ୍ୟବସ୍ଥା ଓ ୧୦ରୁ ୧୨ କେଜି ପର୍ଯ୍ୟନ୍ତ କଟନୀଛଟନୀ କରି ଚାଷୀକୂଳକୁ ଧୋକା ଦେଉଛି ଡବଲ ଇଞ୍ଜିନ ସରକାର । ସଶକ୍ତ ବିରୋଧୀ ଦଳ ହିସାବରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାର ଚାଷୀକୂଳଙ୍କ ସ୍ୱାର୍ଥ ପାଇଁ ରାଜରାସ୍ତାଠୁ ଆରମ୍ଭ କରି ମଣ୍ଡି ପର୍ଯ୍ୟନ୍ତ ବିଜୁ ଜନତା ଦଳ ଲଢ଼େଇ ଜାରି ରଖିଛି ଓ ଆଗକୁ ଏହି ଆନେ୍ଦାଳନକୁ ଆହୁରି ତୀବ୍ରତର କରାଯିବ ।
ଶ୍ରୀ ଗୌତମବୁଦ୍ଧ ଦାସ କହିଥିଲେ ଯେ, ରବି ଧାନ ସଂଗ୍ରହ ବ୍ୟବସ୍ଥା ସାରା ରାଜ୍ୟରେ ଭୁଶୁଡ଼ି ଯାଇଛି । ଏହି କଥା କେବଳ ଆମେ କହୁନାହୁଁ, ଶାସକ ଦଳର ନେତାମାନେ ମଧ୍ୟ ସ୍ୱୀକାର କରୁଛନ୍ତି ଯେ ରାଜ୍ୟରେ ଧାନ ସଂଗ୍ରହ ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇଛି ଏବଂ ଚାଷୀଙ୍କ ଠାରୁ ଲୁଟ୍ ହେଉଛି । ବର୍ତ୍ତମାନ ରାଜ୍ୟର ଗାଁ ମାନଙ୍କରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ସରକାରଙ୍କ ୮୦୦ ଟଙ୍କାର ଇନ୍ପୁଟ୍ ସବ୍ସିଡିକୁ ଦୃଷ୍ଟିରେ ରଖି ଚାଷୀକୂଳ ଅଧିକ ଧାନ ଉତ୍ପାଦନ କରିଛନ୍ତି । କିନ୍ତୁ ଧାନ ସଂଗ୍ରହରେ ସରକାରଙ୍କ ଅବ୍ୟବସ୍ଥା ଯୋଗୁଁ ଚାଷୀକୂଳ ହତାଶ ହୋଇ ଏବେ ଇଚ୍ଛାମୃତୁ୍ୟ ମାଗୁଛନ୍ତି । ଏପରି ସ୍ଥିତି ରହିଲେ ଆଗାମୀ ଦିନରେ ଚାଷୀ ଆତ୍ମହତ୍ୟା ଖବରକାଗଜର ଶିରୋନାମା ପାଲଟିବ । ରାଜ୍ୟରେ ୫ ଲକ୍ଷରୁ ଊଦ୍ଧ୍ୱର୍ ଚାଷୀ ରବି ଧାନ କରିଥିବା ବେଳେ ୩ ଲକ୍ଷ ୪୭ ହଜାର ୭୫ ଜଣ ଚାଷୀ ପଞ୍ଜିକରଣ କରିଛନ୍ତି । ଅର୍ଥାତ୍ ୨ ଲକ୍ଷରୁ ଊଦ୍ଧ୍ୱର୍ ଚାଷୀ ପଞ୍ଜିକରଣରୁ ବଞ୍ଚିତ ହୋଇଛନ୍ତି । ସରକାରଙ୍କ ଚାଷୀମାରଣ ନୀତି ଯୋଗୁଁ କଳାହାଣ୍ଡି, କୋରାପୁଟଠୁ ଆରମ୍ଭ କରି ବାଲେଶ୍ୱର ପର୍ଯ୍ୟନ୍ତ ଚାଷୀ ରାଜରାସ୍ତାରେ ବସିଛନ୍ତି । ବିଭିନ୍ନ ଆଳ ଦେଖାଇ ଚାଷୀଙ୍କୁ ଶୋଷଣ କରୁଥିବା ଡବଲ ଇଞ୍ଜିନ ସରକାର ବିରୋଧରେ ଆଗକୁ ବିଜୁ ଜନତା ଦଳର ଲଢ଼େଇକୁ ଜୋରଦାର କରାଯିବ ।

  • Related Posts

    ମହିଳାଙ୍କୁ ନିର୍ଯାତନା ଦେଇ ଉତ୍ସବ ମନାଉଛନ୍ତି ସରକାର: ବିଜେଡି

    ଭୁବନେଶ୍ୱର: ମହାକାଳପଡ଼ା ବ୍ଲକ ତିଖିରୀ ପଞ୍ଚାୟତର ସରପଞ୍ଚ ଚାମେଲୀ ଓଝାଙ୍କ ସହ ଘଟିଥିବା ଦୁର୍ବ୍ୟବହାର, ଶାରୀରିକ ଆକ୍ରମଣ, ଧମକ ଘଟଣା ଓଡ଼ିଶାରେ ମହିଳା ସୁରକ୍ଷା ଉପରେ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି । ରାଜ୍ୟ ସରକାର ୨ ବର୍ଷ ପୂର୍ତ୍ତି ଉତ୍ସବ…

    Continue reading
    ଆମ ମୁଖ୍ୟମନ୍ତ୍ରୀ, ଲୋକଙ୍କ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର:୨୦୨୪, ଜୁନ୍‌ ୧୨ । ଅଢ଼େଇ ଦଶନ୍ଧିର ଶାସନ ବ୍ୟବସ୍ଥାକୁ ହଟାଇ ଜନ୍ମ ନେଲା ନୂଆ ସରକାର-“ମୋହନ ସରକାର” । ସଭିଙ୍କ ମନରେ ଥିଲା ଗୋଟିଏ ପ୍ରଶ୍ନ, ଜଣେ ସାଦାସିଧା ଗରିବ ଆଦିବାସୀ ପୁଅଙ୍କ ନେତୃତ୍ୱରେ ଅଧିକାଂଶ ନବାଗତ ମନ୍ତ୍ରୀଙ୍କୁ ନେଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ