ଧର୍ମଶାଳା:ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍) ୨୦୨୬ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବିସ୍ପୋରକ ବ୍ୟାଟର ବିରାଟ କୋହଲି ଦମଦାର ପ୍ରଦର୍ଶନ କରୁଛନ୍ତି। ରବିବାର ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଧର୍ମଶାଳାସ୍ଥିତ ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ବିସ୍ଫୋରକ ବ୍ୟାଟିଂ କରି ଚଳିତ ଆଇପିଏଲ୍ରେ ନିଜର ଦୁଇଟି ରେକର୍ଡକୁ ବିରାଟ କୋହଲି ନିଜେ ଭାଙ୍ଗିଛନ୍ତି। ରବିବାର ପଞ୍ଜାବ କିଙ୍ଗସ୍ ବିପକ୍ଷ ମ୍ୟାଚ୍ ରେ କୋହଲି ଆଇପିଏଲ୍ରେ ଗୋଟିଏ ଦଳ ବିପକ୍ଷରେ ସର୍ବାଧିକ ରନ୍ କରିଛନ୍ତି। ଏହି ମ୍ୟାଚ୍ ପୂର୍ବରୁ ଚେନ୍ନଇ ସୁପର କିଙ୍ଗସ୍ ବିପକ୍ଷରେ କୋହଲି ୧,୧୭୪ ରନ୍ କରିଥିଲେ ଓ ରବିବାର ପଞ୍ଜାବ ବିପକ୍ଷରେ କୋହଲି ୩୭ ବଲ୍ରୁ ୫୮ ରନ୍ କରିଥିଲେ। ପଞ୍ଜାବ ଦଳ ବିପକ୍ଷରେ କୋହଲି ସର୍ବାଧିକ ୧,୨୧୭ ରନ୍ ସ୍କୋର୍ କରିଛନ୍ତି। ପଞ୍ଜାବ ବିପକ୍ଷରେ ୧,୨୧୭ ଓ ସିଏସକେ ବିପକ୍ଷରେ ୧,୧୭୪ ରନ୍ ପରେ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ କୋହଲି ୧,୧୭୨ ରନ୍ ମଧ୍ୟ କରିଛନ୍ତି। ପୁଣି ଚଳିତ ସଂସ୍କରଣରେ କୋହଲି ୫୦୦ ରନ୍ ଅତିକ୍ରମ କରିଛନ୍ତି। ଫଳରେ ସର୍ବାଧିକ ୯ଟି ସଂସ୍କରଣରେ କୋହଲି ୫୦୦ରୁ ଅଧିକ କରିଛନ୍ତି। ଚଳିତ ସଂସ୍କରଣରେ କୋହଲି ଗୋଟିଏ ଶତକ ଓ ୪ଟି ଅର୍ଦ୍ଧଶତକ ସହ ୫୪୨ ରନ୍ କରିସାରିଲେଣି।
ରାଜ୍ୟଗୋଷ୍ଠୀ କ୍ରୀଡ଼ା: ଭାରତକୁ ପ୍ରଥମ ସ୍ବର୍ଣ୍ଣପଦକ ଜିତାଇଛନ୍ତି ମୀରାବାଈ ଚାନୁ
ଗ୍ଲାସ୍ଗୋ : ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ସ୍ବର୍ଣ୍ଣପଦକ ଜିତାଇଛନ୍ତି ମୀରାବାଈ ଚାନୁ। ରବିବାର ମହିଳା ୪୮ କିଗ୍ରା ଭାରୋତ୍ତୋଳନ ବର୍ଗରେ ପ୍ରଥମ ସ୍ଥାନରେ ରହି ମୀରାବାଈ ସ୍ବର୍ଣ୍ଣପଦକ ଜିତି ପାରିଛନ୍ତି। ମଣିପୁରର ୩୨ ବର୍ଷ ବୟସ୍କା ମୀରାବାଈ ମୋଟ…




