ଭୁବନେଶ୍ୱର: କେନ୍ଦ୍ର ସରକାର ଜାତୀୟ ରାଜପଥ ଟୋଲ୍ ପ୍ଲାଜାର ୨୦ କିଲୋମିଟର ପରିଧିରେ ରହୁଥିବା ବାସିନ୍ଦାଙ୍କ ପାଇଁ ନଭେମ୍ବର ୧ ରୁ ବାର୍ଷିକ ଟୋଲ୍ ପାସ୍ ଘୋଷଣା କରିଛନ୍ତି । ଟୋଲ୍ ପ୍ଲାଜାର ୨୦ କିଲୋମିଟର ପରିଧି ମଧ୍ୟରେ ରହୁଥିବା ବାସିନ୍ଦାମାନେ ମାତ୍ର ୧,୫୦୦ ଟଙ୍କାରେ ଏହି ବାର୍ଷିକ ପାସ୍ କିଣିପାରିବେ । ଆପଣଙ୍କ ସ୍ଥାନ ଉପରେ ନିର୍ଭର କରି ଏହି ପାସର ମୂଲ୍ୟ ୧,୫୦୦ରୁ ନେଇ ୩ ହଜାର ପର୍ୟ୍ୟନ୍ତ ହୋଇପାରେ । ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ଏହି ପରିବର୍ତ୍ତନ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିଛି । ଏହି ପରିବର୍ତ୍ତନଗୁଡ଼ିକ ଜାତୀୟ ରାଜପଥ ଶୁଳ୍କ (ଦର ନିର୍ଦ୍ଧାରଣ ଏବଂ ସଂଗ୍ରହ) (ପଞ୍ଚମ ସଂଶୋଧନ) ନିୟମ, ୨୦୨୬ ଅଧୀନରେ କରାଯାଇଛି । ଯାହା ୨୦୦୮ରେ କାର୍ୟ୍ୟକାରୀ ହୋଇଥିବା ବିଦ୍ୟମାନ ନିୟମଗୁଡ଼ିକୁ ଅପଡେଟ୍ କରିଛି । ଏହି ଯୋଜନାର ଲକ୍ଷ୍ୟ ଜାତୀୟ ରାଜପଥରେ ଟୋଲ୍ ପ୍ଲାଜା ନିକଟରେ ରହୁଥିବା ବାସିନ୍ଦାଙ୍କୁ ରିହାତି ଟୋଲ୍ ହାର ପ୍ରଦାନ କରିବା ।
ଜାନୁଆରି ୨୫ରୁ ଫେବ୍ରୁଆରି ୨୮ ଭିତରେ ହେବ ଜନଗଣନା
ନୂଆଦିଲ୍ଲୀ: ଭାରତରେ ୨୦୨୭ ଜାନୁଆରି ୨୫ରୁ ଫେବ୍ରୁଆରି ୨୮ ପର୍ୟ୍ୟନ୍ତ ଜନଗଣନା କରାଯିବ ବୋଲି କେନ୍ଦ୍ର ସରକାର ଘୋଷଣା କରିଛନ୍ତି। ଜନଗଣନାରେ ଲୋକଙ୍କ ସୁବିଧା ପାଇଁ ପ୍ରଥମ ଥର ଭଳି ନିଜେ ତଥ୍ୟ ଦାଖଲ କରିବାର ବିକଳ୍ପ ରଖାଯାଇଛି। ଏଥିପାଇଁ ଜାନୁଆରି…


